T 20 World Cup: ଟସ୍ ଜିତି ନାମିବ୍ୟାର ବୋଲିଂ ନିଷ୍ପତ୍ତି, ଦଳକୁ ଫେରିଲେ ବୁମରା ଓ ସଞ୍ଜୁ ସାମସନ

NEWS7
indian-army-captured-a-pakistani-pilot-who-had-entered-indian-territory

ନୂଆଦିଲ୍ଲୀ: ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଆଜି ମୁହାଁମୁହିଁ ହୋଇଛନ୍ତି ଭାରତ ଓ ନାମିବ୍ୟା।ଉଭୟ ଦଳର ଟୁର୍ଣ୍ଣାମେଣ୍ଟରେ ଏହା ହେଉଛି ଦ୍ଵିତୀୟ ମ୍ୟାଚ୍। ଭାରତ ପ୍ରଥମ ମ୍ୟାଚ୍ ଜିତିଥିବା ବେଳେ ନାମିବ୍ୟାକୁ ପରାଜୟ ମିଳିଥିଲା। ଉଭୟ ଦଳ ଏହି ମ୍ୟାଚ୍ ଜିତିବା ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇବେ। ଏହି ମ୍ୟାଚରେ ଟସ୍ ଜିତି ନାମିବ୍ୟା ଅଧିନାୟକ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ପ୍ରଥମେ ବ୍ୟାଟିଂ କରିବ ଭାରତ। ଭାରତୀୟ ଦଳରେ ଦୁଇଟି ପରିବର୍ତ୍ତନ ସହ ପଡ଼ିଆକୁ ଓହ୍ଲାଇବ।

ଅସୁସ୍ଥ କାରଣରୁ ବିସ୍ଫୋରକ ଓପନର ଅଭିଷେକ ଶର୍ମା ଆଜିର ମ୍ୟାଚ୍ ଖେଳୁ ନାହାନ୍ତି। ତାଙ୍କ ସ୍ଥାନରେ ସଞ୍ଜୁ ସାମସନଙ୍କୁ ସୁଯୋଗ ମିଳିଛି। ଯଶପ୍ରୀତ ବୁମରା ଚୂଡ଼ାନ୍ତ ଏକାଦଶକୁ ଫେରିଛନ୍ତି। ଫଳରେ ମହମ୍ମଦ ସିରାଜଙ୍କୁ ବେଞ୍ଚରେ ବସିବାକୁ ପଡ଼ିଛି।

ଭାରତୀୟ ଦଳ

ସଞ୍ଜୁ ସାମସନ, ଇଶାନ କିଶନ(ଓ୍ଵିକେଟ୍ କିପର), ତିଳକ ବର୍ମା, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ ଦୁବେ, ରିଙ୍କୁ ସିଂ, ଅକ୍ଷର ପଟେଲ, ହର୍ଷିତ ରାଣା, ଅର୍ଶଦୀପ ସିଂ ଓ ଯଶପ୍ରୀତ ବୁମରା।