ଏପ୍ରିଲରେ ହ୍ରାସ ହୋଇଛି ଔଦ୍ୟୋଗିକ ଉତ୍ପାଦନ ହାର, ଜାଣନ୍ତୁ କମିଛି କେତେ ?

Published By : Prameya-News7 Bureau | May 28, 2025 IST

ନୂଆଦିଲ୍ଲୀ ୨୮।୫:   ଅର୍ଥ ବ୍ୟବସ୍ଥାକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଆସୁଛି। ସରକାରଙ୍କ ଦ୍ୱାରା ଜାରି ଅଧିକାରୀକ ତଥ୍ୟ ଅନୁସାରେ ଭାରତର ଔଦ୍ୟୋଗିକ ଉତ୍ପାଦନ ବୃଦ୍ଧି ହାର ମନ୍ଥର ହୋଇ ୨.୭%କୁ ପହଞ୍ଚି ଯାଇଛି। ଖଣି ଓ ଶକ୍ତି କ୍ଷେତ୍ରର ଦୁର୍ବଳ ପ୍ରଦର୍ଶନ ଯୋଗୁ ଇଣ୍ଡଷ୍ଟ୍ରିଆଲ ପ୍ରଡକ୍ସନ ଗ୍ରୋଥ ରେଟରେ ଏପରି ହ୍ରାସ ଦେଖାଯାଇଛି। ଭାରତର ଔଦ୍ୟୋଗିକ ଉତ୍ପାଦନ ସୂଚକାଙ୍କ (ଆଇଆଇପି) ଏପ୍ରିଲ ୨୦୨୫ରେ ୨.୭% ରହିଛି, ଏହି ହାର ପୂର୍ବମାସ ମାର୍ଚ୍ଚ ର ସଂଶୋଧିତ ହାର ୩.୯%ରୁ କମ୍। 

ଇଣ୍ଡଷ୍ଟ୍ରିୟାଲ ପ୍ରଡକ୍ସନ ଇଣ୍ଡଷ୍ଟ୍ରିରେ ସବୁଠୁ ଅଧିକ ଗୁରୁତ୍ୱ ରଖୁଥିବା ମେନୁଫେକ୍ଚରିଂ ପ୍ରଡକ୍ସନ ଏପ୍ରିଲ ମାସରେ ୩.୪% ବୃଦ୍ଧି ହୋଇଛି। ତେବେ ଏହା ପୂର୍ବ ମାସରେ ଏହି ବୃଦ୍ଧି ହାର ୩%ଥିଲା। ମାର୍ଚ୍ଚମାସରେ ବିଦ୍ୟୁତ ଉତ୍ପାଦନ ୬.୩%ରୁ ହ୍ରାସ ହୋଇ ୧.୧%କୁ ଖସି ଆସିଛି। ସେହିପରି ମାଇନିଂ ସେକ୍ଟରେ ୦.୨% ହ୍ରାସ ଦେଖାଯାଇଛି। ତେବେ ଏପ୍ରିଲ ମାସରେ କାର ଓ ଫୋନ ସମେତ ଉପଭୋକ୍ତା ଆବଶ୍ୟକ (କଞ୍ଜ୍ୟୁମର ଡ୍ୟୁରେବଲ) ସାମଗ୍ରୀ ୬.୪%ହାରରେ ବଢିଛି। 

ପିଆଇବି ତଥ୍ୟ ଅନୁସାରେ ମାର୍ଚ୍ଚ ମାସରେ ବିଦ୍ୟୁତ କ୍ଷେତ୍ରର ବୃଦ୍ଧି ହାର ୬.୩% ଥିଲା। ଏହା ଏପ୍ରିଲରେ ହ୍ରାସ ହୋଇ ୧.୧%   ହୋଇ ଯାଇଛି। ମାର୍ଚ୍ଚ ମାସରେ ଦେଶର ମାଇନିଂ ସେକ୍ଟରରେ ଗ୍ରୋଥ ରେଟ ୦.୪% ଥିଲା, ହେଲେ ଏପ୍ରିଲରେ ଏହା ହ୍ରାସ ହୋଇ ୦.୨% ହୋଇ ଯାଇଛି। ସରକାରଙ୍କ ଦ୍ୱାରା ଜାରି ତଥ୍ୟ ଅନୁସାରେ ଔଦ୍ୟୋଗିକ ଉତ୍ପାଦନ ସୂଚକାଙ୍କ (ଆଇଆଇପି)ରେ ମପା ଯାଇଥିବା କାରଖାନା ଉତ୍ପାଦନ ଏପ୍ରିଲ ୨୦୨୪ରେ ୫.୨% ଥିଲା। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.