ଭାରତ-ବ୍ରିଟେନ୍ ମଧ୍ୟରେ ଭିଜନ୍ ୨୦୩୫ ରୋଡ୍‌ମ୍ୟାପ୍ ସ୍ୱାକ୍ଷରିତ; ଜେଟ୍ ଏବଂ ଯୁଦ୍ଧଜାହାଜ ଇଞ୍ଜିନ ବିକାଶ ପାଇଁ କରିବେ କାମ

Published By : Prameya-News7 Bureau | July 30, 2025 IST

ନୂଆଦିଲ୍ଲୀ: ଭାରତ ଏବଂ ବ୍ରିଟେନ ବୁଧବାର ୧୦ ବର୍ଷୀୟ ପ୍ରତିରକ୍ଷା ଶିଳ୍ପ ରୋଡମ୍ୟାପ୍ ଘୋଷଣା କରିଛନ୍ତି । ଏହି ରୋଡ୍‌ମ୍ୟାପ୍‌ର ଲକ୍ଷ୍ୟ ହେଉଛି ଭିଜନ୍ ୨୦୩୫ ଅଧିନରେ ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା ସହଯୋଗକୁ ବୃଦ୍ଧି ଓ ସୁରକ୍ଷା ସମ୍ପର୍କକୁ ମଜବୁତ କରିବ । ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଏକ୍ସରେ ବ୍ରିଟିଶ ହାଇ କମିଶନଙ୍କ ଏହି ଯୋଜନା ବାବଦରେ ଘୋଷଣା କରିଛନ୍ତି ।

ଏହି ରୋଡ୍‌ମ୍ୟାପ୍ ପ୍ରତିରକ୍ଷା ପ୍ରଯୁକ୍ତିବିଦ୍ୟାରେ ସହ-ବିକାଶ, ଗବେଷଣା ଏବଂ ନବସୃଜନ ଉପରେ ଗୁରୁତ୍ୱ ଦେଉଛି । ଏହା ସହ ଯୋଗାଣ ଶୃଙ୍ଖଳ ସ୍ଥିରତା, ଜଟିଳ ଅସ୍ତ୍ରଶସ୍ତ୍ର, ଜେଟ୍ ଏବଂ ଯୁଦ୍ଧଜାହାଜ ଇଞ୍ଜିନ ବିକାଶ ଏବଂ ଉଭୟ ଦେଶ ପାଇଁ ଉନ୍ନତ ଜାତୀୟ ସୁରକ୍ଷା ଉପରେ ଗୁରୁତ୍ୱାରୋପ କରେ ।

ରୋଡ୍‌ମ୍ୟାପର ପ୍ରମୁଖ ବିନ୍ଦୁ

ଉନ୍ନତ ପ୍ରଯୁକ୍ତିବିଦ୍ୟା: ଉଭୟ ଦେଶ ଇଲେକ୍ଟ୍ରିକ୍ ପ୍ରୋପଲ୍ସନ୍ କାପାବିଲିଟି ସହଭାଗୀତା (EPCP) ଏବଂ ଜେଟ୍ ଇଞ୍ଜିନ୍ ଆଡଭାନ୍ସଡ୍ କୋର୍ ପ୍ରଯୁକ୍ତିବିଦ୍ୟା (JEACT) ଭଳି କାର୍ଯ୍ୟକ୍ରମରେ ସହଯୋଗକୁ ଆହୁରି ଗଭୀର କରିବା ପାଇଁ ସହମତ ହୋଇଛନ୍ତି । 

ସାମୁଦ୍ରିକ ସୁରକ୍ଷା: ଭାରତ-ପ୍ରଶାନ୍ତ ମହାସାଗର ପଦକ୍ଷେପ ଅଧୀନରେ ଏକ ଆଞ୍ଚଳିକ ସାମୁଦ୍ରିକ ସୁରକ୍ଷା କେନ୍ଦ୍ର ପ୍ରତିଷ୍ଠା କରିବାକୁ ଯୋଜନା ମଧ୍ୟ ଘୋଷଣା କରିଛନ୍ତି । ଏହା ଭାରତ ମହାସାଗର କ୍ଷେତ୍ରର ରାଷ୍ଟ୍ରଗୁଡ଼ିକ ପାଇଁ କ୍ଷମତା-ନିର୍ମାଣ କେନ୍ଦ୍ର ଭାବରେ କାର୍ଯ୍ୟ କରିବ ଏବଂ ଅଣ-ପାରମ୍ପରିକ ସାମୁଦ୍ରିକ ସୁରକ୍ଷା ବିପଦକୁ ସମାଧାନ କରିବ ।

ମିଲିଟାରୀ ସମ୍ପର୍କ: ଦୁଇ ଦେଶ ସ୍ଥଳ, ଆକାଶ ଏବଂ ସମୁଦ୍ରରେ ମିଳିତ ସାମରିକ ଅଭ୍ୟାସରେ ବିସ୍ତାର କରିବା ନେଇ ଯୋଜନା କରୁଛନ୍ତି । ଏଥିପାଇଁ ତାଲିମ ପ୍ରତିଷ୍ଠାନରେ ସାମରିକ ପ୍ରଶିକ୍ଷକମାନଙ୍କୁ ମଧ୍ୟ ନିଯୁକ୍ତି ଦିଆଯିବ । ବ୍ରିଟେନ ତାର ସଶସ୍ତ୍ର ବାହିନୀ ପାଇଁ ଏକ ଆଞ୍ଚଳିକ ଲଜିଷ୍ଟିକ୍ସ ହବ୍ ଭାବରେ ଭାରତକୁ ମାନ୍ୟତା ଦେବା ପାଇଁ ନିଜର ପ୍ରତିବଦ୍ଧତାକୁ ଦୋହରାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.