Live Live
LIVE

ଇରାନ ଯୁଦ୍ଧର ପ୍ରଭାବ: ହଠାତ୍ ବନ୍ଦ ହେଲା କମର୍ସିଆଲ୍ ଏଲପିଜି ସିଲିଣ୍ଡର ସପ୍ଲାଏ, ପ୍ରଭାବରେ ବନ୍ଦ ରହିବ ହୋଟେଲ୍

NEWS7
indian-navy-will-get-new-warship-know-when

ନୂଆଦିଲ୍ଲୀମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁ ସାରା ବିଶ୍ୱ ସମେତ ଭାରତରେ ଉପରେ ଏହାର ପ୍ରଭାବ ପଡ଼ିଲାଣି। କମର୍ସିଆଲ୍ ଏଲପିଜି ସିଲିଣ୍ଡର ଯୋଗାଣ ହଠାତ୍ ବନ୍ଦ ହୋଇଯିବାରୁ ବେଙ୍ଗାଲୁରୁରେ ହୋଟେଲ୍ ଶିଳ୍ପ ପ୍ରଭାବିତ ହୋଇଛି। ବାଙ୍ଗାଲୋର ହୋଟେଲ ଆସୋସିଏସନ ଅନୁଯାୟୀ,ମଙ୍ଗଳବାରଠାରୁ ବେଙ୍ଗାଲୁରୁରରେ ହୋଟେଲଗୁଡ଼ିକ ବନ୍ଦ ହୋଇପାରେ। ଯେଉଁମାନେ ଦୈନନ୍ଦିନ ଖାଦ୍ୟ ପାଇଁ ହୋଟେଲ ଉପରେ ନିର୍ଭର କରନ୍ତି ସେମାନେ ଏଥିରେ ପ୍ରଭାବିତ ହୋଇପାରନ୍ତି ବୋଲି ଶିଳ୍ପ ସଂଗଠନ କହିଛି।

ସୋମବାର ଆସୋସିଏସନ ପକ୍ଷରୁ ଜାରି ହୋଇଥିବା ନୋଟିସରେ କୁହାଯାଇଛି ଯେ ବିନା ପୂର୍ବ ସତର୍କ ସୂଚନାରେ ବାଣିଜ୍ୟିକ ଗ୍ୟାସ ସିଲିଣ୍ଡର ଯୋଗାଣ ବନ୍ଦ କରାଯାଇଛି। ଏଭଳି ସ୍ଥିତି ରହିଲେ ଯୋଗାଣ ପୁନଃ ଆରମ୍ଭ ନ ହେବା ପର୍ଯ୍ୟନ୍ତ ସହରରେ ସମସ୍ତ ହୋଟେଲ୍ ବନ୍ଦ କରିବାକୁ ବାଧ୍ୟ ହେବେ ବୋଲି ସଂଗଠନ ଚେତାବନୀ ଦେଇଛି।

ସଂଗଠନ କହିଛି “ଆଜିଠାରୁ ବାଣିଜ୍ୟିକ ବ୍ୟବହାର ପାଇଁ ଗ୍ୟାସ ସିଲିଣ୍ଡର ଯୋଗାଣ ବନ୍ଦ କରାଯାଇଛି। ହୋଟେଲ ଶିଳ୍ପକୁ ଅତ୍ୟାବଶ୍ୟକ ସେବା ଭାବରେ ବର୍ଗୀକୃତ କରାଯାଇଥିବାରୁ, ସାଧାରଣ ଲୋକ, ବରିଷ୍ଠ ନାଗରିକ, ଛାତ୍ର, ମେଡିକାଲ ଏବଂ ଏହା ଉପରେ ନିର୍ଭର କରୁଥିବା ଅନ୍ୟାନ୍ୟ ବ୍ୟକ୍ତିମାନେ ସେମାନଙ୍କର ଦୈନନ୍ଦିନ ଖାଦ୍ୟରେ ଅସୁବିଧାର ସମ୍ମୁଖୀନ ହେବେ।”ଏଥିରେ ଆହୁରି କୁହାଯାଇଛି ଯେ ଏହି ବାଧା ଦୈନନ୍ଦିନ ରୋଷେଇ କାର୍ଯ୍ୟ ଉପରେ ନିର୍ଭର କରୁଥିବା ହୋଟେଲ ବ୍ୟବସାୟଗୁଡ଼ିକୁ ମଧ୍ୟ ପ୍ରଭାବିତ କରିବ। ଏହା ବ୍ୟତୀତ, ଗ୍ୟାସ ଯୋଗାଣ ସ୍ୱାଭାବିକ ନହେବା ପର୍ଯ୍ୟନ୍ତ ଆମର ହୋଟେଲ ଶିଳ୍ପକୁ ମଧ୍ୟ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ ବୋଲି ନୋଟିସରେ କୁହାଯାଇଛି।

