ଫଳକରେ ମୁଖ୍ୟମନ୍ତ୍ରୀ କି ସାଂସଦଙ୍କ ନାଁ ନଥିଲା, ଉତ୍ୟକ୍ତ ହୋଇ ଫଳକ ଭାଙ୍ଗିଲେ ବିଜେପି କର୍ମୀ

NEWS7
india-rapidly-expanding-diplomatic-network-in-more-multipolar-world-says-report

ଆଠଗଡ଼ ୨୭।୧୨: ଫଳକ ଲାଗିଲା, ମୁଖ୍ୟମନ୍ତ୍ରୀ କି ସାଂସଦଙ୍କ ନାଁ ରହିଲାନି । ଫଳରେ ଉତ୍ୟକ୍ତ ହୋଇ ଫଳକ ଭାଙ୍ଗିଲେ ବିଜେପି କର୍ମୀ । ପୂର୍ତ୍ତ ବିଭାଗ ପକ୍ଷରୁ ଆଠଗଡ଼ ଉପଖଣ୍ଡ ଚିକିତ୍ସାଳୟ ପରିସରରେ ୫୦ ଶଯ୍ୟା ବିଶିଷ୍ଟ ପ୍ରକୋଷ୍ଠ ଉଦ୍‌ଘାଟନକୁ ବିରୋଧ । ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଫଳକ ଭାଙ୍ଗିଲେ ବିଜେପି କର୍ମୀ ।

ସୂଚନାଯୋଗ୍ୟ ଯେ, ଗତ ୧୯ ତାରିଖରେ ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ ତରବରିଆ ଭାବରେ ନିଜ ନାମରେ ଫଳକ ଲଗାଇ ଏହାକୁ ଉଦଘାଟନ କରିଥିଲେ । ଏହି ନାମ ଫଳକରେ ମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟ ମନ୍ତ୍ରୀ, ପୂର୍ତ୍ତ ବିଭାଗ ମନ୍ତ୍ରୀଙ୍କ ସହ କଟକ ସାଂସଦଙ୍କ ନାମ ନଥିବାରୁ ବିରୋଧ ପ୍ରଦର୍ଶନ କରିଥିଲେ ବିଜେପି ନେତା ଓ କର୍ମୀ । ବିଧାୟକଙ୍କ ବିରୋଧରେ ନାରାବାଜି ଦେଇଥିଲେ ବିଜେପି କର୍ମୀ ।