IMS ଓ ସମ୍‌ ହସ୍ପିଟାଲ ସହାୟତାରେ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ

NEWS7
india-may-consider-fuel-maize-tax-cuts-to-cool-inflation

ଭଦ୍ରକ ୦୨।୦୩ : ଭଦ୍ରକ ଜିଲ୍ଲା ଅର୍ଣାପାଳ ଠାରେ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ । ମାୟାନିଦ୍ରା ଫାଉଣ୍ଡେସନ ଆନୁକୁଲ୍ୟରେ ଆୟୋଜିତ ଏହି ସ୍ୱାସ୍ଥ୍ୟ ଶିବିର IMS ଓ ସମ୍‌ ହସ୍ପିଟାଲ ସହାୟତାରେ ଏହି ଶିବିର ଆୟୋଜିତ ହୋଇଛି । ଅର୍ଣପାଳ ଠାରେ ଆୟୋଜିତ ଏହି ସ୍ବାସ୍ଥ୍ୟ ଶିବିରରେ ସମ୍ ହସ୍ପିଟାଲର ୧୩ ଜଣ ଅଭିଜ୍ଞ ଡାକ୍ତର ସ୍ବାସ୍ଥ୍ୟ ସେବା ଯୋଗାଇଥିଲେ । ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାଏ ଉଦଘାଟନ କରିବା ପରେ ବିଭିନ୍ନ ଅଞ୍ଚଳରୁ ଆସିଥିବା ରୋଗୀଙ୍କ ପଞ୍ଜିକରଣ କରାଯାଇଥିଲା । ପରେ ମାଗଣାରେ ସ୍ବାସ୍ଥ୍ୟ ପରୀକ୍ଷା କରିବା ସହ ଡାକ୍ତରୀ ଅନୁଧ୍ୟାନ ପରେ ମାଗଣା ଚିକିତ୍ସା ଯୋଗାଇ ଦେବା ସହ ସ୍ୱତନ୍ତ୍ର ଭାବେ ବିନା ମୂଲ୍ୟ ରେ ଔଷଧ ଯୋଗାଇ ଦିଆଯାଇଛି । ସ୍ବାସ୍ଥ୍ୟ ଶିବିରକୁ ଆସିଥିବା ରୋଗୀ ମାନେ ଚିକିତ୍ସା ପରେ ମାଗଣାରେ ଔଷଧ ନେଇଚନ୍ତି । ତେବେ ଏହି ସ୍ବାସ୍ଥ୍ୟ ଶିବିରରେ ସମ୍ ହସ୍ପିଟାଲର ଡାକ୍ତର ଓ ଅନ୍ୟ କର୍ମଚାରୀଙ୍କ ଠାରୁ ସେବା ପାଇବା ପରେ ଉପଶମ ନେଇ ବେଶ୍ ଆଶାବାଦୀ ଅଛନ୍ତି ।