‘ଫେବୃଆରୀ ୨୮’: ଇରାନ ଉପରେ ଆକ୍ରମଣ କରିବା ପାଇଁ ଏହି ଦିନକୁ କାହିଁକି ବାଛିଲେ ଟ୍ରମ୍ପ-ନେତାନ୍ୟାହୁ

NEWS7
india-women-won-by-5-runs-dls-method

ନୂଆଦିଲ୍ଲୀ: ଭାରତ କହିଲା ଶାନ୍ତି। ଇସ୍ରାଏଲ ବାଛିଲା ଶାନ୍ତି। ଇଏ ତ ଧର୍ମର ଯୁଦ୍ଧ। ଆତଙ୍କୀ ବିରୁଦ୍ଧରେ ବଡ଼ ଲଢ଼େଇ। ଇସ୍ରାଏଲକୁ ଘେରି ରହିଥିଲେ ଇରାନ ସମର୍ଥିତ ଆତଙ୍କବାଦୀ ଗୋଷ୍ଠୀ। ହମଲା କରୁଥିଲେ ହମାସ, ହିଜବୋଲ୍ଲା, ହୁତୀ ଓ ମିଲିସିଆ। ପାନେ ଦେଲେ ଟ୍ରମ୍ପ ଏବଂ ନେତାନ୍ୟାହୁ। ଇରାନ ଉପରେ ଆକ୍ରମଣ ସପ୍ତାହେ ପୂର୍ବରୁ ହୋଇଥିଲା ପ୍ଲାନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତ ଫେରିବା ପରେ ଇରାନ ଉପରେ ଇସ୍ରାଏଲର ଆଟାକ। ଆମେରିକୀୟ ଇନଭେଷ୍ଟିକେଟିଭ୍ ୱେବସାଇଟ୍ ଆକ୍ସିଓସ୍ ରିପୋର୍ଟ ଅନୁସାରେ ଇରାନ ଉପରେ ଆକ୍ରମଣ ନେଇ ସପ୍ତାହେ ପୂର୍ବରୁ ଯୋଜନା କରିଥିଲେ ଆମେରିକା ଏବଂ ଇସ୍ରାଏଲ।

ପରିଚାଳନାଗତ ଏବଂ ଗୁପ୍ତଚର କାରଣରୁ ଆକ୍ରମଣକୁ ସ୍ଥଗିତ ରଖାଯାଇଥିଲା। ହେଲେ ଆଶ୍ଚର୍ଯ୍ୟଜନକ ଭାବରେ, ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଇସ୍ରାଏଲ ଗସ୍ତ ଓ ପରେ ଇରାନ ଉପରେ ଇସ୍ରାଏଲର ଆକ୍ରମଣ ନେଇ ବଡ଼ ହଲଚଲ। ପ୍ରଧାନମନ୍ତ୍ରୀ ଭାରତ ଫେରିବା ମାତ୍ରେ ଇରାନ ଉପରେ ଇସ୍ରାଏଲ ଆକ୍ରମଣ କରିବାର କାରଣ କଣ ?

ଫେବୃଆରୀ ୨୫। ଇସ୍ରାଏଲକୁ ଦୁଇ ଦିନିଆ ଗସ୍ତ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତେଲ ଅଭିଭର ବେନ୍ ଗୁରିଅନ୍ ବିମାନବନ୍ଦରରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଏବଂ ତାଙ୍କ ପତ୍ନୀ ବିମାନବନ୍ଦରରେ ସ୍ୱାଗତ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦି ନେତାନ୍ୟାହୁଙ୍କୁ ଆଲିଙ୍ଗନ କରି କୃତଜ୍ଞତା ଜଣାଇଥିଲେ। ଜେରୁଜେଲମରେ ଇସ୍ରାଏଲ ସଂସଦକୁ ମଧ୍ୟ ସମ୍ବୋଧିତ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଇସ୍ରାଏଲ ସଂସଦକୁ ସମ୍ବୋଧିତ କରିବାରେ ସେ ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ।

ସବୁଠୁ ବଡ଼ କଥା ହେଲା ମୋଦିଙ୍କୁ ଇସ୍ରାଏଲର ସର୍ବୋଚ୍ଚ ନାଗରିକ ସମ୍ମାନ ଓ ମୋଦିଙ୍କ ଭାଷଣ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଇସ୍ରାଏଲୀ ସଂସଦରେ ସର୍ବୋଚ୍ଚ ନାଗରିକ ସମ୍ମାନ ପ୍ରଦାନ କରାଯାଇଥିଲା। ଏହି ଅବସରରେ ଇସ୍ରାଏଲୀ ସଂସଦରେ ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ଆମେ ଶାନ୍ତିର ପ୍ରବକ୍ତା। ଆମର ସମସ୍ତ ପ୍ରୟାସ ଜ୍ଞାନ, ସାହସ ଏବଂ ମାନବତା ଉପରେ ଆଧାରିତ। ଶାନ୍ତିର ପଥ ସର୍ବଦା ସହଜ ନୁହେଁ, କିନ୍ତୁ ଭାରତ ଏହି କ୍ଷେତ୍ରରେ ଆଲୋଚନା, ଶାନ୍ତି ଏବଂ ସ୍ଥିରତା ପାଇଁ ଆପଣଙ୍କ ଏବଂ ଅନ୍ତର୍ଜାତୀୟ ସମ୍ପ୍ରଦାୟ ସହିତ ଠିଆ ହୋଇଛି। ଆମ ପାଇଁ, ସମଗ୍ର ବିଶ୍ୱ ଗୋଟିଏ ପରିବାର। ପୂରା ବକ୍ତବ୍ୟ ଶାନ୍ତିର ବାର୍ତ୍ତା ଦେଲେ ମୋଦି।

