ନୂଆଦିଲ୍ଲୀ : ନିକଟରେ ଭାରତ ଓ ପାକିସ୍ତାନ ମଧ୍ୟରେ ହୋଇଥିବା ବିବାଦରେ ଚୀନ ଇସ୍ଲାମାବାଦକୁ ଖୋଲାଖୋଲି ସମର୍ଥନ ଦେଇଥିଲା। ଚାରି ଦିନ ଯାଏ ଉତ୍ତେଜନା ଶୀର୍ଷରେ ରହିବା ପରେ ଯଦିଓ ଅସ୍ତ୍ରବିରତି ହୋଇଛି, କିନ୍ତୁ ପୂର୍ବତନ ଲେଫ୍ଟେନାଣ୍ଟ ଜେନେରାଲ ଏଚଏମ ପନାଗ ଚେତାବନୀ ଦେଇଛନ୍ତି ଯେ, ଭାରତକୁ ଆଗାମୀ ୫ ରୁ ୧୦ ବର୍ଷରେ ପୁଣି ଥରେ ପାକିସ୍ତାନ ସହ ସଂଘର୍ଷର ସାମ୍ନା କରିବାକୁ ପଡିପାରେ ଏବଂ ଏହିଥର ମଧ୍ୟ ସେ ଚୀନର ସମର୍ଥନରେ ଏମିତି କରିପାରେ। ପନାଗ ଏକ ଆର୍ଟିକଲରେ ଲେଖିଛନ୍ତି , ଏହି କାରଣରୁ ଭାରତକୁ ପ୍ରସ୍ତୁତ ରହିବା ଉଚିତ୍ ଏବଂ ଦୃଢ ପଦକ୍ଷେପ ନେଇ ନିଜର ପ୍ରତିରକ୍ଷା ବଜେଟକୁ ଦୁଇଗୁଣା କରି ଜିଡିପିର ଚାରି ପ୍ରତିଶତ କରିବା ଉଚିତ୍।
‘ଦ ପ୍ରିଣ୍ଟ’ରେ ଲେଖା ଯାଇଥିବା ଆର୍ଟିକଲରେ ଜେନେରାଲ ପନାଗ ଲେଖିଛନ୍ତି, ଚୀନ୍ ଦୀର୍ଘ ଦିନରୁ ଭାରତର ମୁଖ୍ୟ ବିରୋଧୀ ସାଜିଥିବା ବେଳେ ପାକିସ୍ତାନ ସମସ୍ୟା ସୃଷ୍ଟି କରି ଚାଲିଛି। ଚୀନର ବଳପୂର୍ବକ ସହଯୋଗରେ ପୁନର୍ଜୀବିତ ପାକିସ୍ତାନ ସହ ଆଉ ଏକ ସଂଘର୍ଷର ସମ୍ଭାବନା ଅଧିକ ରହିଛି। ମୋର ବିଶ୍ୱାସ ଯେ, ଏଥିରେ ଅତି କମ୍ରେ ୫ବର୍ଷ ଓ ସର୍ବାଧିକ ୧୦ ବର୍ଷ ଲାଗିପାରେ। ହେଲେ , ଯଦି ଭାରତ ପାକିସ୍ତାନକୁ ଆଉ ଅଧିକ ଜୋରଦାର ଉପାୟରେ ହରାଇବା ଓ ଏହାସହ ଚୀନକୁ ଅଚଳ କରିବାର ସାମରିକ କ୍ଷମତା କରିଥାଏ , ତ ସଂଘର୍ଷକୁ ରୋକା ଯାଇ ପାରିବ।
