ବିଜେପି ଘୋଡା ବେପାରରେ ସଫଳ ହେବନି, ଆମେ ଘୋଡା ବେପାର କରୁନଥିଲୁ

NEWS7
industrialist-and-founder-of-imfa-bansidhar-panda-passes-away

ଭୁବନେଶ୍ବର ୨୨।୨: ରାଜ୍ୟସଭା ନିର୍ବାଚନ ପାଇଁ ବାଜିସାରିଛି ବିଗୁଲ । ତାରିଖ ଘୋଷଣା ସହ ଓଡ଼ିଶା ରାଜନୀତିକୁ ସରଗରମ କଲାଣି ରାଜ୍ୟସଭା ନିର୍ବାଚନ । ଚତୁର୍ଥ ଆସନକୁ ନେଇ ଏବେବି ସସ୍‌ପେନ୍ସ ଜାରି ରହିଛି । ଏହାରି ଭିତରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ବିଧାୟକ ଯୋଗେଶ ସିଂ । ସେ କହିଛନ୍ତି, ରାଜ୍ୟସଭା ପ୍ରାର୍ଥୀ କିଏ ହେବ ସେ ନିଷ୍ପତ୍ତି ଆମ ସଭାପତି ନେବେ ।

ଏ ଖବର ବି ପଢ଼ନ୍ତୁ:- କଂଗ୍ରେସର ବିଧାୟକ ମାନେ ଶପଥ ନେଇଛନ୍ତି, କଂଗ୍ରେସ ପ୍ରାର୍ଥୀଙ୍କୁ ଭୋଟ୍ ଦେବେ

ବିଜେପି ବହୁତ କଥା କହିବ । ସେମାନେ କୁହାଳିଆ ସରକାର । ଭାଷଣବାଜିରେ ଏକ ନମ୍ବର । ହେଲେ କାର୍ଯ୍ୟକାରୀ କରିବାରେ ଫେଲ୍ । ଏମାନେ ପୁଞ୍ଜିପତି ସରକାର । ଏ ସରକାର ପୁଞ୍ଜିପତି ମାନଙ୍କ କଣ୍ଟ୍ରୋଲରେ । ସେମାନେ ସବୁ ସିଟ୍ ନେବାକୁ ଉଦ୍ୟମ କରିବେ । ଆମେ ମଧ୍ୟ କରୁଥିଲୁ । ଆମେ ସେଥିରେ ସଫଳ ମଧ୍ୟ ହେଉଥିଲୁ । କାହାର କ୍ଷତି କରୁନଥିଲୁ । ନିୟମ ଅନୁସାରେ କରୁଥିଲୁ । ଆମେ ଘୋଡା ବେପାର କରୁ ନଥିଲୁ । ଏମାନେ ଘୋଡା ବେପାର କଲେ ମଧ୍ୟ ସଫଳ ହେବେ ନାହିଁ ବୋଲି ଯୋଗେଶ ସିଂ କହିଛନ୍ତି ।