ପଶ୍ଚିମ ଏସିଆରେ ଆମେରିକା, ଇସ୍ରାଏଲ ଏବଂ ଇରାନ ସହିତ ଚାଲିଥିବା ସଂଘର୍ଷ ଯୋଗୁଁ ବିଶ୍ୱ ଶକ୍ତି ବଜାର ଅସ୍ଥିରତାର ସମ୍ମୁଖୀନ ହେଉଥିବାରୁ ଏହି ବାଧା ସୃଷ୍ଟି ହୋଇଛି। ଏହି ସଙ୍କଟ ତୈଳ ଏବଂ ଗ୍ୟାସ ଯୋଗାଣ ମାର୍ଗକୁ ବାଧାପ୍ରାପ୍ତ କରିଛି ଏବଂ ଗ୍ଲୋବାଲ ଏନର୍ଡି ମୂଲ୍ୟ ପ୍ରତି ବ୍ୟାରେଲ ୧୦୦ ଡଲାର ଅତିକ୍ରମ କରିଛି। ଯାହା ଭାରତ ସମେତ ଅନେକ ଦେଶରେ ଏଲପିଜି ଏବଂ ଅନ୍ୟାନ୍ୟ ଇନ୍ଧନର ଉପଲବ୍ଧତା ଉପରେ ଚିନ୍ତା ସୃଷ୍ଟି କରିଛି।

ଭାରତ ଏଲପିଜି ପାଇଁ ଆମଦାନୀ ଉପରେ ବହୁଳ ଭାବେ ନିର୍ଭରଶୀଳ ହୋଇଥାଏ। ଅଧିକାଂଶ ଆମଦାନୀ ଉପସାଗରୀୟ ଦେଶଗୁଡ଼ିକରୁ ଆସେ ଏବଂ ଏହା ପ୍ରମୁଖ ବିଶ୍ୱ ଶକ୍ତି ମାର୍ଗ, ଷ୍ଟ୍ରେଟ୍ ଅଫ୍ ହର୍ମୁଜ୍ ଜଳପଥ ଦେଇ ଆସେ। ଏହି ଅଞ୍ଚଳରେ ଯେକୌଣସି ବାଧା ଘରୋଇ ବଜାରରେ ଯୋଗାଣ ଏବଂ ମୂଲ୍ୟକୁ ପ୍ରଭାବିତ କରିପାରେ। ବର୍ତ୍ତମାନ ଇରାନ ଷ୍ଟ୍ରେଟ୍ ଅଫ ହରମୁଜକୁ ବନ୍ଦ କରିଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହେଉଛି।

ଆସୋସିଏସନ ଅନୁଯାୟୀ, ତୈଳ କମ୍ପାନୀଗୁଡ଼ିକ ପୂର୍ବରୁ ସୂଚାଇ ଦେଇଥିଲେ ଯେ ୭୦ ଦିନ ପାଇଁ ଏଲପିଜି ଯୋଗାଣରେ କୌଣସି ବାଧା ସୃଷ୍ଟି ହେବ ନାହିଁ। ତେଣୁ ହଠାତ୍ ବନ୍ଦ ହେବା ଶିଳ୍ପ ପାଇଁ ଏକ ଝଟକା ପାଲଟିଛି। I ଘଟଣାକୁ ନେଇ ହୋଟେଲ ସଂଗଠନ କେନ୍ଦ୍ର ସରକାରଙ୍କର ହସ୍ତକ୍ଷେପ ଲୋଡ଼ିଛି। ସରକାର ହସ୍ତକ୍ଷେପ କରି ଯଥାଶୀଘ୍ର ଯୋଗାଣ ପୁନରୁଦ୍ଧାର କରିବାକୁ ଅନୁରୋଧ ଶିଳ୍ପ। ଏନେଇ ନୋଟିସ୍ରେ କୁହାଯାଇଛି " ଆମେ ଆଶା କରୁଛୁ ଯେ ସମ୍ପୃକ୍ତ କେନ୍ଦ୍ର ମନ୍ତ୍ରୀମାନେ ଏ ସମ୍ପର୍କରେ ତୁରନ୍ତ ପଦକ୍ଷେପ ନେବେ ଏବଂ ବାଣିଜ୍ୟିକ ଗ୍ୟାସ ଯୋଗାଣ ପୁନଃ ଆରମ୍ଭ କରିବେ ଏବଂ ହୋଟେଲ ଶିଳ୍ପକୁ ସହାୟତା ଯୋଗାଇବେ।"

ଏଥିସହିତ ଚେତାବନୀ ଦେଇ ସଂଘ କହିଛି ଯେ ଯଦି ପରିସ୍ଥିତି ଏପରି ଜାରି ରହେ, ତେବେ ମଙ୍ଗଳବାରଠାରୁ ସହର ସାରା ହୋଟେଲଗୁଡ଼ିକ ବନ୍ଦ ହୋଇଯିବ। ଗ୍ୟାସ ଯୋଗାଣ ବନ୍ଦ ହୋଇଯିବାରୁ ଆସନ୍ତାକାଲିଠାରୁ ହୋଟେଲଗୁଡ଼ିକ ବନ୍ଦ ରହିବ ବୋଲି ସଂଗଠନ କହିଛି।