' ଭାରତକୁ କେହି ନୁଆଁଇ ପାରିବ ନାହିଁ ...' ; ଆମେରିକାର ଶୁଳ୍କ ମଧ୍ୟରେ ପୀୟୂଷ ଗୋୟଲଙ୍କ ସ୍ପଷ୍ଟ ଉତ୍ତର

Published By : Prameya-News7 Bureau | August 08, 2025 IST

ନୂଆଦିଲ୍ଲୀ : ଭାରତ ଉପରେ ଲାଗିଥିବା ଆମେରିକୀୟ ଶୁଳ୍କ ମଧ୍ୟରେ କେନ୍ଦ୍ର ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରୀ ପୀୟୂଷ ଗୋୟଲ ବଡ଼ ବିବୃତ୍ତି ଦେଇଛି। ସେ ସ୍ପଷ୍ଟ ଶବ୍ଦରେ କହିଛନ୍ତି – ଆଜି ସୁଦ୍ଧା ଏମିତି କେହି ଆସି ନାହିଁ , ଯିଏ ଭାରତକୁ ନୁଆଁଇ ପାରିଛି। ଏହା ଅସମ୍ଭବ। କେହି ଲକ୍ଷ ଚେଷ୍ଟା କରୁ, ଭାରତକୁ କେହି ନୁଆଁଇ ପାରିବ ନାହିଁ। ଏହି ବୟାନ ଏମିତି ସମୟରେ ଆସିଛି , ଯେତେବେଳେ ଆମେରିକା ଭାରତ ଉପରେ ରୁଷୀୟ ତୈଳ କ୍ରୟ କରୁଥିବା ନେଇ ୨୫ ପ୍ରତିଶକ ଅତିରିକ୍ତ ଟାରିଫ (ଶୁଳ୍କ) ଲଗାଇବାକୁ ଘୋଷଣା କରିଛି। 

ବିଜନେସ୍‌ ଟୁଜେ ଇଣ୍ଡିଆ @100 ସମ୍ମିଳନୀରେ ନିଜର ବିବୃତ୍ତିରେ ଗୋୟଲ କହିଛନ୍ତି, ଆଜିର ଭାରତ ପୂର୍ବାପେକ୍ଷା ବହୁତ ଅଧିକ ସଶକ୍ତ ଓ ଆତ୍ମବିଶ୍ୱାସୀ। ସେ କହିଛନ୍ତି ଯେ, ଭାରତର ଅର୍ଥବ୍ୟବସ୍ଥା ବାର୍ଷିକ ୬.୫ ପ୍ରତିଶତର ହାରରେ ବଢୁଛି ଏବଂ ଆଗାମୀ ସମୟରେ ଏହି ଗତି ଆହୁରି ଦ୍ରୁତତର ହେବ।

ଯେତେବେଳେ ବୈଶ୍ୱିକ ବାଣିଜ୍ୟିକ ସଂଗଠନ ସହ ଭାରତର ଭବିଷ୍ୟତର ସମ୍ୱନ୍ଧକୁ ନେଇ ପ୍ରଶ୍ନ ପଚାରଗଲା , ତ ଗୋୟଲ କହିଥିଲେ ଯେ, ଦୁନିଆରେ ଡିଗ୍ଲୋବଲାଇଜେସନ ହେଉ ନାହିଁ , ବରଂ ଦେଶ ନିଜର ବାଣିଜ୍ୟିକ ପାର୍ଟନର ଓ ରାସ୍ତାର ପୁନର୍ଗଠନ କରୁଛି। ସେ ଭରସା କରିଛନ୍ତି ଯେ, ଚଳିତ ବର୍ଷ ଭାରତ ଗତବର୍ଷ ଅପେକ୍ଷା ଅଧିକ ରପ୍ତାନି କରିବ। ସେ କହିଛନ୍ତି , ଆମେ ପୂର୍ବାପେକ୍ଷା ହିଁ ବାଣିଜ୍ୟ ପ୍ରତିବନ୍ଧକ ଗୁଡ଼ିକର ମୁକାବିଲା କରିବା ପାଇଁ ଅନେକ ପଦକ୍ଷେପ ଉଠାଇ ସାରିଛୁ।

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତକୁ ‘ମୃତ ଅର୍ଥବ୍ୟବସ୍ଥା ’ କହି ଥିଲେ। ଏହା ଉପରେ ପୀୟୂଷ ଗୋୟଲ କଡ଼ା ପ୍ରତିକ୍ରିୟା ଦେଇଛନ୍ତି ଏବଂ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ଉପରେ ମଧ୍ୟ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି , ବିରୋଧୀ ନେତାଙ୍କ ଦ୍ୱାରା ଏହି ନକାରାତ୍ମକ ଟିପ୍ପଣୀକୁ ଦୋହରାଇବା ଲଜ୍ଜାଜନକ କଥା। ମୁଁ ଏହାର ନିନ୍ଦା କରୁଛି। ଦେଶ ରାହୁଲ ଗାନ୍ଧୀଙ୍କୁ କେବେ କ୍ଷମା କରିବ ନାହିଁ , ଯିଏ ଭାରତର ମହାନ ଗାଥାକୁ ହୀନ କରିବାକୁ ଚେଷ୍ଟା କରୁଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.