ପିଆଜ-ରସୁଣ ବିବାଦ ପାଇଁ ଭାଙ୍ଗିଲା ୨୩ ବର୍ଷର ବିବାହ, କୋର୍ଟରେ ପହଞ୍ଚିଲା ମାମଲା

NEWS7
indias-foreign-exchange-reserves-at-record-levels

ନୂଆଦିଲ୍ଳୀ ୧୦।୧୨; ଅହମଦାବାଦରେ ଏକ ଛାଡ଼ପତ୍ର ମାମଲା ଲୋକଙ୍କ ଧ୍ୟାନ ଆକର୍ଷଣ କରିଛି । ପିଆଜ ରସୁଣକୁ ନେଇ ୧୭ ବର୍ଷର ବୈବାହିକ ଜୀବନରେ ପୂର୍ଣ୍ଣଚ୍ଛେଦ ପଡ଼ିଛି । ଖାଇବାକୁ ନେଇ ଆରମ୍ଭ ହୋଇଥିବା ଏହି ଝଗଡ଼ା ଶେଷରେ ବୈବାହିକ ସମ୍ପର୍କକୁ ଭାଙ୍ଗିଦେଇଛି । ଏହି ମାମଲା ଏବେ ଗୁଜରାଟ ହାଇକୋର୍ଟରେ ପହଞ୍ଚିଛି । ୨୦୦୨ରେ ଦମ୍ପତିଙ୍କ ବିବାହ ହୋଇଥିଲା । ଉଭୟଙ୍କ ଖାଦ୍ୟ ପସନ୍ଦକୁ ନେଇ ପ୍ରଥମେ କାହାର ସମସ୍ୟା ନଥିଲା । ପତ୍ନୀ ସ୍ୱାମୀନାରାୟଣ ସମ୍ପ୍ରଦାୟର ଜଣେ ଭକ୍ତ। ତେଣୁ ନିଜର ଧାର୍ମିକ ନୀତିନିୟମର ଅଂଶବିଶେଷ ସେ ପିଆଜ-ରସୁଣଠୁ ସମ୍ପୂର୍ଣ୍ଣ ଦୂରରେ ରହନ୍ତି ।

କିନ୍ତୁ ତାଙ୍କ ସ୍ୱାମୀ ଓ ଶାଶୂ ପିଆଜ-ରସୁଣ ଖାଆନ୍ତି । ସମୟ ସହିତ ସେମାନଙ୍କ ଭୋଜନରେ ବିଭାଜନ ଦମ୍ପତିଙ୍କ ସମ୍ପର୍କରେ ଫାଟ ସୃଷ୍ଟି କଲା। ଅଲଗା ରୋଷେଇ ଆରମ୍ଭ ହେଲା ଏବଂ ପରିବାରରେ ଝଗଡ଼ା ମଧ୍ୟ ବଢ଼ିଲା । ଏହା ବୈବାହିକ ସମ୍ପର୍କ ଉପରେ ପ୍ରଭାବ ପକାଇଲା । ପତ୍ନୀ ନିଜ ସନ୍ତାନ ସହିତ ଶାଶୂଘର ଛାଡ଼ି ଚାଲିଗଲେ । ୨୦୧୩ରେ ସ୍ୱାମୀ ଅହମଦାବାଦ କୋର୍ଟରେ ଛାଡ଼ପତ୍ର ଆବେଦନ କଲେ ଏବଂ ଦାବି କଲେ ଯେ ଖାଦ୍ୟ ଅଭ୍ୟାସରେ ବୁଝାମଣା କରିବାକୁ ପତ୍ନୀ ମନା କରିବାରୁ ଝଗଡ଼ା ଓ ବିଚ୍ଛେଦ ସ୍ଥିତି ଉପୁଜିଲା । ୨୦୨୪ରେ ପରିବାର ଅଦାଲତରେ ଛାଡ଼ପତ୍ର ମଞ୍ଜୁର କଲେ ଏବଂ ପତ୍ନୀଙ୍କୁ ଭରଣପୋଷଣ ଦେବାକୁ ସ୍ୱାମୀଙ୍କୁ ନିର୍ଦ୍ଦେଶ ଦେଲେ ।

ପରିବାର ଅଦାଲତଙ୍କ ନିର୍ଦ୍ଦେଶକୁ ପତ୍ନୀ ଗୁଜରାଟ ହାଇକୋର୍ଟରେ ଚାଲେଞ୍ଜ୍ କଲେ । ତାଙ୍କର ଧାର୍ମିକ ଖାଦ୍ୟପେୟ କଟକଣାର ପ୍ରଭାବକୁ ସ୍ୱାମୀ ବଢ଼ାଇ ଚଢ଼ାଇ କହିଥିବା ପତ୍ନୀ କୋର୍ଟରେ ଯୁକ୍ତି କଲେ । ଅନ୍ୟପକ୍ଷେ, ସ୍ୱାମୀ କହିଲେ ଯେ ସେ ଓ ତାଙ୍କ ମା’ ବିନା ପିଆଜ ରସୁଣରେ ତାଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କଲେ ମଧ୍ୟ ଝଗଡ଼ା ଜାରି ରହିଲା । ଏ ନେଇ ସେ ଥରେ ମହିଳା ଥାନାରେ ଅଭିଯୋଗ କରିଥିବା କଥା ବି କୋର୍ଟରେ କହିଲେ । ହାଇକୋର୍ଟରେ ଶୁଣାଣି ସମୟରେ ପତ୍ନୀ ଛାଡ଼ପତ୍ରକୁ ବିରୋଧ କଲେ ନାହିଁ । ଅନ୍ୟପକ୍ଷେ, ସ୍ୱାମୀ ବକେୟା ଭରଣପୋଷଣ ଟଙ୍କା କିସ୍ତିରେ ପୈଠ କରିବେ ବୋଲି କହିଲେ । ଶେଷରେ ଦମ୍ପତିଙ୍କ ବିବାହ ବିଚ୍ଛେଦରେ ହାଇକୋର୍ଟ ମୋହର ମାରିଲେ ।