ଦୁଇ ଜଣ ଯୋଗ୍ୟ ଏବଂ ଅଭିଜ୍ଞ ବ୍ୟକ୍ତିଙ୍କୁ ରାଜ୍ୟସଭା ପଠାଯାଉଛି, ଦିଲ୍ଲୀପ ମଧ୍ୟ ନିଜସ୍ବ ଶକ୍ତିରେ ନିର୍ବାଚିତ ହୋଇଥିଲେ

NEWS7
indias-foreign-exchange-reserves-at-record-levels

ଭୁବନେଶ୍ବର ୩।୩: ବିଜେପିର ରାଜ୍ୟସଭା ପ୍ରାର୍ଥୀ ଘୋଷଣା ପରେ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟର ଦୁଇ ଜଣ ଯୋଗ୍ୟ ଏବଂ ଅଭିଜ୍ଞ ବ୍ୟକ୍ତିଙ୍କୁ ରାଜ୍ୟସଭା ପଠାଯାଉଛି । ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କୁ ଧନ୍ୟବାଦ । ସଭାପତି ମନମୋହନ ସାମଲ ଏବଂ ସୁଜିତ୍ କୁମାରଙ୍କୁ ପ୍ରାର୍ଥୀ କରାଯାଇଛି । ରାଜ୍ୟକୁ ସମୃଦ୍ଧ କରିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି । ମନମୋହନ ସାମଲ ତୃଣମୂଳ ସ୍ତରର ନେତା । ପୂର୍ବରୁ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ଅଭିଜ୍ଞତା ମନମୋହନଙ୍କ ପାଖେ ଅଛି । ସଂସଦରେ ତାଙ୍କ ସ୍ବର ସେ ଶାଣିତ କରିବେ । ସେହିପରି ସୁଜିତ୍ କୁମାର ଜଣେ ଉଚ୍ଚ ଶିକ୍ଷିତ । ରାଜ୍ୟସଭାରେ ପୂର୍ବରୁ ସେ ଅନେକ ସ୍ବର ଉଠାଇଛନ୍ତି । ସ୍ପଷ୍ଟ ବହୁମତ ଆମ ପାଖରେ ଅଛି । ୭୯ ବିଧାୟକ ଆମର ଅଛନ୍ତି । ସମର୍ଥକ ଭାବେ ସ୍ବାଧୀନ ବିଧାୟକ ୩ ଜଣ ଅଛନ୍ତି । ଏଥିରେ ଦ୍ୱିମତ ନାହିଁ ।

ଏ ଖବର ବି ପଢ଼ନ୍ତୁ:- ରାଜ୍ୟସଭା ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି, ମନମୋହନ ଏବଂ ସୁଜିତ୍ କୁମାରଙ୍କ ନାଁରେ ମୋହର

ସେହିଭଳି ଦିଲ୍ଲୀପ ରାୟ ଚତୁର୍ଥ ଆସନ ପାଇଁ ସ୍ବାଧୀନ ଭାବେ ଲଢ଼ିବାକୁ ଘୋଷଣା କରିଛନ୍ତି । ଦଳ ମଧ୍ୟ ତାଙ୍କୁ ସମର୍ଥନ ଦେବାକୁ ଘୋଷଣା କରିସାରିଛି । ଦିଲ୍ଲୀପ ରାୟ ଜଣେ ବିଚକ୍ଷଣ ବୁଦ୍ଧି ସମ୍ପନ୍ନ ରାଜନେତା । ତାଙ୍କର ଅଭିଜ୍ଞତା ଅନେକ । ନିଜସ୍ବ ଶକ୍ତିରେ ସେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ସ୍ପଷ୍ଟ ବହୁମତ ଚତୁର୍ଥ ଆସନ ପାଇଁ ନାହିଁ । ଆମ ଦଳ ସହ ମୁଁ ନିଜେ ମଧ୍ୟ ସହମତ ଅଛି । ସେ ନିଶ୍ଚୟ ବିଜୟ ଲାଭ କରିବେ ଏ ବିଶ୍ବାସ ମଧ୍ୟ ଅଛି ।

ଏ ଖବର ବି ପଢ଼ନ୍ତୁ:- ୩ୟ ଏବଂ ୪ର୍ଥ ଆସନ ପାଇଁ କମ୍ପିଟିସନ : ସମର୍ଥନ ମିଳିଲେ ସବୁ ଆସନ ମଧ୍ୟ ବିଜେପି ଜିତିପାରିବ

ରାଜ୍ୟସଭା ୪ର୍ଥ ସିଟ୍ ଲଢେଇ ଏବେ ବିଜେପି, ବିଜେଡି ଓ କଂଗ୍ରେସ ପାଇଁ ସ୍ବାଭିମାନର ପ୍ରଶ୍ନ ହୋଇ ଠିଆ ହୋଇଛି । ତେବେ ବିଜେପି ସମର୍ଥିତ ପ୍ରାର୍ଥୀ ଦିଲ୍ଲୀପ ରାୟ ନା ବିରୋଧୀ ବିଜେଡି ଓ କଂଗ୍ରେସ ସମର୍ଥିତ ପ୍ରାର୍ଥୀ ଦତ୍ତେଶ୍ବର ହୋତା କିଏ ହାତେଇବ ରାଜ୍ୟସଭାର ଚତୁର୍ଥ ଆସନ ତାହା ଦେଖିବା ବାକି ରହିଲା ।