୭ ଦିନ ଧରି ଇଣ୍ଡିଗୋ ଏୟାରଲାଇନ୍ସରେ ଅଚଳାବସ୍ଥା, ୪,୭୦୦ରୁ ଅଧିକ ବିମାନ ଉଡ଼ାଣ ବାତିଲ

NEWS7
indian-cricket-team-player-shubman-gill-proposal-ind-vs-aus-wtc

ନୂଆଦିଲ୍ଲୀ ୦୯/୧୨: ଦେଶର ସବୁଠାରୁ ବଡ଼ ଘରୋଇ ଏୟାରଲାଇନ୍ସ ଇଣ୍ଡିଗୋ ଅଚଳାବସ୍ଥା ପାଇଁ ସାରା ଦେଶରେ ଯାତ୍ରୀ ହନ୍ତସନ୍ତ। ସୋମବାର ମଧ୍ୟ ଇଣ୍ଡିଗୋର ୫୬୨ଟି ବିମାନ ରଦ୍ଦ ହୋଇଛି । ଗତ ୭ ଦିନରେ ୪୭୦୦ରୁ ଅଧିର ବିମାନ ଉଡ଼ାଣ ରଦ୍ଦ ହୋଇଛି । ଏହାକୁ ନେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମ ମୋହନ ନାଇଡୁ କହିଛନ୍ତି, ଇଣ୍ଡିଗୋ ଏବଂ ୨୨ଶହରୁ ଅଧିକ ବିମାନ ଅପରେଟ୍ କରୁଛି ।

ଆମେ ନିଶ୍ଚିତ ଭାବେ ତାହା କମ କରିବୁ। ୧ ରୁ ୮ ଡିସେମ୍ବର ସନ୍ଧ୍ୟା ୫ଟା ମଧ୍ୟରେ ବାତିଲ ହୋଇଥିବା ସାଢ଼େ ୭ ଲକ୍ଷ ଟିକେଟ୍ ପାଇଁ ୭୪୫ କୋଟି ଟଙ୍କା ରିଫଣ୍ଡ କରାଯାଇଛି । ନାଇଡୁ କହିଛନ୍ତି, ଭାରତରେ ଯେଉଁଭଳି ବିମାନ ଯାତ୍ରାର ଚାହିଦା ରହୁଛି, ଏଥିପାଇଁ ୫ଟି ବଡ଼ ଏୟାରଲାଇନ୍ସର ଆବଶ୍ୟକତା ରହିଛି । ଫଳରେ ଇଣ୍ଡିଗୋ ଯୋଗାଉଥିବା ବିମାନ ସେବାର କିଛି ସ୍ଲଟ୍ ଅନ୍ୟ ଏୟାରଲାଇନ୍ସକୁ ଦେବାକୁ ନିଷ୍ପତ୍ତି ହୋଇଛି । ଇଣ୍ଡିଗୋ ବିରୋଧରେ କେନ୍ଦ୍ର ସରକାରଙ୍କ କାର୍ଯ୍ୟାନୁଷ୍ଠାନ । ଇଣ୍ଡିଗୋ ବିମାନ ସେବାର କିଛି ସ୍ଲଟ୍ ଅନ୍ୟ ଏୟାରଲାଇନ୍ସକୁ ଦିଆଯିବ ।

ବର୍ତ୍ତମାନ ୨୨୦୦ରୁ ଅଧିକ ବିମାନ ଯାତ୍ରା କରାଉଛି ଇଣ୍ଡିଗୋ । ସେପଟେ ଘରୋଇ ବିମାନ କମ୍ପାନି ‘ଇଣ୍ଡିଗୋ’ର ବ୍ୟାପକ ପରିଚାଳନାଗତ ତ୍ରୁଟି ପରିପ୍ରେକ୍ଷୀରେ ଆଜି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ (MoCA) ସମସ୍ତ ବିମାନ ପରିଚାଳନାକାରୀଙ୍କ ଉଚ୍ଚ ପଦାଧିକାରୀଙ୍କ ସହିତ ଏକ ସମୀକ୍ଷା ବୈଠକ କରିବ। ସୋମବାର ସନ୍ଧ୍ୟାରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମ ମୋହନ ନାଇଡୁ ବରିଷ୍ଠ MoCA ଅଧିକାରୀଙ୍କ ସହିତ ଏକ ଉଚ୍ଚସ୍ତରୀୟ ଆଲୋଚନା ପରେ ଏହି ବୈଠକ ପାଇଁ ନିଷ୍ପତ୍ତି ନିଆଯାଇଛି ।

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ସମୀକ୍ଷାରେ ସମ୍ପ୍ରତି ଇଣ୍ଡିଗୋର ପରିଚାଳନାଗତ ବିଭ୍ରାଟ ପରି ସଙ୍କଟ ପୁନରାବୃତ୍ତି ନହେବା ନିଶ୍ଚିତ କରିବା ଉପରେ ଧ୍ୟାନ ଦିଆଯିବ। ଏହାର ସର୍ବଶେଷ ଅପଡେଟରେ ସୋମବାର ରାତିରେ ଏୟାରଲାଇନ୍ କହିଛି ଯେ ଏହା ଡିସେମ୍ବର ୧୫ ପର୍ଯ୍ୟନ୍ତ ବାତିଲକରଣ ପାଇଁ ୮୨୭ କୋଟି ଟଙ୍କା ଫେରସ୍ତ କରିଛି ଏବଂ ଏହାର ନେଟୱାର୍କରେ ୯୦ ପ୍ରତିଶତ ସଠିକ ସମୟରେ କାର୍ଯ୍ୟଦକ୍ଷତା ମଧ୍ୟ ରିପୋର୍ଟ କରିଛି ।