LIVE TV
LIVE TV

ରାୟପୁର ମୈଦାନରେ ଭାରତ ହାରିନି ODI, ବାଭୁମା-ମହାରାଜଙ୍କ କମ୍‌ବ୍ୟାକ୍‌ରେ ଦ.ଆଫ୍ରିକା ସ୍ଥିତି ମଜବୁତ

NEWS7
indias-forex-reserves-surge-to-five-month-high-of--676-bn-usd

ଛଡିଶଗଡ ୦୩/୧୨ : ଛତିଶଗଡ଼ ରାୟପୁର ଷ୍ଟାଡିୟମରେ ଖେଳାଯିବ ଦ୍ୱିତୀୟ ଦିନିକିଆ । ସିରିଜ ବିଜୟ ଲକ୍ଷ୍ୟରେ ଟିମ ଇଣ୍ଡିଆ । ୩ ମ୍ୟାଚ ବିଶିଷ୍ଟ ସିରିଜରେ ୧-୦ରେ ଆଗୁଆ ଅଛି ଭାରତ । ଶୁଭମନ ଗିଲ ଆହତ କାରଣରୁ ଲୋକେଶ ରାହୁଲଙ୍କ ଅଧିନାୟକତ୍ବରେ ଖେଳିବ ଟିମ ଇଣ୍ଡିଆ । ରାଞ୍ଚିରେ ଖେଳାଯାଇଥିବା ପ୍ରଥମ ମ୍ୟାଚରେ କୋହଲି ଓ ରୋହିତଙ୍କ ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଥିଲା ।

ଆଜି ଦୁଇ ଟିମ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିପାରେ । ତେବେ କୋହଲି, ରୋହିତ ଭଲ ଫର୍ମରେ ଥିବାରୁ ଭାରତର ପଲ୍ଲା ଭାରୀ ରହିଛି । ସେପଟେ ଦକ୍ଷିଣ ଆଫ୍ରିକା ଟିମକୁ ଫେରିଛନ୍ତି ଟିମ ବାମା ଓ କେଶବ ମହାରାଜ। ତେଣୁ ପୂର୍ବ ଅପେକ୍ଷା ଭ୍ରମଣକାରୀ ଦଳ ଭଲ ପଦର୍ଶନ କରିବ ବୋଲି ଆଶାବାଦୀ ଅଛନ୍ତି କ୍ରିକେଟ ସମୀକ୍ଷକ । ଅନ୍ୟପକ୍ଷରେ, ଟିମ୍ ଇଣ୍ଡିଆ ଋତୁରାଜ ଗାୟକୱାଡ କିମ୍ବା ୱାଶିଂଟନ ସୁନ୍ଦରଙ୍କୁ ବେଞ୍ଚ କରିପାରିବ।

୨୦ ହଜାର ରନ୍ ଅଭିମୁଖେ ରୋହିତ:

ରାୟପୁରରେ ଦିନିକିଆରେ ରୋହିତ କରିବେ ଅଲୋଡା ରେକର୍ଡ । ୨୦ ହଜାର କରିବା ସହ ରୋହିତ ଶର୍ମା ଅନ୍ତର୍ଜାତୀୟ ରେକର୍ଡ କରିବେ । ରାୟପୁରରେ ୪୧ ରନ କରିବା ମାତ୍ରେ ସେ ଏହି ମାଇଲଖୁଣ୍ଟ ହାସଲ କରିବାରେ ଚତୁର୍ଥ ଭାରତୀୟ ହେବେ। ସେ ୫୦୩ ମ୍ୟାଚରେ ୧୯,୯୫୯ ରନ କରିଛନ୍ତି । ଅନ୍ୟପକ୍ଷରେ, ବିରାଟ କୋହଲି ୨୮ ହଜାର ରନ ପୂରଣ କରିବାଠାରୁ ୧୯୨ ରନ ଦୂରରେ ଅଛନ୍ତି ।

ରାୟପୁରରେ କୌଣସି ଦିନିକିଆ ହାରିନି ଭାରତ:

ଏପର୍ଯ୍ୟନ୍ତ ରାୟପୁରରେ କେବଳ ଗୋଟିଏ ଦିନିକିଆ ଖେଳାଯାଇଛି। ଜାନୁଆରୀ ୨୦୨୩ରେ ଭାରତ ନ୍ୟୁଜିଲ୍ୟାଣ୍ଡକୁ ୮ ୱିକେଟରେ ପରାସ୍ତ କରିଥିଲା। ସାମ୍ନାସାମ୍ନିରେ, ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ୫୯ ଦିନିକିଆ ଖେଳାଯାଇଛି। ଭାରତ ୨୮ଟିରେ ବିଜୟୀ ହୋଇଛି ଏବଂ ଦକ୍ଷିଣ ଆଫ୍ରିକା ୩୦ଟି ଦିନିକିଆ ଜିତିଛି। ଗୋଟିଏ ମ୍ୟାଚ୍ ମଧ୍ୟ ଅନିର୍ଣ୍ଣାୟକ ଥିଲା। ଉଭୟ ଭାରତରେ ୨୫ଟି ମ୍ୟାଚ୍ ଖେଳିଥିଲେ, ଟିମ୍ ଇଣ୍ଡିଆ ୧୫ଟିରେ ବିଜୟୀ ହୋଇଛି ଏବଂ ଦକ୍ଷିଣ ଆଫ୍ରିକା ୧୦ଟି ମ୍ୟାଚ୍ ଜିତିଛି।

ବାଦ୍ ପଡିବେ କି ଗାୟକୱାଡ?

