ନୂଆଦିଲ୍ଲୀ ୧୧।୦୫ : ଭାରତୀୟ ବାୟୁସେନାର ବଡ଼ ସୂଚନା । ଏବେ ବି ଜାରି ରହିଛି ‘ଅପରେସନ ସିନ୍ଦୂର’ । ସମନ୍ୱିତ ଓ ସୁଚିନ୍ତିତ ଭାବେ ଅପରେସନ ଚାଲିଛି । ନିଜ କାର୍ଯ୍ୟକୁ ବାୟୁସେନା ସଫଳତାର ସହ ସମାପନ କରିଛି । ମିଛ , ଗୁଜବ ଖବର ଠାରୁ ଦୂରେଇ ରୁହନ୍ତୁ । ଆଗକୁ ଅପରେସନ ନେଇ ବିସ୍ତୃତ ସୂଚନା ଦିଆଯିବ । ଅସ୍ତ୍ରବିରତି ମଧ୍ୟରେ ଭାରତୀୟ ବାୟୁସେନା ପକ୍ଷରୁ ଏପରି ବୟାନ ଜାରି କରାଯାଇଛି ।
ପହଲଗାମରେ ଆତଙ୍କୀ ହମ୍ଲାରେ ୨୬ ଜଣ ପର୍ଯ୍ୟଟଙ୍କ ମୃତ୍ୟୁ ହୋଇଥିଲା । ଯେଉଁଥିରେ ଜଣେ ବିଦେଶୀ ମଧ୍ୟ ରହିଥିଲେ । ଏହି ଆତଙ୍କୀ ଆକ୍ରମଣ ପରେ ପୂରା ଦେଶରେ ଆକ୍ରୋଶର ସ୍ୱର ଦେଖିବାକୁ ମିଳିଥିଲା । ଶେଷରେ ପହଲଗାମ ଘଟଣାକୁ ୧୪ ଦିନ ବିତିବା ପରେ ଭାରତ ଆରମ୍ଭ କରିଥିଲା ‘ଅପରେସନ ସିନ୍ଦୂର’ । ପାକିସ୍ତାନରେ ଥିବା ଆଡ୍ଡାକୁ ଏହି ଅପରେସନ ଦ୍ୱାରା ନଷ୍ଟ କରିବାକୁ ଟାର୍ଗେଟ ରଖାଯାଇଥିଲା , ଆଉ ସଫଳ ମଧ୍ୟ ହୋଇଥିଲା । ୬-୭ରେ ଭାରତୀୟ ବାୟୁସେନା ଏହି ଅପରେସନ ପରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧର ପରିସ୍ଥିତି ଦେଖାଦେଇଥିଲା । ଏପିରିକି ଭାରତରେ ଡ୍ରୋନ୍ ଜରିଆରେ ଆକ୍ରମଣ ପାଇଁ ପ୍ଲାନ କରିଥିଲା କାଙ୍ଗାଳିସ୍ତାନ । ହେଲେ ସବୁକୁ ନିଷ୍କ୍ରିୟ କରିଦେଇଥିଲା ଭାରତୀୟ ସେନା । ଶେଷରେ ଦୁଇ ଦେଶ ମଧ୍ୟ ସୀମାରେ ଜୋରଦାର ଗୁଳିମାଡ଼ ଏବଂ ବୋମାବର୍ଷଣ ଜାରି ରହିଥିଲା । ପରିସ୍ଥିତି ଏପରି ହୋଇଥିଲା କି ସୀମାବର୍ତ୍ତୀ ଗାଁ ଗୁଡ଼ିକୁ ଖାଲି କରାଯାଇଥିଲା । ଶେଷରେ ଶନିବାର ଦିନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ଦୁଇ ଦେଶର ବିବାଦ ମଧ୍ୟରେ ହସ୍ତକ୍ଷେପ କରିଥିଲେ । ଆଉ ଦୁଇ ଦେଶକୁ ଅସ୍ତ୍ରବିରତି ପାଇଁର ରାଜି କରାଇଥିଲେ । ଉଭୟ ଦେଶ ଆଉ ସୀମାରେ ଗୁଳିମାଡ଼ ନକରିବାକୁ କହିଥିଲେ । ହେଲେ ଅସ୍ତ୍ରବିରତିର କିଛି ସମୟ ପରେ ପାକିସ୍ତାନ ଦେଖାଇଥିଲା ତାର ପୁରୁଣା ରୂପ । ସୀମାବର୍ତ୍ତୀ ଅଞ୍ଚଳରେ ଆରମ୍ଭ କରିଥିଲା ଗୁଳିମାଡ଼ ।
ଅନ୍ୟପଟେ ତିନି ସେନା ମୁଖ୍ୟ, ପ୍ରତିରକ୍ଷା ମନ୍ତ୍ରୀ, ସିଡିଏସ୍, ଅଜିତ ଡୋଭାଲଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା ଛାଲିଛି । ଭାରତ-ପାକିସ୍ତାନ ଅସ୍ତ୍ରବିରତି ପରେ ପ୍ରଧାନମନ୍ତ୍ରୀ ବାସଭାବନରେ ଏହି ବଡ଼ ବୈଠକ ବସିଛି । ଯେଉଁଥିରେ ତିନି ସେନାମୁଖ୍ୟ ସହ ସ୍ଥିତି ନେଇ ଆଲୋଚନା ଚାଲିଛି ।