କୁଳଦୀପ ଯାଦବଙ୍କ ନିର୍ବନ୍ଧ ସଂପନ୍ନ, ପିଲା ଦିନର ବାନ୍ଧବୀ ବଂଶିକା ହେବେ ଜୀବନ ସାଥୀ

Published By : Prameya-News7 Bureau | June 04, 2025 IST

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ତାରକା ସ୍ପିନର କୁଳଦୀପ ଯାଦବ ଆଜି ଲକ୍ଷ୍ନୌରେ ତାଙ୍କ ପିଲାଦିନର ବାନ୍ଧବୀ ବଂଶିକାଙ୍କ ସହ ନିର୍ବନ୍ଧ କରିଛନ୍ତି। ବଂଶିକା କାନପୁରର ବାସିନ୍ଦା ଏବଂ ତାଙ୍କ ବାପା ଏଲଆଇସିରେ କାମ କରନ୍ତି। ଲକ୍ଷ୍ନୌ ସ୍ଥିତ ଏକ ହୋଟେଲ୍‌ରେ  ଏହି ନିର୍ବନ୍ଧ ଉତ୍ସବ ସଂପନ୍ନ ହୋଇଛି। ଏହି ଅବସରରେ ରିଙ୍କୁ ସିଂହଙ୍କ ସମେତ ଅନେକ କ୍ରିକେଟର ଯୋଗ ଦେଇଛନ୍ତି । ରିଙ୍କୁ ତାଙ୍କର ବାନ୍ଧବୀ ପ୍ରିୟା ସରୋଜଙ୍କ ସହ ଯୋଗ ଦେଇଛନ୍ତି। ସମସ୍ତ ଅତିଥି ଉଭୟଙ୍କୁ ନୂତନ ଜୀବନର ଆରମ୍ଭ ପାଇଁ ଅଭିନନ୍ଦନ ଜଣାଇଥିଲେ। କୁଳଦୀପ ଯାଦବ ମୂଳତ ଉତ୍ତରପ୍ରଦେଶର ଉନ୍ନାଓର ବାସିନ୍ଦା। 

Also read: RCBର ବିଜୟ ଖୁସିରେ କର୍ଣ୍ଣାଟକ ଲୋକେ ପିଇଗଲେ ୧୫୭ କୋଟିରୁ ଅଧିକ ଟଙ୍କାର ମଦ

ଇଂଲଣ୍ଡ ଗସ୍ତ କରିବା ପୂର୍ବରୁ ଭାରତୀୟ କ୍ରିକେଟ୍ ଦଳର ଏହି ସ୍ପିନର ନିକଟରେ ଆଇପିଏଲ୍‌ରେ ୧୦୦ ଓ୍ଵିକେଟ୍ ପୂରଣ କରିଛନ୍ତି। ଚଲିତ ସଂସ୍କରଣରୁ ଗ୍ରୁପ ପର୍ଯ୍ୟାୟରୁ ବାଦ୍ ପଡ଼ିଥିବା ଦିଲ୍ଲୀ କ୍ୟାପିଟାଲ୍ସର ସଦସ୍ୟ। ଜୁନ ୫ ତାରିଖ ସକାଳେ କୁଲଦୀପ ଇଂଲଣ୍ଡ ଅଭିମୁଖେ ଗସ୍ତ କରିବେ। ଟିମ୍ ଇଣ୍ଡିଆ ଜୁନ୍ ୨୦ରୁ ଇଂଲଣ୍ଡରେ ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳିବ। 

ବହୁ ଉତ୍ଥାନ ପତନ ଦେଇ ଗତି କରିଥିବା କୁଳଦୀପ ଏବେ ନିଜ ପିଲା ଦିନର ବାନ୍ଧବୀଙ୍କୁ ବିବାହ କରିବାକୁ ଯାଉଛନ୍ତି । ସଂଘର୍ଷରେ ସାଥ ଦେଇଥିବା ପ୍ରେମିକା ଏବେ ତାଙ୍କର ପତ୍ନୀ ହେବାକୁ ଯାଉଛନ୍ତି । କୁଳଦୀପ ଏହା ପ୍ରମାଣ କରି ଦେଖାଇଛନ୍ତି ଯେ, ପ୍ରକୃତ ପ୍ରେମ କେବି ବି ଏକା କରି ଯାଏ ନାହିଁ । କୁଲଦୀପ ଏବଂ ବଂଶିକାଙ୍କ ନିର୍ବନ୍ଧ ଶେଷ ହୋଇଥିବା ବେଳେ ଚଳିତବର୍ଷ ନଭେମ୍ବର ୧୮ରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହେବେ । 

ସେପଟେ ରିଙ୍କୁ ସିଂହଙ୍କ ସହ କୁଳଦୀପଙ୍କ ନିର୍ବନ୍ଧରେ ସାମିଲ ହୋଇଥିବା ପ୍ରିୟା ସରୋଜ ସମାଜବାଦୀ ପାର୍ଟିର ସାଂସଦ । ସେ ରିଙ୍କୁ ସିଂହଙ୍କୁ ବିବାହ କରିବେ । ପ୍ରିୟାଙ୍କ ବାପା ତୁଫାନି ସରୋଜ ଜଣେ ଏସପି ବିଧାୟକ । ନିକଟରେ ଉଭୟଙ୍କ ନିର୍ବନ୍ଧ ସଂପନ୍ନ ହୋଇଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.