୨୦୨୦ ଜାନୁୟାରୀ ଆଜି ତାରିଖରେ କରୋନାକୁ WHO ଘୋଷଣା କରିଥିଲେ ହେଲଥ୍ ଏମାର୍ଜେନ୍ସୀ

NEWS7
indias-gdp-growth-accelerated-to-7-6-per-cent-in-the-july-september-quarter

ନୂଆଦିଲ୍ଲୀ ୩୦।୧: ସାରା ବିଶ୍ୱରେ କରୋନା ଭାଇରସ କେତେ ଯେ ଜୀବନ ନେଇଛି ତାର ହିସାବ ନାହିଁ। ଏହି ଭୂତାଣୁ ଭୟରେ ମଣିଷ ଘରର ଚାରି କାନ୍ଥ ଭିତରେ ବନ୍ଦୀ ହୋଇ ରହିବାକୁ ବାଧ୍ୟ ହୋଇଥିଲା। ୩୦ ଜାନୁୟାରୀ ୨୦୨୦ରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (WHO) ଏକ ଅଜଣା ମାରାତ୍ମକ ଭାଇରସ ସମ୍ପର୍କରେ ଚେତାବନୀ ଦେଇଥିଲେ ଓ ଏହାକୁ ଗ୍ଲୋବାଲ ହେଲଥ୍ ଏମାର୍ଜେନ୍ସୀ ଘୋଷଣା କରିଥିଲେ। ଡବ୍ଲୁଏଚଓ ମହାନିର୍ଦ୍ଦେଶକ ଟଡ୍ରୋସ ଏଡନୋମ ଘେବ୍ରେୟେସସ୍ ସାମ୍ବାଦିକଙ୍କୁ କହିଥିଲେ ଗତ କିଛି ସପ୍ତାହରେ ଆମେ ଏପରି କିଛି ପ୍ୟାଥୋଜେନ ବ୍ୟାପୁଥିବାର ଦେଖୁଛୁ ଯାହା ସମ୍ପର୍କରେ ପ୍ରଥମେ ଜଣା ନଥିଲା।

ଟେଡ୍ରୋସ ଯେଉଁ ଭୂତାଣୁ ସମ୍ପର୍କରେ ସୂଚନା ଦେଇଥିଲେ ତାକୁ ପରେ ସାର୍ସ କୋଭ-୨ ନାମ ଦିଆଯାଇଥିଲା। ସେହି କରୋନା ଭାଇରସ ଏବେ କୋଭିଡ଼-୧୯ ନାମକ ରୋଗର କାରଣ ହୋଇଥିଲା। ୨୫ ଜାନୁୟାରୀ ୨୦୨୩ ସୁଦ୍ଧା ପାଖାପାଖି ୭୦୦ ନିୟୁତ ଲୋକଙ୍କୁ କୋଭିଡ-୧୯ ଯୋଗୁ ବ୍ୟାପୁଥିବା କରୋନା ଭାଇରସ ଦ୍ୱାରା ସଂକ୍ରମିତ ହୋଇଥିବାର ପୁଷ୍ଟି ହୋଇଥିଲା। ସେତେବେଳେକୁ ପାଖାପାଖି ସାରା ବିଶ୍ୱରେ ୭ ନିୟୁତ ଲୋକଙ୍କ ମୃତ୍ୟୁ ହୋଇସାରିଥିଲା। ୨୦୨୦ପ୍ରାରମ୍ଭରେ ଏକ୍ସପର୍ଟମାନେ ଚୀନ୍ ଉହାନରୁ ବ୍ୟାପୁଥିବା ନୂଆ କରୋନା ଭାଇରସର କିପରି ମୁକାବିଲା ହେବ ସେ ନେଇ ଅନୁସନ୍ଧାନ ଚଳାଇଥିବା ବେଳେ ହୁବେଇ ପ୍ରାନ୍ତରେ ସରକାର ଶତାଧିକ ସଂକ୍ରମଣ ଓ ୧୭ ମୃତ୍ୟୁ ପୁଷ୍ଟି କରିଥିଲେ।

