ଚରମରେ ଭାରତ-ପାକିସ୍ତାନ ଉତ୍ତେଜନା, ଜାଣନ୍ତୁ ଯୁଦ୍ଧ ମାହୋଲରେ କ'ଣ କରିବା ଉଚିତ୍ ଏବଂ କ'ଣ କରିବା ଅନୁଚିତ୍ ?

Published By : Prameya-News7 Bureau | May 09, 2025 IST

ନୂଆଦିଲ୍ଲୀ: ଅପରେସନ ସିନ୍ଦୂର ପରେ ଚିହିଁକି ଉଠିଥିବା ପାକିସ୍ତାନ ଭାରତର ସମସ୍ତ ସୀମାବର୍ତ୍ତୀ ରାଜ୍ୟ ଉପରେ ମିସାଇଲ ଓ ଡ୍ରୋନ ଆକ୍ରମଣ ଆରମ୍ଭ କରିଛି। କେନ୍ଦ୍ର ସରକାର ସମସ୍ତ ରାଜ୍ୟକୁ ବ୍ଲାକଆଉଟ୍ କରିବାକୁ ଆଦେଶ ଦେଇଛନ୍ତି। ଅନ୍ୟପଟେ ସୋସିଆଲ ମିଡିଆରେ କିଛି ଲୋକେ ସୂଚନା ଦେଉଛନ୍ତି ଯେ, କେଉଁଠି କେଉଁ ସ୍ଥାନରେ ବ୍ଲାକ ଆଉଟ୍ କରାଯାଉଛି। ସେମାନେ ନିଜ ନିଜ ସହରର ସୂଚନା ସୋସିଆଲ ମିଡିଆରେ ସେୟାର କରୁଛନ୍ତି। ଏହା ସବୁ ସୁରକ୍ଷା ପ୍ରସ୍ତୁତି ପାଇଁ ଗୁରୁତର ବିପଦ ସୃଷ୍ଟି କରିପାରେ।

ଏମିତିରେ ଆପଣ ଜାଣି ରଖିବା ଉଚିତ୍ ଯେ, ଯୁଦ୍ଧ ଭଳି ସ୍ଥିତିରେ କେଉଁ ସୂଚନା ସୋସିଆଲ ମିଡିଆରେ ସେୟାର କରିବା ଉଚିତ୍ କି ନୁହେଁ। 

ଯୁଦ୍ଧ ପରିସ୍ଥିତିରେ କଣ କରିବା ଉଚିତ୍ ନୁହେଁ ?

- ସର୍ବପ୍ରଥମେ ଆପଣ ଯେଉଁଠି ରହୁଛନ୍ତି ସେହି ସହର କିମ୍ବା ସ୍ଥାନର ବ୍ଲାକଆଉଟ୍ ସୂଚନା କିମ୍ବା ଭିଡିଓ ସୋସିଆଲ ମିଡିଆରେ ସେୟାର କରନ୍ତୁ ନାହିଁ।

- ଯଦି ଆପଣଙ୍କ ସହର କିମ୍ବା ଅଞ୍ଚଳରେ କୌଣସି ବି ସେନାର ଗାଡ଼ି ଯାଉଥିଲେ, ତାର ଭିଡିଓଗ୍ରାଫି କରନ୍ତୁ ନାହିଁ।

- ଯୁଦ୍ଧକୁ ନେଇ ସୋସିଆଲ ମିଡିଆରେ ସମସ୍ତ ପୁରୁଣା ଫଟୋ ଏବଂ ଭିଡିଓକୁ ବର୍ତ୍ତମାନର ଦର୍ଶାଇ ସେୟାର କରାଯାଉଛି। ଏହା ସବୁ ଗୁଜବ, ତେଣୁ ଏଥିରୁ ନିବୃତ୍ତ ରୁହନ୍ତୁ। 

- ଜନଗହଳିପୂର୍ଣ୍ଣ ଅଞ୍ଚଳକୁ ଅଯଥା ଯାଆନ୍ତୁ ନାହିଁ। ଜରୁରୀ ନ ପଡ଼ିଲେ ଘରେ ରୁହନ୍ତୁ।

- ଭୁଲ୍ ସୂଚନା ଉପରେ ପ୍ରତିକ୍ରିୟା ଦିଅନ୍ତୁ ନାହିଁ। ଉତ୍ତେଜିତ କିମ୍ବା ଆକ୍ରୋଶିତ ହୋଇ କୌଣସି ଭୁଲ୍ ପଦକ୍ଷେପ ନିଅନ୍ତୁ ନାହିଁ।

- ସୁରକ୍ଷାବଳଙ୍କ କାମରେ ବାଧା ଦିଅନ୍ତୁ ନାହିଁ, ତାଙ୍କ ନିର୍ଦ୍ଦେଶକୁ ସମ୍ମାନ ଦିଅନ୍ତୁ।

ଆପଣଙ୍କୁ ଏବେ କଣ କରିବା ଉଚିତ୍

- ସରକାରୀ ଗାଇଡଲାଇନର ପାଳନ  କରନ୍ତୁ। କେବଳ ପ୍ରାମାଣିକ ଉତ୍ସରୁ ମିଳୁଥିବା ସୂଚନା ଉପରେ ଭରସା କରନ୍ତୁ। ସରକାର, ସେନା ଏବଂ ସ୍ଥାନୀୟ ପ୍ରଶାସନର ସୂଚନାକୁ ଅଗ୍ରାଧିକାର ଦିଅନ୍ତୁ।

- ଜରୁରୀକାଳୀନ ସ୍ଥିତି ପାଇଁ ପ୍ରସ୍ତୁତ ରୁହନ୍ତୁ। ଜରୁରୀ ଔଷଧ, ଦସ୍ତାବିଜ, ପାଣି ଓ ସୁଖିଲା ରାସନ ସଂଗ୍ରହ କରି ରଖନ୍ତୁ।

- ସୁରକ୍ଷିତ ସ୍ଥାନ ଚିହ୍ନଟ କରନ୍ତୁ ଏବଂ ଘର, ବଙ୍କର କିମ୍ବା ମଜବୁତ ନିର୍ମାଣ ଥିବା ସୁରକ୍ଷିତ ସ୍ଥାନ ଚିହ୍ନଟ କରନ୍ତୁ। 

- ଶାନ୍ତି ବଜାୟ ରଖନ୍ତୁ ଓ ଗୁଜବଠୁ ଦୂରେଇ ରୁହନ୍ତୁ। ସାମାଜିକ ସୌହାର୍ଦ୍ଦ୍ୟ କାଏମ ରଖନ୍ତୁ।

- ବୃଦ୍ଧ, ଛୋଟ ପିଲା ଓ ଦିବ୍ୟାଙ୍ଗ ଲୋକଙ୍କୁ ପ୍ରାଥମିକତା ଦିଅନ୍ତୁ ଏବଂ ଆବଶ୍ୟକ ପଡ଼ିଲେ ସାହାଯ୍ୟ କରନ୍ତୁ। 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.