ଦିଲ୍ଲୀରେ ପହଞ୍ଚିଲେ ପୁଟିନ: ବିମାନ ବନ୍ଦରରେ ପ୍ରିୟ ବନ୍ଧୁଙ୍କୁ ସ୍ୱାଗତ କଲେ ପ୍ରଧାନମନ୍ତ୍ରୀ ମୋଦୀ

NEWS7
indias-highest-paid-tv-actress-charges-rs-18-lakh-per-episode-

ନୂଆଦିଲ୍ଲୀ: ଦିଲ୍ଲୀର ପାଲମ ବିମାନବନ୍ଦରରେ ଓହ୍ଲାଇଲେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ। ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଷ୍ଟ୍ରପତି ପୁଟିନଙ୍କୁ ସ୍ୱାଗତ କରିଛନ୍ତି। ପୁଟିନଙ୍କୁ ପ୍ରଧାନମନ୍ତ୍ରୀଙ୍କ ସ୍ୱାଗତ କରିବା ଏକ ବିରଳ କୂଟନୈତିକ ରଣନୀତି। ପୁଟିନଙ୍କ ଗସ୍ତକୁ ଭାରତ କେତେ ଗୁରୁତ୍ୱ ଦେଉଛି ଏଥିରୁ ଜଣାପଡ଼ୁଛି। ଦିଲ୍ଲୀର ପାଲମ ଟେକ୍ନିକାଲ୍ ଏରିଆରେ ପ୍ରଧାନମନ୍ତ୍ରୀ ସ୍ତରୀୟ ପ୍ରୋଟୋକଲ୍ ବ୍ୟବସ୍ଥା କରାଯାଇଛି।