ବାଲିଯାତ୍ରା ୨୦୨୫
LIVE TV

ଧନୁ ରାଶି ବ୍ୟକ୍ତିଙ୍କ ପାଇଁ ଭାଗ୍ୟ ସପକ୍ଷରେ ରହିବ, କର୍ମକ୍ଷେତ୍ରରେ ସଫଳତା ପାଇଁ ନୂତନ ସୁଯୋଗ ମିଳିବ

NEWS7
indian-people-eat-2-4-crore-hajmola-every-day

ମେଷ- ଦିନଟିରେ ମନରେ ଉତ୍ସାହ ଭରି ରହିବ। କର୍ମକ୍ଷେତ୍ରରେ ସମସ୍ତ କାର୍ଯ୍ୟ ସଫଳତାର ସହ ସମ୍ପାଦିତ ହେବ। ଆର୍ଥିକ ଦିଗରୁ ଦିନଟି ବେଶ୍ ଶୁଭ ରହିଛି। ପାରିବାରିକ ଜୀବନରେ ଆନନ୍ଦ ଏବଂ ଶାନ୍ତି ବଜାୟ ରହିବ। ନୂତନ ଯୋଜନା ଆରମ୍ଭ କରିବା ପାଇଁ ଦିନଟି ଅତ୍ୟନ୍ତ ଅନୁକୂଳ ଅଟେ।

ବୃଷ- ନିଜର ବାଣୀ ଉପରେ ସଂଯମତା ରଖିବା ଜରୁରୀ ଅଟେ, ନଚେତ୍ କୌଣସି ବାଦବିବାଦରେ ଫସିପାରନ୍ତି। ଅର୍ଥ ସମ୍ବନ୍ଧୀୟ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଗୁରୁଜନଙ୍କ ପରାମର୍ଶ ନିଅନ୍ତୁ। ପରିଶ୍ରମର ଫଳ ବିଳମ୍ବରେ ମିଳିଲେ ମଧ୍ୟ ସନ୍ତୋଷଜନକ ହେବ। ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ। ଦାମ୍ପତ୍ୟ ଜୀବନରେ ମଧୁରତା ରହିବ।

ମିଥୁନ- ଦିନଟି ଶୁଭଙ୍କର ରହିବ। ବୁଦ୍ଧି ଏବଂ ଚତୁରତା ଯୋଗୁ କର୍ମକ୍ଷେତ୍ରରେ ସମସ୍ତ ବାଧାବିଘ୍ନ ଦୂର ହେବ। ବନ୍ଧୁମାନଙ୍କ ସହଯୋଗ ମିଳିବାରୁ ମନ ଆନନ୍ଦିତ ରହିବ। ଆର୍ଥିକ ଲାଭର ଯୋଗ ରହିଛି। ଶିକ୍ଷା କ୍ଷେତ୍ରରେ ଛାତ୍ରଛାତ୍ରୀମାନେ ଭଲ ପ୍ରଦର୍ଶନ କରିବେ। ଯାତ୍ରାର ସମ୍ଭାବନା ଅଛି।

କର୍କଟ- ମାନସିକ ଶାନ୍ତି ବଜାୟ ରଖିବା ପାଇଁ ଅଧିକ ଚେଷ୍ଟା କରିବାକୁ ପଡ଼ିବ। ଅଯଥା ଚିନ୍ତାକୁ ନିଜଠାରୁ ଦୂରେଇ ରଖିବା ଜରୁରୀ। କୌଣସି ଗୁପ୍ତ ଶତ୍ରୁ ଆପଣଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରିପାରନ୍ତି, ତେଣୁ ସାବଧାନ ରୁହନ୍ତୁ। ପରିବାର ସଦସ୍ୟଙ୍କ ସହ ସମୟ ଅତିବାହିତ କରନ୍ତୁ। ଭଗବାନ ଶିବଙ୍କର ଆରାଧନା ଆପଣଙ୍କୁ ଶାନ୍ତି ପ୍ରଦାନ କରିବ।

ସିଂହ- ଆତ୍ମବିଶ୍ୱାସ ବଢ଼ିବ ଏବଂ ସମସ୍ତ କାର୍ଯ୍ୟକୁ ଦୃଢ଼ତାର ସହ ସମ୍ପାଦନ କରିବେ। କର୍ମକ୍ଷେତ୍ରରେ ଆପଣଙ୍କୁ ଉଚ୍ଚ ଅଧିକାରୀମାନଙ୍କର ସହଯୋଗ ମିଳିବ। ସାମାଜିକ କ୍ଷେତ୍ରରେ ମାନ ସମ୍ମାନ ବୃଦ୍ଧି ପାଇବ। ଅର୍ଥ ଉପାର୍ଜନର ନୂତନ ରାସ୍ତା ଖୋଲିବ। ଦାମ୍ପତ୍ୟ ଜୀବନ ସୁଖମୟ ରହିବ।

କନ୍ୟା- ନିଜ ସ୍ୱାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ। କାର୍ଯ୍ୟର ଚାପ ଯୋଗୁ ଥକାପଣ ଅନୁଭବ କରିପାରନ୍ତି। କୌଣସି ନିଷ୍ପତ୍ତି ନେବାରେ ବିଳମ୍ବ ହୋଇପାରେ, ତେଣୁ ଶୀଘ୍ର କାର୍ଯ୍ୟ ସମାପନ କରିବାକୁ ଚେଷ୍ଟା କରନ୍ତୁ। ଆର୍ଥିକ କାରବାରରେ ସାବଧାନ ରୁହନ୍ତୁ। ଆଧ୍ୟାତ୍ମିକ ଭାବନା ବୃଦ୍ଧି ପାଇବ।

