୧୧ ବର୍ଷର ଛୋଟ ଉସ୍ତାଦ: ରିୟାନଙ୍କ 'ଆଉରା ଫାର୍ମିଂ'ରେ ବିଶ୍ୱ ମତୁଆଲା !

Published By : Prameya-News7 Bureau | July 21, 2025 IST

News7

ନୂଆଦିଲ୍ଲୀ: ବୟସ ମାତ୍ର ୧୧ ବର୍ଷ ବର୍ଷ କିନ୍ତୁ ରାତାରାତି ହୋଇଗଲେ ସୋସିଆଲ ମିଡିଆ ଷ୍ଟାର। ଗାଁ ଖେଳରୁ ଗ୍ଲୋବାଲ ଫେମ୍‌। ପାକୁ ଜାଲୁର ବୋଟ୍‌ ରେସିଂରେ ଡଙ୍ଗା ଆଗରେ ଠିଆ ହୋଇ ଚମତ୍କାର ଢଙ୍ଗରେ କରିଥିବା ଡ୍ୟାନ୍ସ ସୋସିଆଲ ମିଡିଆରେ ଏବେ ଟ୍ରେଣ୍ଡ କରୁଛି। ପିଲାଟିର  ଦୁଃସାହାସିକ ଏବଂ ଷ୍ଟାଇଲିସ୍ ଡ୍ୟାନ୍ସ ଲକ୍ଷ ଲକ୍ଷ ୟୁଜର୍ସଙ୍କ ହୃଦୟ ଜିତିଛି। ଇଣ୍ଟରନେଟରେ ଏକ ନୂଆ ଟ୍ରେଣ୍ଡ ପାଲଟିଛି ‘ଆଉରା ଫାର୍ମିଂ"। ବିଶ୍ୱର ବଡ଼ ବଡ଼ ଷ୍ଟାର ଏବେ  ଆଉରା ଫାର୍ମିଂରେ ମତୁଆଲା। 

ଭିଓ- ପାକୁ ଜାଲୁର ହେଉଛି ଇଣ୍ଡୋନେସିଆର ରିଆଉ ପ୍ରଦେଶର ଏକ ପାରମ୍ପରିକ ବୋଟ୍‌ ରେସିଂ ମହୋତ୍ସବ, ଯେଉଁଥିରେ ୬୦ ଜଣ ନାବିକ ଲମ୍ବା, ସଂକୀର୍ଣ୍ଣ ଡଙ୍ଗାରେ ଅଂଶଗ୍ରହଣ କରନ୍ତି। ଇଣ୍ଡୋନେସିଆରେ ରହୁଥିବା ୧୧ ବର୍ଷିୟ ରିଆନ୍ ଆର୍କାନ୍ ଧିକା ଏହି ଦୌଡ଼ରେ 'ଟୋଗାକ ଲୁଆନ' ଭୂମିକାରେ ଅଭିନୟ କରୁଥିଲେ। ଯାହାର କାମ ନାବିକମାନଙ୍କୁ ଡ୍ୟାନ୍ସ ଏବଂ ତାଳ ମାଧ୍ୟମରେ ଅନୁପ୍ରାଣିତ କରିବା। ସୋସିଆଲ ମିଡିଆ ୟୁଜର୍ସ ରିଆନକୁକୁ "ଔରା ଫାର୍ମର" ବୋଲି ଡାକୁଛନ୍ତି। 

ରିଆନ ୯ ବର୍ଷ ବୟସରୁ ଏହି ଭୂମିକାରେ ଅଭିନୟ କରିଆସୁଛନ୍ତି, କିନ୍ତୁ ଏଥର ତାଙ୍କର ପ୍ରଥମ ଜାତୀୟ ସ୍ତରୀୟ ପ୍ରଦର୍ଶନ ତାଙ୍କୁ ବିଶ୍ୱସ୍ତରୀୟ ସ୍ୱୀକୃତି ଦେଇଛି। ଏହି ଭିଡିଓ ପ୍ରଥମେ TikTok ରେ ଲେନ୍ସା ରାମ୍ସଙ୍କ ଦ୍ୱାରା ପୋଷ୍ଟ କରାଯାଇଥିଲା। ପରେ ଫେସବୁକ୍, ଇନଷ୍ଟାଗ୍ରାମ୍ ଏବଂ X ଭଳି ପ୍ଲାଟଫର୍ମରେ ଭାଇରାଲ୍ ହୋଇଥିଲା। "ଆଉରା ଫାର୍ମିଂ" ଇଣ୍ଟରନେଟରେ ଏକ ନୂଆ ଟ୍ରେଣ୍ଡ ପାଲଟିଛି।

ରାଇନଙ୍କ ଡ୍ୟାନ୍ସ ଏତେ ଲୋକପ୍ରିୟ ହୋଇଛି ଯେ ବଡ଼ ବଡ଼ ଷ୍ଟାରମାନେ ମଧ୍ୟ ଏହାକୁ କପି କରିବା ଆରମ୍ଭ କରିଛନ୍ତି। NFL ଷ୍ଟାର ଟ୍ରାଭିସ୍ କେଲସ୍, ଫୁଟବଲ୍ ଖେଳାଳି ଡିଏଗୋ ଲୁନା, ଆଲେକ୍ସ ଆଲବନ୍ ଏବଂ ପ୍ୟାରିସ୍ ସେଣ୍ଟ-ଜର୍ମେନ ଭଳି ବଡ଼ ଷ୍ଟାର ମଧ୍ୟ ରିଆନଙ୍କ ଡ୍ୟାନ୍ସରେ ମତୁଆଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.