ନିଶାଙ୍କ ପାଇଁ ଉଡ଼ିଲା ଚେୟାର, ଉତ୍ତେଜନା ଓ ଗଣ୍ଡଗୋଳ ଯୋଗୁ ଅଧାରୁ ବନ୍ଦ ହେଲା ଯାତ୍ରା

NEWS7
indian-idol-12-winner-pawandeep-horrific-car-accident

ନାରାୟଣପାଟଣା ୧୦/୧୨: ନିଶାଙ୍କ ପାଇଁ ଉଡ଼ିଲା ଚେୟାର । କୋରାପୁଟ ଲକ୍ଷ୍ମୀପୁରରେ ନିଶା ମହାରଣାଙ୍କ ପାଇଁ ତୁମୁଳକାଣ୍ଡ । ନିଶାଙ୍କୁ ପ୍ରଶାସନ ଅନୁମତି ନଦେବାରୁ ଭଙ୍ଗାରୁଜା । ଖାଲି ଭଙ୍ଗାରୁଜା ନୁହେଁତ ପେଣ୍ଡାଲ ଉପରକୁ ଚେୟାର ଫିଙ୍ଗିଲେ ଦର୍ଶକ । ଉତ୍ତେଜନା ଓ ଗଣ୍ଡଗୋଳ ଯୋଗୁ ଅଧାରୁ ବନ୍ଦ ହେଲା ଯାତ୍ରା ।

କୋରାପୁଟ ଲକ୍ଷ୍ମୀପୁରରେ ଯାତ୍ରା କଳାକାର ନିଶା ମହାରଣାଙ୍କ ପାଇଁ ଲଙ୍କାକାଣ୍ଡ । ଅଷ୍ଟଶମ୍ଭୁ ଅପେରାରେ ଅଭିନେତ୍ରୀ ନିଶା ମହାରଣା ଯୋଗ ଦେବେ ବୋଲି ପୂର୍ବରୁ ଯାତ୍ରା କମିଟି ଘୋଷଣା କରିଥିଲା । ତେବେ ସ୍ଥାନୀୟ ପୋଲିସ ପ୍ରଶାସନ କିନ୍ତୁ ନିଶା ମହାରଣାଙ୍କୁ ଯାତ୍ରା ପେଣ୍ଡାଲକୁ ଛାଡ଼ି ନଥିଲା । ଏହାକୁ ନେଇ ଉପୁଜିଥିଲା ତୁମୁଳକାଣ୍ଡ। ପୋଲିସ ଉପସ୍ଥିତିରେ ଯାତ୍ରା ପେଣ୍ଡାଲରେ ଦର୍ଶକ ଭଙ୍ଗାରୁଜା କରିବା ସହ ପେଣ୍ଡାଲ ଉପରକୁ ଚେୟାର ଫୋପାଡ଼ିଥିଲେ।

​​​​​​​

ଉତ୍ତେଜନାକୁ ଦେଖି ଯାତ୍ରା ବନ୍ଦ ରହିଥିଲା। ତେବେ ଏହି ସମୟରେ ନିଶା ମହାରଣା ଲକ୍ଷ୍ମୀପୁରରେ ଉପସ୍ଥିତ ଥିଲେ । ପ୍ରଶାସନର କଟକଣା ପରେ ଉତ୍ତେଜନା ଦେଖାଦେଇଥିବା ସୂଚନା ମିଳିଛି। ଲକ୍ଷ୍ମୀପୁରରେ ଅଷ୍ଟଶମ୍ଭୁ ଅପେରା ପକ୍ଷରୁ ଯାତ୍ରା ପରିବେଷଣ ବେଳେ ଏଭଳି ସ୍ଥିତି ଦେଖିବାକୁ ମିଳିଛି। ତେବେ ଏନେଇ ଯାତ୍ରା କମିଟି କି ପୋଲିସ ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।