ପାକିସ୍ତାନର କରାଚି ବନ୍ଦର ଉପରେ ହମଲା କରିବାକୁ ପ୍ରସ୍ତୁତ ଥିଲେ ଭାରତୀୟ ନୌସେନା: DGNO

Published By : Prameya-News7 Bureau | May 11, 2025 IST

ନୂଆଦିଲ୍ଲୀ: ପହଲଗାମ ଆତଙ୍କୀ ହମଲା ପରେ ଭାରତର ତିନି ସେନା ମେ ୭ ତାରିଖରେ ପାକିସ୍ତାନ ଓ ପାକିସ୍ତାନ ଅଧିକୃତ କାଶ୍ମୀର(ପିଓକେ)ରେ ୯ ଆତଙ୍କୀ କେନ୍ଦ୍ର ଉପରେ ଏୟାରଷ୍ଟ୍ରାଇକ କରି ଧ୍ଵଂସ କରିଥିଲେ। ଏହା ପରେ ଉତ୍ପନ ସ୍ଥିତିରେ ପାକିସ୍ତାନ ବିରୋଧରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ବିଷୟରେ ରବିବାର ଯୁଗ୍ମ ସାମ୍ବାଦିକ ସମ୍ମିଳନୀରେ ବିସ୍ତୃତ ତଥ୍ୟ ଦେଇଛନ୍ତି ଭାରତୀୟ ସେନା। 

ଡିରେକ୍ଟର ଜେନେରାଲ ଅଫ ନାଭାଲ୍ ଅପରେସନ(ଡିଜିଏନଓ) ଭାଇସ୍ ଆଡମିରାଲ ଏଏନ ପ୍ରମୋଦ କହିଛନ୍ତି, ଭାରତୀୟ ନୌସେନା ମେ ୯ ରାତିରେ ପାକିସ୍ତାନର ସମୁଦ୍ରୀ ସୀମାରୁ ଏହାର ଗୁରୁତ୍ଵପୂର୍ଣ୍ଣ ପ୍ରତିଷ୍ଠାନ, କରାଚି ବନ୍ଦର ସହିତ ଅନେକ ଲକ୍ଷ୍ୟକୁ ନିଶାଣ କରିବା ଏବଂ ଧ୍ଵଂସ କରିବା ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ହୋଇ ରହିଥିଲେ। କେବଳ ଭାରତ ସରକାରଙ୍କ ନିର୍ଦ୍ଦେଶର ଅପେକ୍ଷାରେ ଥିଲା ନୌସେନା। ଭାଇସ ଭାରତୀୟ ନୌସେନା ସବୁ ପ୍ରକାରର କାର୍ଯ୍ୟାନୁଷ୍ଠାନ ନେବାକୁ ସଂପୂର୍ଣ୍ଣ ସକ୍ଷମ ବୋଲି କହିଛନ୍ତି ଆଡମିରାଲ ଏଏନ ପ୍ରମୋଦ

Also read: ପାକିସ୍ତାନର ସମସ୍ତ ହମଲା ବିଫଳ: ଡ୍ରୋନ୍ ଓ ମିସାଇଲ୍ ଆଟାକ୍‌କୁ ନିଷ୍କ୍ରିୟ କରିଥିଲା ବାୟୁ ପ୍ରତିରକ୍ଷା ପ୍ରଣାଳୀ

ଅପରେସନ ସିନ୍ଦୂରକୁ ନେଇ ତିନି ସେନାର ଯୁଗ୍ମ ସାମ୍ବାଦିକ ସମ୍ମିଳନୀ ସମୟରେ ଭାଇସ୍ ଆଡମିରାଲ ଏଏନ ପ୍ରମୋଦ କହିଛନ୍ତି, ଏପ୍ରିଲ ୨୨ରେ ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦୀଙ୍କ ଦ୍ଵାରା ଜମ୍ମୁ-କାଶ୍ମୀରର ପହଲଗାମରେ ନିର୍ଦ୍ଦୋଷ ପର୍ଯ୍ୟଟକଙ୍କ ଉପରେ ହମଲା କରାଗଲା। ଏହା ପରେ ନୌସେନା ନିଜର ଯବାନ, ଯୁଦ୍ଧପୋତ, ବୁଡ଼ାଜାହାଜ ଓ ଲଢୁଆ ବିମାନକୁ ତୁରନ୍ତ ତତ୍ପରତାର ସହିତ ସମୁଦ୍ରରେ ମୁୟତନ କରାଯାଇଥିଲା। ଆମେ ଆତଙ୍କବାଦୀ ହମଲାର ୯୬ ଘଣ୍ଟା ଭିତରେ ଆରବ ସାଗରରେ ନିଜର ଅସ୍ତ୍ରଶସ୍ତ୍ର ଓ ଲଢୁଆ ଜାହାଜକୁ ଆରବ ସାଗରରେ ଶତ୍ରୁ ବିରୋଧରେ ନିର୍ଣ୍ଣାୟକ କାର୍ଯ୍ୟାନୁଷ୍ଠାନ ପାଇଁ ପୂରା ତତ୍ପରତା ଓ କ୍ଷମତା ସହିତ ମୁତୟନ କରିଥିଲୁ। ଯଦ୍ଵାରା କରାଚି ସହିତ ଜଳରୁ ଓ ସ୍ଥଳରୁ ଶତ୍ରୁ ଉପରେ ହମଲା କରାଯାଇ ପାରିବ। 

ଡିଜିଏନଓ କହିଛନ୍ତି, ଭାରତୀୟ ନୌସେନା ପାକିସ୍ତାନର ନୌସେନା ଓ ଏହାର ଏରିୟଲ ୟୁନିଟ୍‌କୁ ରକ୍ଷାତ୍ମକ ମୁଦ୍ରାରେ ରହିବାକୁ ବାଧ୍ୟ କରିଥିଲା। କରାଚି ବନ୍ଦର ଭିତରେ ଏବଂ  ସମୁଦ୍ର ତଟରୁ ସେମାନେ ଆମ ଉପରେ ଲଗାତାର ନଜର ରଖିଥିଲେ। ଭାରତୀୟ ନୌସେନା ପାକିସ୍ତାନର କୌଣସି ବି ପ୍ରକାରର ଶତ୍ରୁତାପୂର୍ଣ୍ଣ କାର୍ଯ୍ୟାନୁଷ୍ଠାନ ଉପରେ ନିର୍ଣ୍ଣାୟକ ଜବାବ ଦେବାକୁ ସମୁଦ୍ରରେ ସକ୍ରିୟ ଅଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.