ଅସ୍ୱାସ୍ଥ୍ୟକର ଏବଂ ଅପରିଷ୍କାର ସିଟ୍‌ ଦେବା ପଡ଼ିଲା ମହଙ୍ଗା, ଯାତ୍ରୀଙ୍କୁ ୧.୭୫ ଲକ୍ଷ ଟଙ୍କା ଦେବାକୁ ନିର୍ଦ୍ଦେଶ

Published By : Prameya-News7 Bureau | August 10, 2025 IST

News7

ନୂଆଦିଲ୍ଲୀ: ଅସ୍ୱାସ୍ଥ୍ୟକର ଏବଂ ଅପରିଷ୍କାର ସିଟ୍‌ ପାଇଁ ଇଣ୍ଡିଗୋ ଏୟାରଲାଇନ୍ସ ଦୋଷୀ ସାବ୍ୟସ୍ତ। ୧.୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଦିଲ୍ଲୀର ଏକ ଉପଭୋକ୍ତା ଫୋରମ୍ । ଜଣେ ମହିଳା ଜଣକ ଭୋଗୁଥିବା ଅସୁବିଧା, ଯନ୍ତ୍ରଣା ଏବଂ ମାନସିକ ଯନ୍ତ୍ରଣାର କ୍ଷତିପୂରଣ ପାଇଁ ଫୋରମ୍ ଏହି ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାଟି ମଇଳା ଏବଂ ଦାଗଯୁକ୍ତ ସିଟ୍ ଉପରେ ଜଡିତ। ନୂଆଦିଲ୍ଲୀ ଜିଲ୍ଲା ଉପଭୋକ୍ତା କମିଶନ ପିଙ୍କି ନାମକ ଜଣେ ମହିଳାଙ୍କ ଅଭିଯୋଗ ଉପରେ ଏହି ରାୟ ଦେଇଛନ୍ତି। 

ପିଙ୍କି କହିଛନ୍ତି ଯେ ତାଙ୍କୁ ଜାନୁଆରୀ ୨ ତାରିଖରେ ବାକୁରୁ ନୂଆଦିଲ୍ଲୀ ଯାଉଥିବା ଏକ ବିମାନରେ 'ଅପରିଷ୍କାର, ମଇଳା ଏବଂ ଦାଗଯୁକ୍ତ' ସିଟ୍ ଦିଆଯାଇଥିଲା। ଯେତେବେଳେ ସେ ଏହି ବିଷୟରେ ଅଭିଯୋଗ କରିଥିଲେ, ସେତେବେଳେ ଏୟାରଲାଇନ୍ସ ଏହାକୁ ହାଲୁକା ଭାବରେ ନେଇଥିଲା ଏବଂ ସମ୍ବେଦନହୀନ ଭାବରେ ମାମଲାକୁ ଏଡାଇ ଦେଇଥିଲା।

ଏୟାରଲାଇନ୍ସ ଉତ୍ତର ଦେଇଥିଲା ଯେ ସେମାନେ ପିଙ୍କିର ସମସ୍ୟାକୁ ଗମ୍ଭୀରତାର ସହ ନେଇଛନ୍ତି। ତାଙ୍କୁ ଆଉ ଏକ ସିଟ୍ ଦେଇଛନ୍ତି। ଯାହା ଉପରେ ସେ ତାଙ୍କର ଯାତ୍ରା ସମାପ୍ତ କରିଛନ୍ତି। ୯ ଜୁଲାଇରେ ଦିଆଯାଇଥିବା ଆଦେଶରେ ଫୋରମ୍ କହିଛି ଯେ, ଆମେ ବିଶ୍ୱାସ କରୁଛୁ ଯେ ଯାତ୍ରୀଙ୍କୁ ସେବାରେ ଅଭାବ ପାଇଁ ଇଣ୍ଡିଗୋ ଦୋଷୀ। 

ଫୋରମ୍ କହିଛନ୍ତି ଯେ, ମହିଳାଙ୍କୁ ହୋଇଥିବା ଅସୁବିଧା ଏବଂ ମାନସିକ ଚାପକୁ ବିଚାର କରି, ଆମେ ଅନୁଭବ କରୁଛୁ ଯେ ତାଙ୍କୁ ଉପଯୁକ୍ତ କ୍ଷତିପୂରଣ ମିଳିବା ଉଚିତ। ତେଣୁ ଇଣ୍ଡିଗୋକୁ କ୍ଷତିପୂରଣ ଭାବରେ ୧.୫ ଲକ୍ଷ ଟଙ୍କା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହା ସହିତ ଫୋରମ୍ ମାମଲା ଖର୍ଚ୍ଚ ଭାବରେ ୨୫,୦୦୦ ଟଙ୍କା ଦେବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛି।

ଏହା ମଧ୍ୟ କହିଛି ଯେ ଏୟାରଲାଇନ୍ସ 'ସିଚୁଏସନ୍ ଡାଟା ଡିସପ୍ଲେ' (SDD) ରିପୋର୍ଟ ଦାଖଲ କରିନାହିଁ। ଯାହା ବିମାନ ପରିଚାଳନା ସହିତ ଜଡିତ ଏକ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ଏବଂ ଯାତ୍ରୀମାନଙ୍କ ସହ ଜଡିତ ଘଟଣାଗୁଡ଼ିକୁ ରେକର୍ଡ କରିବା ପାଇଁ ବ୍ୟବହୃତ ହୁଏ। ଲିଖିତ ବିବୃତ୍ତିରେ କିମ୍ବା ଏୟାରଲାଇନ୍ସ ଦ୍ୱାରା ଦାଖଲ ପ୍ରମାଣରେ ଏହି ରିପୋର୍ଟର କୌଣସି ଉଲ୍ଲେଖ ନାହିଁ, ଫୋରମ୍ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.