ଥରିବେ ଶତ୍ରୁ, ଡ୍ରୋନରୁ ନିକ୍ଷେପ ହେବ ମିଶାଇଲ: DRDOର ସଫଳ ପରୀକ୍ଷଣ

Published By : Prameya-News7 Bureau | July 25, 2025 IST

ନୂଆଦିଲ୍ଲୀ: ଆତ୍ମନିର୍ଭରଶୀଳତା ଆଡକୁ ଅଗ୍ରସର ହେଉଛି ଭାରତର ପ୍ରତିରକ୍ଷା କ୍ଷେତ୍ର। ଗୋଟିଏ ପରେ ଗୋଟିଏ ବାୟୁ ପ୍ରତିରକ୍ଷା ପ୍ରଣାଳୀ, ମିଶାଇଲ ଏବଂ ଏୟାରକ୍ରାଫ୍ଟ ନିର୍ମାଣ କରାଯାଉଛି। ଏବେ DRDO ଆଉ ଏକ ଆଶ୍ଚର୍ଯ୍ୟଜନକ ସଫଳତା ହାସଲ କରିଛି। DRDO ଡ୍ରୋନରୁ ନିକ୍ଷେପ କରାଯାଇଥିବା ଏକ ମିଶାଇଲର ପରୀକ୍ଷଣ ସଫଳତାର ସହିତ ସମାପ୍ତ କରିଛି।

ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ DRDO ଦ୍ୱାରା କରାଯାଇଥିବା ଏହି ସଫଳ ପରୀକ୍ଷଣ ବିଷୟରେ ସୂଚନା ଦେଇଛନ୍ତି। ସେ ତାଙ୍କ X ଆକାଉଣ୍ଟରେ ଟ୍ୱିଟ୍ କରି କହିଛନ୍ତି- "ଭାରତର ପ୍ରତିରକ୍ଷା କ୍ଷମତାକୁ ଏକ ବଡ଼ ବୃଦ୍ଧି ପାଇଁ DRDO ଆନ୍ଧ୍ରପ୍ରଦେଶର କୁର୍ଣ୍ଣୁଲରେ ନ୍ୟାସନାଲ ଓପନ୍ ଏରିଆ ରେଞ୍ଜ (NOAR) ରେ ଡ୍ରୋନ-ଫାଇଲ୍ଡ ପ୍ରିସିସନ୍ ଗାଇଡେଡ୍ ମିସାଇଲ (ULPGM)-V3 ର ସଫଳ ପରୀକ୍ଷଣ କରିଛି।

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ତାଙ୍କ ଟ୍ୱିଟରେ ଆହୁରି କହିଛନ୍ତି- "ULPGM-V3 ସିଷ୍ଟମର ବିକାଶ ଏବଂ ସଫଳ ପରୀକ୍ଷଣ ପାଇଁ DRDO ଏବଂ ଶିଳ୍ପ ଅଂଶୀଦାର, ପ୍ରତିରକ୍ଷା ଉତ୍ପାଦନ କମ୍ପାନୀ, MSME ଏବଂ ଷ୍ଟାର୍ଟ-ଅପ୍ସକୁ ଅଭିନନ୍ଦନ। ଏହି ସଫଳତା ପ୍ରମାଣ କରେ ଯେ ଭାରତୀୟ ଶିଳ୍ପ ଏବେ ଗୁରୁତ୍ୱପୂର୍ଣ୍ଣ ପ୍ରତିରକ୍ଷା ପ୍ରଯୁକ୍ତିବିଦ୍ୟା ଉତ୍ପାଦନ କରିବାକୁ ପ୍ରସ୍ତୁତ।"

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.