ଅଧିକାରୀ ଯାତ୍ରା ଋତୁ ହୋଇଥିବାରୁ ସଂକ୍ରମଣ ବ୍ୟାପିଯିବାର ଆଶଙ୍କା କରିଥିଲେ। ଏଣୁ ଦେଶରେ ଯାତ୍ରା କଟକଣା ଜାରି ହୋଇଥିଲା। ଜାନୁୟାରୀ ମାସ ଶେଷ ହେବା ବେଳକୁ ଅଷ୍ଟ୍ରେଲିୟା, ଫ୍ରାନ୍ସ, ଜାପାନ, ସିଙ୍ଗାପୁର, ଦକ୍ଷିଣକୋରିଆ, ତାଇୱାନ, ଥାଇଲ୍ୟାଣ୍ଡ, ଆମେରିକା ଓ ଭିଏତନାମରେ ନୂଆ କରୋନା ଭାଇରସର ୫ରୁ କମ୍ ମାମଲା ସାମ୍ନାକୁ ଆସିଥିଲା। ଡବ୍ଲୁଏଚଓ ମୁଖ୍ୟ ସାମ୍ବାଦିକଙ୍କୁ କହିଥିଲେ ଯେ ଚୀନ୍ ରେ ଏଥି ପାଇଁ ଏମାର୍ଜେନ୍ସୀ ଜାରି ହେଲାଣି। ଚୀନରେ ପୁଷ୍ଟି ହୋଇଥିବା ସଂକ୍ରମିତଙ୍କ ସଂଖ୍ୟା କିଛି ଦିନରେ ଦୁଇଗୁଣ ହୋଇଯିବା ସାରା ବିଶ୍ୱରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ସାରା ବିଶ୍ୱର ଜନସ୍ୱାସ୍ଥ୍ୟ ଅଧିକାରୀ ପଦକ୍ଷେପ ନେବା ଆରମ୍ଭ କରିଥିଲେ।

ବିଭିନ୍ନ ଦେଶ ଚୀନ୍ ଯିବାଆସିବା ଉପରେ କଟକଣା ଜାରି କରିଥିଲେ। ଡବ୍ଲୁଏଚଓ ମୁଖ୍ୟ ଚୀନ୍ ରାଷ୍ଟ୍ରପତିଙ୍କ ସହ ମିଟିଂ ପରେ ବିଶ୍ୱରେ ଏହି ଭୂତାଣୁ ସଂକ୍ରମଣ ରୋକିବା ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ପ୍ରଥମ କର୍ତ୍ତବ୍ୟ ବୋଲି କହିଥିଲେ। ଚୀନ୍ ତଥା ଏସିୟାର ବିଭିନ୍ନ ଦେଶରେ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ମାସ୍କ ପିନ୍ଧିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ମାମଲା ସଂଖ୍ୟା ଯେପରି ବଢିବାରେ ଲାଗିଥିଲା ବିଶ୍ୱରେ ମାସ୍କ ଅଭାବ ଦେଖା ଦେଇଥିଲା। ତେବେ ଆମେରିକା ଅଧିକାରୀମାନେ କହିଥିଲେ ଯେ ସାଧାରଣ ଲୋକଙ୍କ ମାସ୍କ ପିନ୍ଧିବାର ଆବଶ୍ୟକତା ନାହିଁ।

ଯେଉଁଦିନ ଡବ୍ଲୁଏଚଓ କରୋନା ଭାଇରସ କୁ ଗ୍ଲୋବାଲ ହେଲଥ୍ ଏମାର୍ଜେନ୍ସୀ ଘୋଷଣା କଲେ ସେତେବେଳେକୁ ଚୀନ୍, ଜର୍ମାନୀ, ଜାପାନ ଓ ଭିଏତନାମରେ କରୋନା ଭାଇରସ ଜଣକଠାରୁ ଅନ୍ୟ ଜଣକୁ ବ୍ୟାପୁଥିବା ପୁଷ୍ଟି ହୋଇସାରିଥିଲା। ସେତେବେଳକୁ ଭାଇରସ ଅନୁନ୍ୟ ୨୦ଟି ଦେଶକୁ ବ୍ୟାପି ସାରିଥିଲା। ଡବ୍ଲୁଏଚଓ ମୁଖ୍ୟ ସାମ୍ବାଦିକଙ୍କୁ କହିଥିଲେ ଯେ ଏହି ଘୋଷଣାର ମୁଖ୍ୟ କାରଣ ଏହା ନୁହେଁ ଯେ ଚୀନ୍ ରେ କଣ ହେଉଛି, ବରଂ ଏଥି ପାଇଁ ଯେ ଅନ୍ୟ ଦେଶମାନଙ୍କରେ କଣ ହେଉଛି?