ନୂଆଦିଲ୍ଲୀ : ଆତଙ୍କବାଦ ବିରୋଧରେ ଭାରତର କାର୍ଯ୍ୟାନୁଷ୍ଠାନକୁ ଜର୍ମାନୀର ଦୃଢ ସମର୍ଥନ। ଜର୍ମାନୀ ବିଦେଶ ମନ୍ତ୍ରୀ ଜୋହାନ ୱାଡେଫୁଲ ଶୁକ୍ରବାର(୨୩ ମେ) ବର୍ଲିନରେ ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କ ସହ ମିଳିତ ଭାବେ ସାମ୍ୱାଦିକ ସମ୍ମିଳନୀ କରିଛନ୍ତି। ଏହି ସମୟରେ ସେ କହିଛନ୍ତି , ଭାରତକୁ ଆତଙ୍କବାଦ ବିରୋଧରେ ନିଜର ରକ୍ଷା କରିବାର ପୂରା ଅଧିକାର ଅଛି। ୱାଡେଫୁଲ କହିଛନ୍ତି , ୨୨ ଅପ୍ରେଲରେ ଭାରତ ଉପରେ ହୋଇଥିବା ନିଷ୍ଠୁର ଆତଙ୍କୀ ହମଲାରେ ଆମେ ସ୍ତବ୍ଧ ହୋଇ ଥିଲୁ। ଆମେ ଏହି ନାଗରିକଙ୍କ ଉପରେ ହୋଇଥିବା ହମଲାର କଡ଼ା ଶବ୍ଦରେ ନିନ୍ଦା କରୁଛୁ। ଆମର ଗଭୀର ସମ୍ୱେଦନା ସବୁ ପୀଡ଼ିତ ଓ ତାଙ୍କ ପରିବାର ସଦସ୍ୟଙ୍କ ସହ ରହିଛି। ଉଭୟ ପକ୍ଷ ଦ୍ୱାରା ସେନା କାର୍ଯ୍ୟାନୁଷ୍ଠାନ ପରେ ଭାରତକୁ ନିଶ୍ଚିତ ରୂପେ ଆତଙ୍କବାଦ ବିରୁଦ୍ଧରେ ନିଜର ରକ୍ଷା କରିବାର ଅଧିକାର ଅଛି। ଏବେ ଅସ୍ତ୍ରବିରତି ଲାଗୁ ହୋଇ ଯାଇଛି, ଏହାକୁ ଆମେ ପ୍ରଶଂସା କରୁଛୁ।
ବିଦେଶ ମନ୍ତ୍ରୀ ୱାଡେଫୁଲ କହିଛନ୍ତି ଯେ, ଜର୍ମାନୀ ଓ ଭାରତ ବର୍ଷ ବର୍ଷ ଧରି ଆତଙ୍କବାଦ ବିରୋଧରେ ଲଢେଇକୁ ସମର୍ଥନ ଦେଉଛନ୍ତି। ଆମେ ଏହାକୁ ଆହୁରି ଜୋରଦାର କରିବାକୁ ଉଦ୍ଦେଶ୍ୟ ରଖିଛୁ। ସେ କହିଛନ୍ତି,ଜର୍ମାନୀ ଆତଙ୍କବାଦ ବିରୋଧରେ କୌଣସି ବି ଲଢେଇକୁ ସମର୍ଥନ କରିବ। ଆତଙ୍କବାଦକୁ ବିଶ୍ୱରେ କେଉଁଠି ବି ସ୍ଥାନ ଦେବା ଉଚିତ୍ ନୁହେଁ। ଏଥିପାଇଁ ଆମେ ସେ ସମସ୍ତ ବ୍ୟକ୍ତିଙ୍କୁ ସମର୍ଥନ କରିବୁ , ଯିଏ ଆତଙ୍କବାଦ ସହ ଲଢୁଛନ୍ତି। ଆମେ ଏହି କଥାକୁ ବହୁତ ପ୍ରଶଂସା କରୁଛୁ ଯେ, ଯୁଦ୍ଧ ବିରତି ହୋଇଛି। ଆମର ଆଶା ଯେ, ଖୁବ୍ ଶୀଘ୍ର