LIVE TV

ଶାମିଙ୍କ କ୍ୟାରିଅର୍ ଫିନିସ୍ ! ଅଗରକରଙ୍କ ସହ ବିବାଦ କାରଣରୁ ମିଳୁନି ଚାନ୍ସ

NEWS7
indian-cricket-team-unhappy-with-food-and-practice-venue-in-sydney

ନୂଆଦିଲ୍ଲୀ, ୦୫ |୧୧  :   ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ୍ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି । କିନ୍ତୁ ପୁଣି ଥରେ ଟିମରେ ମହମ୍ମଦ ଶାମିଙ୍କୁ ଅଣଦେଖା କରାଯାଇଛି । ଯାହାକୁ ନେଇ ନିରାଶ ହୋଇଛନ୍ତି କ୍ରିକେଟ୍ ଫ୍ୟାନ୍ସ । ବିସିସିଆଇ ବିରୋଧରେ ମନ୍ତବ୍ୟ ଦେବା ଶାମିଙ୍କୁ ମହଙ୍ଗା ପଡିଥିବା ଅନେକ ମତ ଦେଉଛନ୍ତି ।  

ନିକଟରେ ରଣଜୀ ଟ୍ରଫିରେ ଶାମି ଦମଦାର୍ ପ୍ରଦର୍ଶନ କରିଥିଲେ । ଏହାପରେ ମଧ୍ୟ ଚୟନକର୍ତ୍ତା ତାଙ୍କୁ ଟିମରୁ ବାଦ୍ ଦେଇଛନ୍ତି । ଯାହାକୁ ନେଇ ତାଙ୍କ ଟେଷ୍ଟ୍ କ୍ୟାରିଅର ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ପ୍ରଥମ ଶ୍ରେଣୀ କ୍ରିକେଟରେ ଦମଦାର୍ ପ୍ରଦର୍ଶନ କରୁଥିଲେ ବି କଣ ପାଇଁ ଅନ୍ତର୍ଜାତୀୟ ମୁକାବିଲାରେ ସୁଯୋଗ ମିଳୁନି ବୋଲି ଫ୍ୟାନ୍ସ ପଚାରିଛନ୍ତି ।

ସୂଚନାନୁସାରେ, ଆଇଡିଏଫସି ଫାଷ୍ଟ୍ ବ୍ୟାଙ୍କ ଟେଷ୍ଟ ସିରିଜ ପାଇଁ ଭାରତୀୟ ଟିମ୍ ଘୋଷଣା ହୋଇଛି । ଯାହା ନଭେମ୍ବର ୧୪ରୁ ଖେଳାଯିବ । ଏଥିରେ ଶୁଭମନ ଗିଲଙ୍କୁ ଅଧିନାୟକ ଏବଂ ଋଷଭ ପନ୍ତଙ୍କୁ ଉପ ଅଧିନାୟକ ଦାୟିତ୍ୱ ମିଳିଛି । ଦୀର୍ଘଦିନ ପରେ ପନ୍ତ ଟେଷ୍ଟ ସିରିଜକୁ ଫେରିଛନ୍ତି । ଏହାପୂର୍ବରୁ ସେ ଇଂଲଣ୍ଡ ବିପକ୍ଷ ମୁକାବିଲା ଖେଳିଥିଲେ । କିନ୍ତୁ ଗୋଡ ଆଙ୍ଗୁଠି ଭାଙ୍ଗିବା କାରଣରୁ ପରେ ସେ ଦଳରୁ ବାହାରେ ରହିଥିଲେ ।

ବିସିସିଆଇ ସିଲେକ୍ଟରଙ୍କ ଉପରେ ପ୍ରଶ୍ନ

ଲଗାତାର ଭଲ ପ୍ରଦର୍ଶନ କରୁଥିଲେ ବି ଶାମିଙ୍କୁ ବାରମ୍ବାର ଅଣଦେଖା କରାଯାଉଛି । ଅଜିତ ଅଗରକର ଓ ଶାମିଙ୍କ ମଧ୍ୟରେ ଭଲ ସମ୍ପର୍କ ନଥିବା କେହି କେହି କହୁଛନ୍ତି । ଜଣେ ଦକ୍ଷ ଏବଂ ପ୍ରଭାବଶାଳୀ ବୋଲରଙ୍କୁ କିପରି ଟିମ୍ ଅଣଦେଖା କରୁଛି ବୋଲି ମଧ୍ୟ ପ୍ରଶ୍ନ ଉଠୁଛି ।

ଗତ ମାସରେ ସାମି ରଣଜି ମୁକାବିଲା ଖେଳିଥିଲେ । ଉତରାଖଣ୍ଡ ବିପକ୍ଷରେ ସେ ଟି ଓ୍ୱିକେଟ୍ ନେଇଥିଲେ । ତାଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ଟ୍ରଫି ମିଳିଥିଲା । ଗୁଜରାତ ବିରୋଧରେ ମଧ୍ୟ ସେ ଓ୍ୱିକେଟ୍ ହାସଲ କରିଥିଲେ । ତ୍ରିପୁରା ବିପକ୍ଷ ମ୍ୟାଚରେ ସେ ଓ୍ୱିକେଟ୍ ନେଇ ନଥିଲେ ମଧ୍ୟ ୨୫ ଓଭର ବୋଲିଂ କରିଥିଲେ ।

ଗୁଜରାତ ବିପକ୍ଷ ମୁକାବିଲା ପରେ ଶାମି କହିଥିଲେ ଯେ, ସେ ଫିଟ୍ ଏବଂ ପ୍ରସ୍ତୁତ ଅଛନ୍ତି । ଏହାସହ ଅନ୍ତର୍ଜାତୀୟ ମୁକାବିଲା ଖେଳିବାକୁ ଚାହୁଁଥିବା ଦର୍ଶାଇଥିଲେ । ସବୁ ଖେଳାଳି ଦେଶ ପାଇଁ ଖେଳିବାକୁ ସ୍ବପ୍ନ ଦେଖୁଥିବା ଶାମି କହିଥିଲେ । କିନ୍ତୁ ଏତେ ସବୁ ପରେ ବି ଟେଷ୍ଟ୍ ସିରିଜରେ ସ୍ଥାନ ମିଳିନଥିବାରୁ ଏହି ଫାଷ୍ଟ୍ ବୋଲର ନିରାଶ ହୋଇଛନ୍ତି ।