ଆୟରଲ୍ୟାଣ୍ଡ ପ୍ରତି ଭାରତୀୟଙ୍କ ଅତୁଳନୀୟ ଅବଦାନ ରହିଛି: ଭାରତୀୟଙ୍କ ଉପରେ ଆକ୍ରମଣକୁ କଡ଼ା ନିନ୍ଦା କଲେ ଆଇରିଶ ରାଷ୍ଟ୍ରପତି

Published By : Prameya-News7 Bureau | August 12, 2025 IST

indiatoday

ନୂଆଦିଲ୍ଲୀ: ଆୟରଲ୍ୟାଣ୍ଡରେ ଭାରତୀୟଙ୍କ ଉପରେ ବଢ଼ୁଥିବା ହିଂସାତ୍ମକ ଆକ୍ରମଣକୁ କଡ଼ା ନିନ୍ଦା କରିଛନ୍ତି ଆୟରଲ୍ୟାଣ୍ଡ ରାଷ୍ଟ୍ରପତି ମାଇକେଲ୍ ଡି ହିଗିନ୍ସ। ଏଭଳି ଘଟଣା ସମ୍ପୂର୍ଣ୍ଣ ଘୃଣ୍ୟ ଏବଂ ଦେଶର ମୂଲ୍ୟବୋଧର ବିପରୀତରେ ବୋଲି ସେ କହିଛନ୍ତି। ତା' ଛଢ଼ା ଆୟରଲ୍ୟାଣ୍ଡରେ ଭାରତୀୟଙ୍କ ଅବଦାନ ଯଥେଷ୍ଠ ଅଧିକ ରହିଛି ବୋଲି ସେ କହିଛନ୍ତି। 

ଘଟଣାକୁ ନେଇ ପ୍ରତିକ୍ରିୟା ଦେଇ ହେଗିନ୍ସ ଗଭୀର ଚିନ୍ତା ବ୍ୟକ୍ତ କରିଥିଲେ। ଆଇରିଶ ଲୋକଙ୍କ ଜୀବନରେ ଭାରତୀୟଙ୍କର ଅତୁଳନୀୟ ଅବଦାନ ପାଇଁ କୃତଜ୍ଞତାର ଗଭୀର ଭାବନା ପ୍ରକାଶ କରିଥିଲେ। ତା' ସହିତ ଚିକିତ୍ସା, ନର୍ସିଂ, କେୟାରିଂ ପ୍ରଫେସନ୍ସ, ସଂସ୍କୃତି, ବ୍ୟବସାୟ ଏବଂ ଉଦ୍ୟୋଗରେ ଭାରତୀୟଙ୍କ ଭୂମିକା ଉପରେ ସେ ଆଲୋକପାତ କରିଥିଲେ। 

ଆୟରଲ୍ୟାଣ୍ଡରେ ଭାରତୀୟଙ୍କ ଉପରେ ହେଉଥିବା ଆକ୍ରମଣକୁ ନେଇ ଭାରତୀୟ ଦୂତାବାସ ପକ୍ଷରୁ ଚିନ୍ତା ପ୍ରକଟ କରାଯିବା ପରେ ଆୟରଲ୍ୟାଣ୍ଡ ପ୍ରଧାନମନ୍ତ୍ରୀ ଏହି ଅନୁତାପ କରିଛନ୍ତି। ଭାରତୀୟଙ୍କ ଉପସ୍ଥିତି, ସେମାନଙ୍କ କାମ, ସେମାନଙ୍କ ସଂସ୍କୃତି, ଆମ ସହଭାଗୀ ଜୀବନକୁ ସମୃଦ୍ଧି ଏବଂ ଉଦାରତାର ଉତ୍ସ ହୋଇଛି ବୋଲି ରାଷ୍ଟ୍ରପତି କହିଛନ୍ତି। 

ଏଥିସହିତ ଭାରତ ଓ ଆୟରଲ୍ୟାଣ୍ଡ ମଧ୍ୟରେ ଗଭୀର ଐତିହାସିକ ସମ୍ପର୍କକୁ ରହିଛି ବୋଲି ସେ କହିଛନ୍ତି। ସ୍ୱାଧିନତା ସଂଗ୍ରାମ, ଅଖିଳ ଭାରତୀୟ ମହିଳା ସମ୍ମିଳନୀ ପ୍ରତିଷ୍ଠା କରିବାରେ ଆୟରଲ୍ୟାଣ୍ଡ ମହିଳା ମାର୍ଗାରେଟ କଜିନ୍ସଙ୍କ ଭୂମିକା ଏବଂ ଦଶନ୍ଧି ଧରି "ଜୀବନ୍ତ" କୂଟନୈତିକ ସମ୍ପର୍କ ଆଦି ନେଇ ସେ ଆଲୋକପାତ କରିଥିଲେ।

ହିଗିନ୍ସ ଆହୁରି କହିଛନ୍ତି ଯେ ଏପରି ହିଂସାକାଣ୍ଡ ଆମ ସମସ୍ତଙ୍କୁ ନିମ୍ନ କରିଦିଏ ଏବଂ ଭାରତୀୟ ଲୋକେ ଆମ ଦେଶ ପାଇଁ ଆଣିଥିବା ଅମାପ ଲାଭକୁ ଲୁଚାଇ ଦିଏ। ଏଥିସହିତ ହିଗିନ୍ସ ସୋସିଆଲ୍ ମିଡିଆରେ ଘୃଣା କିମ୍ବା ହିଂସା ପାଇଁ ପ୍ରରୋଚନାର ବାର୍ତ୍ତା ପୋଷ୍ଟ ନ କରିବାକୁ ସେ ଚେତାବନୀ ଦେଇଛନ୍ତି। ଏଭଳି କାଣ୍ଡ ଆୟର୍ଲ୍ୟାଣ୍ଡର ମୂଳ ଆଦର୍ଶ ଯେପରିକି ଆତିଥ୍ୟ, ବନ୍ଧୁତା ଏବଂ ଅନ୍ୟମାନଙ୍କ ପ୍ରତି ଯତ୍ନ ଏସବୁ ନଷ୍ଟ କରୁଛି। 

ଏହି ନୀତିଗୁଡ଼ିକ ଆଜି ଆଇରିଶ ସମାଜର ଅଂଶ ହୋଇଥିବା ସମସ୍ତଙ୍କ ପାଇଁ ପ୍ରଯୁଜ୍ୟ ହେବା ଉଚିତ। ହିଗିନ୍ସ ଆହୁରି କହିଛନ୍ତି  ଯେ ଆୟରଲ୍ୟାଣ୍ଡକୁ ଏପରି ଏକ ସମାଜ ରହିବାକୁ ପଡିବ ଯେଉଁଥିରେ ସମସ୍ତ ସମ୍ପ୍ରଦାୟ ସୁରକ୍ଷା, ମର୍ଯ୍ୟାଦା ଏବଂ ପାରସ୍ପରିକ ସମ୍ମାନ ସହିତ ରହିପାରିବେ।"

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.