LIVE TV

ଫୁଲ ତୋଳିବାକୁ ଅନ୍ୟ ଜଣଙ୍କ ବାଡ଼ିରେ ପଶିଥିଲେ, ବିଦ୍ୟୁତ ଆଘାତରେ ଚାଲିଗଲା ଜୀବନ !

NEWS7
indian-army-captured-a-pakistani-pilot-who-had-entered-indian-territory

ନୀଳଗିରି ୧୧: ଫୁଲ ଚୋରି କରିବା ହେଲା କାଳ । ଫୁଲ ତୋଳିବାକୁ ଯାଇଥିବା ବେଳେ ଲାଗିଲା ବିଦ୍ୟୁତ ଆଘାତ । ଚାଲିଗଲା ଯୁବକଙ୍କ ଜୀବନ ।ବାଲେଶ୍ୱର ଜିଲ୍ଲା ନୀଳଗିରି ଏନଏସି ୫ ନମ୍ବର ଓ୍ବାର୍ଡ ଅଧିନ ସାନଅତା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ବାଡ଼ିରୁ ଫୁଲ ଚୋରି ରୋକିବା ପାଇଁ ଗଛରେ ଲୁହା ତାର ଘେରାଇ ବିଦ୍ୟୁତ କରେଣ୍ଟ ଦେଇଥିଲେ ଗୃହକର୍ତ୍ତା । ଯୁବକ ଜଣଙ୍କ ଫୁଲ ତୋଳିବାକୁ ଯାଇଥିବା ବେଳେ ବିଦ୍ୟୁତ ଆଘାତ ଲାଗି ମୃତ୍ୟୁ ହୋଇଛି ।

ସୂଚନାଯୋଗ୍ୟ ଯେ, ସାନଅତା ଗାଁର ଦୀପକ ରାଉତ ବାଲେଶ୍ୱରରେ ରହୁଥିବା ବେଳେ ତାଙ୍କ ମା’ କୁନା ରାଉତ ବାଡ଼ିରେ ଥିବା ଗଛ ଓ ଚାଷ ଦେଖାଶୁଣା କରନ୍ତି । ତାଙ୍କ ବାଡ଼ିକୁ ସକାଳେ ସେହି ଗାଁର ତାପସ ଦାସ ନାମକ ଯୁବକ ଫୁଲ ତୋଳିବା ପାଇଁ ଯାଇଥିଲେ । ସବୁଦିନ ପରି ସେ ଫୁଲ ତୋଳି ମନ୍ଦିରକୁ ଦେବା ଆଶାରେ ଯାଇଥିଲେ । ହେଲେ କିଏ ଜାଣିଥିଲା ଏହା ହେବ ତାଙ୍କର ଶେଷ ଫୁଲତୋଳା । ଫୁଲ ଗଛରେ ଲାଗିଥିବା ତାରକୁ ଧରିଦେବାରୁ ସେହିଠାରେ ହିଁ ସେ ଟଳିପଡିଥିଲେ । ଏଭଳି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ତାଙ୍କ ସମ୍ପର୍କୀୟ ।

ସେପଟେ ବିଧବା ମା’, ପୁଅକୁ ହରାଇ ମୁଣ୍ଡପିଟି କାନ୍ଦୁଥିବା ବେଳେ ଏଭଳି ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି । ସେପଟେ ପୋଲିସ ଯାଇ ତଦନ୍ତ କରିବା ପରେ ଶବ ଜବତ କରିଛି । ଏ ନେଇ ମୃତକଙ୍କ ସମ୍ପର୍କୀୟ ନୀଳଗିରି ଥାନାରେ ଅଭିଯୋଗ କରିଛନ୍ତି । ସେପଟେ ଜାଗା ମାଲିକଙ୍କ ମା’ ବିଦ୍ୟୁତ କରେଣ୍ଟ ଲାଗିବାକୁ ଖଣ୍ଡନ କରିଛନ୍ତି ।