ତୁଳା- ସମସ୍ତ କାର୍ଯ୍ୟରେ ସନ୍ତୁଳନ ବଜାୟ ରହିବ ଏବଂ ଆପଣ ସଫଳ ହେବେ। ଅଂଶୀଦାରୀ ବ୍ୟବସାୟରେ ଲାଭ ମିଳିବାର ଯୋଗ ରହିଛି। ପ୍ରେମ ସମ୍ପର୍କରେ ଥିବା ବ୍ୟକ୍ତିବିଶେଷଙ୍କ ପାଇଁ ଦିନଟି ଅତ୍ୟନ୍ତ ଅନୁକୂଳ। ଆର୍ଥିକ ସ୍ଥିତି ମଜଭୁତ ରହିବ। ସନ୍ଧ୍ୟା ସମୟରେ ବନ୍ଧୁମାନଙ୍କ ସହ ସମୟ ଅତିବାହିତ କରିବେ।

ବିଛା- କାର୍ଯ୍ୟକ୍ଷେତ୍ରରେ ପ୍ରଭାବ ବୃଦ୍ଧି ପାଇବ। ଅଧିକ ପରିଶ୍ରମ କରିବାକୁ ପଡ଼ିବ, କିନ୍ତୁ ଏହାର ଫଳ ମିଳିବ। କୌଣସି ପୈତୃକ ସମ୍ପତ୍ତି ସମ୍ବନ୍ଧୀୟ ସମସ୍ୟାର ସମାଧାନ ହେବାର ସମ୍ଭାବନା ଅଛି। ହଠାତ୍ ଧନ ଲାଭର ଯୋଗ ରହିଛି। ମାନସିକ ଶାନ୍ତି ପାଇବା ପାଇଁ ଧ୍ୟାନ କରନ୍ତୁ। ବାହାନ ଚଳାଇବାରେ ସତର୍କ ରୁହନ୍ତୁ।

ଧନୁ- ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ। କର୍ମକ୍ଷେତ୍ରରେ ସଫଳତା ପାଇଁ ନୂତନ ସୁଯୋଗ ମିଳିବ। ଆପଣଙ୍କ ଦ୍ୱାରା ନିଆଯାଇଥିବା ନିଷ୍ପତ୍ତିଗୁଡ଼ିକ ଲାଭଦାୟକ ପ୍ରମାଣିତ ହେବ। ଶିକ୍ଷା କ୍ଷେତ୍ରରେ ଉନ୍ନତି ଦେଖାଦେବ। ଧର୍ମ ଏବଂ ଆଧ୍ୟାତ୍ମିକ କାର୍ଯ୍ୟରେ ଆଗ୍ରହ ବଢ଼ିବ। ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ।

ମକର- କାର୍ଯ୍ୟର ଅଧିକ ଚାପ ଯୋଗୁ କିଛିଟା କ୍ଳାନ୍ତ ଅନୁଭବ କରିପାରନ୍ତି, ତେଣୁ ବିଶ୍ରାମ ନିଅନ୍ତୁ। ଆର୍ଥିକ କ୍ଷେତ୍ରରେ ପରିସ୍ଥିତି ସାମାନ୍ୟ ରହିବ, ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବା ଜରୁରୀ। ପରିବାରରେ କୌଣସି ବୃଦ୍ଧ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଧୈର୍ଯ୍ୟର ସହିତ ସମସ୍ତ କାର୍ଯ୍ୟ ସମ୍ପାଦନ କରନ୍ତୁ। ଅନ୍ୟମାନଙ୍କୁ ସାହାଯ୍ୟ କରିବା ଦ୍ୱାରା ଶାନ୍ତି ମିଳିବ।

କୁମ୍ଭ- ନିଜର ବଡ଼ ଭାଇ କିମ୍ବା ବନ୍ଧୁମାନଙ୍କର ସହଯୋଗ ମିଳିବ। ଆୟର ଉତ୍ସ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ସାମାଜିକ ସ୍ତରରେ ଆପଣଙ୍କର କାର୍ଯ୍ୟକୁ ପ୍ରଶଂସା ମିଳିବ। ନିଜର ଲକ୍ଷ୍ୟ ହାସଲ କରିବା ପାଇଁ ନିଷ୍ଠାର ସହିତ କାର୍ଯ୍ୟ କରନ୍ତୁ। ଦାମ୍ପତ୍ୟ ଜୀବନ ଆନନ୍ଦମୟ ରହିବ।

ମୀନ- କର୍ମକ୍ଷେତ୍ରରେ ଉଚ୍ଚ ଅଧିକାରୀମାନଙ୍କର ଆଶୀର୍ବାଦ ଏବଂ ସହଯୋଗ ଆପଣଙ୍କୁ ମିଳିବ। ନୂତନ ଚାକିରି କିମ୍ବା ପଦୋନ୍ନତିର ସୁଯୋଗ ରହିଛି। କୌଣସି ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ କରିବାରେ ସକ୍ଷମ ହେବେ। ଆର୍ଥିକ ଦିଗରୁ ଦିନଟି ଶୁଭ ଅଟେ। ଧର୍ମ ଏବଂ ପୂଜାପାଠରେ ମନ ଲାଗିବ। ଶାରୀରିକ ସ୍ୱାସ୍ଥ୍ୟ ଭଲ ରହିବ।

ଜ୍ୟୋତିର୍ବିଦ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ – ୮୨୪୯୮୨୬୬୮୨