ଭାରତ-ପାକିସ୍ତାନ ଟେନସନ୍ ଭିତରେ ରେଳବାଇର ବଡ଼ ଘୋଷଣା, ଏହି ରୁଟ୍‌ରେ ଚାଲିବ ୩ ସ୍ପେଶାଲ ଟ୍ରେନ୍

Published By : Prameya-News7 Bureau | May 09, 2025 IST

ନୂଆଦିଲ୍ଲୀ ୯: ଭାରତ-ପାକିସ୍ତାନ ଟେନସନ୍ ମଧ୍ୟରେ ଭାରତୀୟ ରେଳବାଇ ପକ୍ଷରୁ ବଡ଼ ଘୋଷଣା କରାଯାଇଛି । ବର୍ତ୍ତମାନର ସ୍ଥିତିକୁ ଦୃଷ୍ଟିରେ ରଖି ଜମ୍ମୁ ଏବଂ ଉଧମପୁରରୁ ଦିଲ୍ଲୀ ପାଇଁ ତିନୋଟି ସ୍ପେଶାଲ ଟ୍ରେନ୍ ଚଲାଇବା ପାଇଁ ଭାରତୀୟ ରେଳବାଇ ଯୋଜନା ପ୍ରସ୍ତୁତ କରିଛି । ଭାରତୀୟ ରେଳବାଇ ଅନୁସାରେ, ଯାତ୍ରୀଙ୍କ ସୁବିଧା ଏବଂ ଦାବିକୁ ଧ୍ୟାନରେ ରଖି ଏହି ପଦକ୍ଷେପ ନିଆଯାଇଛି । 

ଯୁଦ୍ଧ ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତୀୟ ରେଳବାଇ ଜମ୍ମୁ ଏବଂ ଉଧମପୁରରୁ ଦିଲ୍ଲୀକୁ ତିନୋଟି ସ୍ବତନ୍ତ୍ର ଟ୍ରେନ୍‌ ଚଳାଚଳ ନେଇ ଘୋଷଣା କରିଛି । ରେଲଓ୍ବେ ଅଧିକାରୀ କହିଛନ୍ତି ଯେ, ଏହି ଟ୍ରେନ୍ ଚଳାଚଳ କରିବାର ଉଦ୍ଦେଶ୍ୟ ଯାତ୍ରୀଙ୍କୁ ସୁରକ୍ଷିତ ଏବଂ ସୁବିଧାଜନକ ଯାତ୍ରା କରାଇବା । ବିଶେଷକରି ଯେଉଁମାନେ ଯାତ୍ରାଜନିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ସେହି ଲୋକଙ୍କୁ ସୁବିଧା ପ୍ରଦାନ କରିବା ପାଇଁ ଏହି ସ୍ବତନ୍ତ୍ର ଟ୍ରେନ୍ ଚଳାଚଳ କରିବ । ଏହା ବ୍ୟତୀତ ଅନ୍ୟ କୌଣସି ସୂଚନା ରେଳବାଇ ପକ୍ଷରୁ ଦିଆଯାଇନାହିଁ ।



ଏହି ସ୍ପେଶାଲ ଟ୍ରେନ୍‌ର ସିଡ୍ୟୁଲ ଏବଂ ବୁକିଂର ସୂଚନା ଭାରତୀୟ ରେଳବାଇର ଅଫିସିଆଲ ଓ୍ବେବସାଇଟ୍‌ରେ ଉପଲବ୍ଧ ହେବ । ଏ ନେଇ ଆହୁରି ମଧ୍ୟ ଅଧିକ ସୂଚନା ଆସିପାରେ ବୋଲି କୁହାଯାଉଛି ।

ଉଲ୍ଲେଖଯୋଗ୍ୟ ଯେ, ମେ' ୮ ଏବଂ୯ ତାରିଖ ରାତିରେ ପାକିସ୍ତାନ ସେନା ପଶ୍ଚିମ ସୀମାରେ ଡ୍ରୋନ୍ ଏବଂ ଅନ୍ୟ ଅସ୍ତ୍ରଶସ୍ତ୍ର ଦ୍ବାରା ହମ୍‌ଲା କରିଛି । ଏହାସହ ଜମ୍ମୁ କାଶ୍ମୀର ଏଲ୍‌ଓସିରେ ମଧ୍ୟ ବାରମ୍ବାର ଅସ୍ତ୍ର ବିରତି ଉଲଙ୍ଘନ କରିଛି । ଭାରତ ସୀମାରେ ଅନୁପ୍ରବେଶ ଏବଂ ଅସ୍ଥିରତା ସୃଷ୍ଟି କରିବା ଏହି ହମ୍‌ଲାର ଉଦ୍ଦେଶ୍ୟ । କିନ୍ତୁ ଭାରତ ଏହାର ମୁହଁତୋଡ ଜବାବ ଦେଇଛି ।

ସେପଟେ ଭାରତ ପକ୍ଷରୁ ଏହା ମଧ୍ୟ କୁହାଯାଇସାରିଛି ଯେ 'ଅପରେସନ୍ ସିନ୍ଦୂର' ଏବେ ବି ଜାରି ରହିଛି, ସେପର୍ଯ୍ୟନ୍ତ ଜାରି ରହିବ ଯେପର୍ଯ୍ୟନ୍ତ ଆତଙ୍କବାଦୀ ମାନେ ସଫା ହୋଇନାହାନ୍ତି । ଏହାର ଅର୍ଥ ଭାରତୀୟ ସେନା ଆତଙ୍କବାଦୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ।

You Can Read:

ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ସୁରକ୍ଷା ବଢ଼ିଲା: ମିଳିଲା ୪ ସ୍ତରୀୟ ସୁରକ୍ଷା, ଆସନ୍ତାକାଲି ଗୁରୁତ୍ୱପୂର୍ଣ୍ଣ ବୈଠକ

 

  • Indian Railway
  • India Pakistan Tensions
  • Operation Sindoor
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.