ଫେବୃଆରୀ ୨୬ ମୋଦି ଭାରତ ଫେରିଲେ। ଶାନ୍ତି ପାଇଁ ଇସ୍ରାଏଲ ବାଛିଲା ଧର୍ମଯୁଦ୍ଧର ରାସ୍ତା। ପ୍ରଧାନମନ୍ତ୍ରୀ ମୋଦି ଭାରତ ଫେରିବାର ମାତ୍ର ୪୮ ଘଣ୍ଟା ପରେ ଅର୍ଥାତ ଫେବୃଆରୀ ୨୮ରେ ସମ୍ପୂର୍ଣ୍ଣ ବଳ ସହ ଇରାନ ଉପରେ କଲା ଆକ୍ରମଣ। ସାଥ୍ ଦେଲା ଆମେରିକା। ଇରାନର ସୁପ୍ରିମ ଲିଡର ଟାର୍ଗେଟ୍। ଆୟାତୋଲ୍ଲା ଅଲୀ ଖାମେନିଙ୍କ ମୃତ୍ୟୁ। ଖାମେନିଙ୍କ ମୃତ୍ୟୁ ପରେ ସମ୍ପୂର୍ଣ୍ଣ ଦୁର୍ବଳ ହୋଇପଡ଼ିଛି ଆତଙ୍କୀ ଗୋଷ୍ଠୀ।

ସବୁଠୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଲା ପ୍ରଧାନମନ୍ତ୍ରୀ ମୋଦି ପୂର୍ବରୁ ୨୦୧୭ରେ ଇସ୍ରାଏଲ ଗସ୍ତ କରିଥିଲେ। ଏହା ଇସ୍ରାଏଲକୁ ତାଙ୍କର ଦ୍ୱିତୀୟ ଗସ୍ତ ଥିଲା। କିନ୍ତୁ ମୋଦିଙ୍କ ଗସ୍ତ ଅନେକ ଥର ବାତିଲ କରାଯାଇଛି। ଏହା କାରଣ ଯୁଦ୍ଧ। ତେଣୁ ଭାରତ ନିରପେକ୍ଷ ବଜାୟ ରଖିଥିଲା। କିନ୍ତୁ ମୋଦିଙ୍କ ଗସ୍ତ ପରେ ଇସ୍ରାଏଲର ତୁରନ୍ତ ଆକ୍ରମଣ ଆଶ୍ଚର୍ଯ୍ୟ କରିଛି। ଏ ଯୁଦ୍ଧ କେବଳ ଯୁଦ୍ଧ ନା କୂଟନୀତି।

ଆକ୍ସିଓସ୍ ରିପୋର୍ଟ କରିଛି ଯେ ଡୋନାଲ୍ଡ ଟ୍ରମ୍ପଙ୍କ ପାଖରେ ଦୁଇଟି ବିକଳ୍ପ ଥିଲା। ଗୋଟିଏ କୂଟନୀତି ଏବଂ ଅନ୍ୟଟି ଯୁଦ୍ଧ। ଆମେରିକୀୟ ଅଧିକାରୀ ପିସ୍ ପ୍ଲାନ୍ କାର୍ଯ୍ୟକାରୀ କରିବା ପାଇଁ ଦୁଇ ମାସ ଧରି ଯୋଜନା କରିଆସୁଥିଲେ। କିନ୍ତୁ ରାଜି ହେଲାନି ଇରାନ। ଫେଲ ମାରିଲା ଶେଷ ସୁଯୋଗ। ଶେଷରେ ଆଟାକ୍।

ଭାରତୀୟଙ୍କୁ ସୁରକ୍ଷା ଦିଅ ! ଯୁଦ୍ଧ ସ୍ଥିତିକୁ ୩ ଗୁରୁତ୍ୱପୂର୍ଣ୍ଣ କଥା କହିଲେ ପ୍ରଧାନମନ୍ତ୍ରୀ ମୋଦି

ଆକ୍ସିଅସ୍ ରିପୋର୍ଟ ଅନୁସାରେ ଜଣେ ଇସ୍ରାଏଲୀ ଗୁଇନ୍ଦା ଅଧିକାରୀ କହିଛନ୍ତି ଯେ ଆମେରିକା ଏବଂ ଇସ୍ରାଏଲ ପ୍ରକୃତରେ ଏହା ସଙ୍କେତ ଦେବାକୁ ଚେଷ୍ଟା କରୁଥିଲେ ଯେ ଏବେ ଆକ୍ରମଣର ସମ୍ଭାବନା ନାହିଁ। ଯାହା ଦ୍ୱାରା ଇରାନର ସର୍ବୋଚ୍ଚ ନେତା ସୁରକ୍ଷିତ ଅନୁଭବ କରିବେ। ବଙ୍କରକୁ ଯିବେ ନାହିଁ। ଟ୍ରମ୍ପ ପ୍ରଶାସନର ଜଣେ ବରିଷ୍ଠ ଅଧିକାରୀ ଆକ୍ସିଓସକୁ କହିଥିଲେ ଯେ ଏହା ଆଶ୍ଚର୍ଯ୍ୟଜନକ ଯେ ଖାମେନି ଭୂତଳରେ ଲୁଚି ନଥିଲେ, ଯଦିଓ ସେ ଭୂତଳରେ ଥାଆନ୍ତେ, ଆମେ ତାଙ୍କୁ ଧରିବା କଷ୍ଟକର ହୋଇଥାନ୍ତା।