ଏହାର ସମାଧାନ ବାହାରିବ। ଭାରତୀୟ ବିଦେଶ ମନ୍ତ୍ରୀ ଏସ ଜୟଶଙ୍କର କହିଛନ୍ତି ଯେ, ଜର୍ମାନ ସରକାର ଏହି ବୁଝାମଣା ବ୍ୟକ୍ତ କରିଛନ୍ତି ଯେ, ପ୍ରତ୍ୟେକ ଦେଶକୁ ଆକଙ୍କବାଦ ବିରୋଧରେ ନିଜର ରକ୍ଷା କରିବାର ଅଧିକାର ରହିଛି।
ଏସ୍ ଜୟଶଙ୍କର କହିଛନ୍ତି ଯେ, ଭାରତ ଆତଙ୍କବାଦକୁ କେବେ ବି ସହ୍ୟ କରିବ ନାହିଁ ଏବଂ ପରମାଣୁ ବ୍ଲାକମେଲ୍ କେବେ ମୁଣ୍ଡ ନୁଆଁଇବ ନାହିଁ। ଜର୍ମାନୀର ବିଦେଶ ମନ୍ତ୍ରୀ ଜୋହାନ ୱେଡଫୁଲଙ୍କ ସହ ଶୁକ୍ରବାର ସେ ମିଳିତ ସାମ୍ୱାଦିକ ସମ୍ମିଳୀ କରିଛନ୍ତି। ଏହି ସମୟରେ ସେ କହିଛନ୍ତି, ଭାରତ ପାକିସ୍ତାନ ସହ ସଂପୂର୍ଣ୍ଣ ରୂପେ ଦ୍ୱିପାକ୍ଷୀୟ ଉପାୟରେ ମୁକାବିଲା କରିବ ଓ ଏହି ସମ୍ୱନ୍ଧରେ କାହାକୁ କୌଣସି ଭ୍ରମ ହେବା ଉଚିତ୍ ନୁହେଁ। ବିଦେଶ ମନ୍ତ୍ରୀ ଜୟଶଙ୍କର ବର୍ତ୍ତମାନରେ ତିନି ଦେଶର ୟୁରୋପ ଗସ୍ତ ଅନୁସାରେ ଜର୍ମାନୀରେ ଅଛନ୍ତି।
ଜୟଶଙ୍କର କହିଛନ୍ତି , ମୁଁ ପହଲଗାମ ଆତଙ୍କୀ ହମଲା ପରେ ଭାରତର ପ୍ରତିକ୍ରିୟାର ତୁରନ୍ତ ପରେ ବର୍ଲିନ ଆସି ଥିଲି। ମୁଁ ଆପଣଙ୍କୁ ସେଠାରେ କହିବାକୁ ଚାହୁଁଛି , ଯାହା ମୁଁ ସନ୍ଦର୍ଭରେ ୱେଡଫୁଲଙ୍କୁ କହିଛି। ଭାରତ ଆତଙ୍କବାଦକୁ କେବେ ବି ସହ୍ୟ କରି ପାରିବ ନାହିଁ। ଭାରତ କେବେ ବି ପରମାଣୁ ବ୍ଲାକମେଲ୍ ଆଗରେ ମୁଣ୍ଡ ନୁଆଁଇବ ନାହିଁ। ସେ କହିଛନ୍ତି ଯେ, ଭାରତ ପାକିସ୍ତାନ ସହ ସଂପୂର୍ଣ୍ଣ ରୂପେ ଦ୍ୱିପାକ୍ଷୀୟ ଉପାୟରେ ମୁକାବିଲା କରିବ। ଏହି ସମ୍ୱନ୍ଧରେ କାହାକୁ କୌଣସି ଭ୍ରମ ହେବା ଉଚିତ୍ ନୁହେଁ । ସେ ଏହା ମଧ୍ୟ କହିଛନ୍ତି ଯେ,ଭାରତ ଜର୍ମାନୀର ଏହି ଉକ୍ତିକୁ ମହତ୍ତ୍ୱ ଦିଏ ଯେ , ପ୍ରତି ଦେଶକୁ ଆତଙ୍କବାଦ ବିରୋଧରେ ନିଜକୁ ରକ୍ଷା କରିବାର ଅଧିକାର ରହିଛି।