ଆମେରିକା-ଭାରତ ମଧ୍ୟରେ ବାଣିଜ୍ୟ ଚୁକ୍ତି ଚୂଡ଼ାନ୍ତ ! ଆଜି ରାତିରେ ଘୋଷଣା କରିପାରନ୍ତି ଟ୍ରମ୍ପ

Published By : Prameya-News7 Bureau | July 08, 2025 IST

businesstoday

ନୂଆଦିଲ୍ଲୀ: ଆମେରିକା ଓ ଭାରତ ମଧ୍ୟରେ ବହୁପ୍ରତିକ୍ଷୀତ ବାଣିଜ୍ୟ ଚୁକ୍ତି ଚୂଡ଼ାନ୍ତ ହୋଇଛି। ଆଜି ରାତିରେ ଏ ନେଇ ଘୋଷଣା କରାଯାଇ ପାରେ ବୋଲି ବିଭିନ୍ନ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ଜଣେ ବରିଷ୍ଠ ସରକାରୀ ଅଧିକାରୀଙ୍କ ସୂତ୍ରରୁ ଖବର ନେଇ ରିପୋର୍ଟ ପ୍ରକାଶ କରିଛି ବିଜ୍‌ନେଶ ଟୁଡେ। 

ବାଣିଜ୍ୟ ଚୁକ୍ତି ନେଇ ଦୁଇ ଦେଶ ମଧ୍ୟରେ ମାସାଧିକ କାଳ ଆଲଚୋନା ଜାରି ରହିଥିଲା। ଏହି ସପ୍ତାହରେ ଘନ ଘନ ଆଲୋଚନା ହେବା ପରେ ଚୁକ୍ତି ଚୂଡ଼ାନ୍ତ ହୋଇଥିବା ସୂଚନା ମିଳିଛି। ଚୁକ୍ତିରେ ଭାରତ ତାର ପ୍ରମୁଖ ଦାବି ଉପରେ ଦୃଢ଼ ରହିଥିବା ଜଣାପଡ଼ିଛି। 

ଏନେଇ ସରକାରୀ ଅଧିକାରୀ ଜଣଙ୍କ କହିଛନ୍ତି “ଯଦି ଆମେରିକା ଶୁଳ୍କ ନେଇ ନରମି ନଥାନ୍ତା ତେବେ ଆମେ ଶୁଳ୍କର ପ୍ରଭାବକୁ ସାମ୍ନା କରିବାକୁ ପ୍ରସ୍ତୁତ ଥିଲୁ। କିନ୍ତୁ ୱାଶିଂଟନ୍ ଚୁକ୍ତି କରିବାରେ ଇଚ୍ଛୁା ପ୍ରକାଶ କରିଥିଲା। ଫଳରେ ଚୁକ୍ତି  ଚୂଡ଼ାନ୍ତ ହୋଇଛି।”

ଟୁକ୍ତିରେ ଦୁଗ୍ଧ ଏବଂ ଅନେକ କୃଷି ଉତ୍ପାଦ ଭଳି ପ୍ରମୁଖ କ୍ଷେତ୍ରଗୁଡ଼ିକୁ ବାଦ ଦିଆଯିବାର କୁହାଯାଉଛି। ତେବେ ମକା ଏବଂ କିଛି ଫଳ ପାଇଁ ବଜାର ପ୍ରବେଶ ସହଜ ହେବା ସମେତ ଆମେରିକାର କିଛି ଦାବି ପୂରଣ ହେବାର ସମ୍ଭାବନା ରହିଛି। ଭାରତ ସମ୍ବେଦନଶୀଳ କ୍ଷେତ୍ର, ବିଶେଷକରି ଗହମ, ମକା, ଦୁଗ୍ଧ ଏବଂ ଜେନେଟିକାଲ୍ ଭାବରେ ଚାଷ ହୋଇଥିବା ଫସଲକୁ ସୁରକ୍ଷା ଦେବା ପାଇଁ ଏକ ଦୃଢ଼ ରହିଛି।

ଆମେରିକା ଏହାର କୃଷି ଉତ୍ପାଦ ପାଇଁ ଭାରତୀୟ ବଜାରରେ ଅବାଧ ପ୍ରବେଶ ଚାହୁଁଥିବା ବେଳେଭାରତ ଏହାର ଖାଦ୍ୟ ସୁରକ୍ଷାକୁ ପ୍ରାଥମିକତା ଦେବା ସହ ଘରୋଇ ଚାଷୀମାନଙ୍କ ସ୍ୱାର୍ଥକୁ ଗୁରୁତ୍ୱ ଦେଇଛି। ତେବେ ଭାରତ କପଡ଼ା, ଚମଡା ଏବଂ ଔଷଧ ଉପରେ ଶୁଳ୍କ ହ୍ରାସ କରିବାକୁ ରାଜି ହୋଇଥାଇପାରେ ଅନୁମାନ ରାଯାଉଛି।

ଚୁକ୍ତିନାମାର ବିବରଣୀ ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବରେ ଘୋଷଣା କରାଯାଇ ନଥିଲେ ମଧ୍ୟ, ଏହି ସଫଳତାକୁ ଦୁଇ ଦେଶ ମଧ୍ୟରେ ଦୀର୍ଘକାଳୀନ ବାଣିଜ୍ୟ ଉତ୍ତେଜନାର ସମାଧାନ ଦିଗରେ ଏକ ସକାରାତ୍ମକ ପଦକ୍ଷେପ ଭାବରେ ଦେଖାଯାଉଛି। ଏହି ସୀମିତ ଚୁକ୍ତି କିଛି ନିର୍ଦ୍ଦିଷ୍ଟ କ୍ଷେତ୍ରକୁ କଭର କରିବ ବୋଲି ଆଶା କରାଯାଉଛି, ଏବଂ ଭବିଷ୍ୟତରେ ଏକ ବ୍ୟାପକ ବାଣିଜ୍ୟ ଚୁକ୍ତି ପାଇଁ ପଥ ପ୍ରଶସ୍ତ କରିପାରେ। ସୂତ୍ର ଅନୁଯାୟୀ, ଚୁକ୍ତିର ଘୋଷଣା କିଛି ଘଣ୍ଟା ମଧ୍ୟରେ ହୋଇପାରେ, ସମ୍ଭବତଃ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏନେଇ ଘୋଷଣା କରିପାରନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.