ପନାଗ ଲେଖିଛନ୍ତି ,ପାକିସ୍ତାନରେ ଏକ ଜବରଦସ୍ତ ପ୍ରଯୁକ୍ତିବିଦ୍ୟା ସାମରିକ ବୃଦ୍ଧି ସ୍ଥାପିତ କରିବା ଏବଂ ଚୀନକୁ ଅଚଳ କରିବା ସଶସ୍ତ୍ର ବାହିନୀର ପରିବର୍ତ୍ତନ ଏକ ଅପରିହାର୍ଯ୍ୟ ଆବଶ୍ୟକତା , ବିଶେଷକରି ଏକ ସଂଘର୍ଷ ପାଇଁ ଯେଉଁଠାରେ ଉଭୟ ପ୍ରତିଦ୍ୱନ୍ଦ୍ୱୀ ମିଳିତ ଭାବେ କାର୍ଯ୍ୟ କରୁଛନ୍ତି ଏବଂ ଏହି ପରିବର୍ତ୍ତନ ହେବା ପାଇଁ , ଆମକୁ ସର୍ବ ପ୍ରଥମେ ନିଜର ପ୍ରତିରକ୍ଷା ବଜେଟ୍କୁ ଦୁଇଗୁଣା କରି ଡିଜିପିର ୪ ପ୍ରତିଶତ କରିବାକୁ ହେବ। ସେ ଆହୁରି ଲେଖିଛନ୍ତି ଯେ ଭାରତକୁ ରାଷ୍ଟ୍ରୀୟ ସୁରକ୍ଷା ପାଇଁ ଏକ ସଂରଚିତ ଦୃଷ୍ଟିକୋଣ ଆପଣାଇବାର ଆବଶ୍ୟକତା ରହିଛି। ଏଥିରେ ଏକ ଏମିତି ସାମରିକ ରଣନୀତିର ମାର୍ଗ ପ୍ରଶସ୍ତ୍ର ହେବ , ଯାହା ସଂଘର୍ଷର ସବୁ ଦିଗରୁ ବର୍ତ୍ତିବାରେ ସକ୍ଷମ ହେବ।
କହି ରଖୁଛୁ କି ଗତ ମାସରେ ଏକ ଆମେରିକୀୟ ଗୁଇନ୍ଦା ରିପୋର୍ଟରେ କୁହାଯାଇ ଥିଲା ଯେ, ପାକିସ୍ତାନ ଭାରତକୁ ଅସ୍ତିତ୍ୱ ପାଇଁ ବିପଦ ବୋଲି ଭାବୁଛି ଏବଂ ଯୁଦ୍ଧ ମୈଦାନରେ ପରମାଣୁ ଅସ୍ତ୍ରର ବିକାଶ ସହ ନିଜର ସେନା ଆଧୁନିକୀକରଣର ପ୍ରୟାସକୁ ଜାରି ରଖିବ। ଗୁଇନ୍ଦା ରିପୋର୍ଟରେ କୁହାଯାଇଛି ଯେ, ପାକିସ୍ତାନ ନିଜର ପରମାଣୁ ଶସ୍ତ୍ରାଗାରର ଆଧୁନିକୀକରଣ କରୁଛି ଏବଂ ନିଜର ପରମାଣୁ ସାମଗ୍ରୀ ଓ ପରମାଣୁ କମାଣ୍ଡ ଓ ନିୟନ୍ତ୍ରଣର ସୁରକ୍ଷା ତିଆରି କରୁଛି।
ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ, ପାକିସ୍ତାନ ମୁଖ୍ୟତଃ ଚୀନର ଆର୍ଥିକ ଓ ସେନା ଉଦାରତା ହାସଲ କରେ। ପାକିସ୍ତାନୀ ସେନା ପ୍ରତି ବର୍ଷ ଚୀନର ପିଏଲଏ ସହ ଅନେକ ମିଳିତ ସାମରିକ ଅଭ୍ୟାସ କରିଥାଏ , ଯେଉଁଥିରେ ନଭେମ୍ୱର ୨୦୨୪ରେ ପୂରା ହେବାକୁ ଥିବା ନୂଆ ବିମାନ ଅଭ୍ୟାସ ବି ସାମିଲ ଅଛି।