ରାଞ୍ଚିରେ ଋତୁରାଜ ଗାୟକୱାଡଙ୍କୁ ସୁଯୋଗ ଦିଆଯାଇଥିଲା । ସେ ୪ ନମ୍ବରରେ ଆସିଥିଲେ କିନ୍ତୁ ୮ ରନ କରି ଆଉଟ ହୋଇଥିଲେ। ଏହି ମ୍ୟାଚ୍ ପୂର୍ବରୁ କେଏଲ ରାହୁଲ କହିଥିଲେ ଯେ ପନ୍ତ ମଧ୍ୟ ବ୍ୟାଟସମ୍ୟାନ ଭାବରେ ଖେଳିପାରିବେ । ଏପରି ପରିସ୍ଥିତିରେ ରାୟପୁରରେ ପନ୍ତଙ୍କୁ ସୁଯୋଗ ଦିଆଯାଇପାରେ । କାରଣ ତାଙ୍କୁ ନେଟ୍ସ ପ୍ରାକ୍ଟିସ୍ ରେ ବ୍ୟାଟିଂ କରୁଥିବାର ଦେଖାଯାଇଥିଲା । ଅଧିନାୟକ କେଏଲ ରାହୁଲ ନିଜେ ମ୍ୟାଚ୍ରେ ୱିକେଟ କିପର-ବ୍ୟାଟସମ୍ୟାନ ଦାୟିତ୍ୱ ତୁଲାଉଛନ୍ତି । କିନ୍ତୁ, ସେ ଅଭ୍ୟାସ କରିନଥିଲେ । ରୋହିତ, କୋହଲି ଏବଂ ସୁନ୍ଦର ମଧ୍ୟ ବ୍ୟାଟିଂ କରିଥିଲେ ।

ରୋହିତ ସର୍ବାଧିକ ସ୍କୋରର, ହର୍ଷିତଙ୍କ ସର୍ବାଧିକ ୱିକେଟ:

ରୋହିତ ଶର୍ମା ଏହି ବର୍ଷ ଭାରତ ପାଇଁ ସର୍ବାଧିକ ରନ କରିଛନ୍ତି । ସେ ଜାନୁଆରୀ ୨୦୨୫ ପରଠାରୁ ୫୧ ହାରରେ ୫୬୧ ରନ କରିଛନ୍ତି। ରୋହିତ ଗତ ମ୍ୟାଚ୍ ରେ ୫୭ ରନର ଇନିଂସ ଖେଳିଥିଲେ। ହର୍ଷିତ ରାଣା ୩ ୱିକେଟ ନେଇଥିଲେ। ହର୍ଷିତ ମଧ୍ୟ ଏହି ବର୍ଷ ୧୯ ୱିକେଟ ନେଇଛନ୍ତି।

​​​​​​​

ରାୟପୁରରେ ଟସ୍ ବଡ଼ ଫ୍ୟାକ୍ଟର:

ରାୟପୁରରେ ଟସ୍ ବଡ଼ ଫ୍ୟାକ୍ଟର । ଯାହା ବ୍ୟାଟସମ୍ୟାନଙ୍କୁ ସାହାଯ୍ୟ କରିବ। ଏହି ମ୍ୟାଚ୍ରେ ମଧ୍ୟ ଟସ୍ ଏକ ପ୍ରମୁଖ କାରଣ ସାବ୍ୟସ୍ତ ହୋଇପାରେ। ସନ୍ଧ୍ୟା ପରେ ରାୟପୁରରେ କାକର ସୃଷ୍ଟି ହେବା ଆରମ୍ଭ ହେବ। ପ୍ରଥମ ODI ସମୟରେ ରାଞ୍ଚିରେ ମଧ୍ୟ କାକର ଦେଖାଯାଇଥିଲା। ରାୟପୁର ପିଚ୍‌କୁ ସାଧାରଣତଃ ବ୍ୟାଟସମ୍ୟାନ୍‌ମ୍ୟାନଙ୍କ ପାଇଁ ସହାୟକ ବୋଲି ବିବେଚନା କରାଯାଏ। ଫଳସ୍ୱରୂପ, ଏକ ଉଚ୍ଚ ସ୍କୋରିଂ ମ୍ୟାଚ୍ ହେବାର ସମ୍ଭାବନା ଅଛି।