ସରକାରଙ୍କ ନିର୍ଦ୍ଦେଶ ପରେ ବିଏମ୍‌ସି ତତ୍ପର: ହଟିଲା ହୋର୍ଡିଂ, ଆଗକୁ ଲାଗିବ ଜରିମାନା

NEWS7
india-mauritius-elevate-ties-inks-8-pacts-

ଭୁବନେଶ୍ୱର ୨୯/୦୧: ଓମ୍ଫେଡ ପାର୍ଲର, ଭେଣ୍ଡିଂ ଜୋନ୍‌ରେ ଗୁଟ୍‌ଖା ମନା । ସରକାରଙ୍କ ନିର୍ଦ୍ଦେଶ ପରେ ନୂଆ କଟକଣା ଜାରି କରିଛି ବିଏମିସି । ଖାସ୍ କରି ରାଜ୍ୟରେ ଗୁଟ୍ଖା ବିକ୍ରି କଟକଣା ଲାଗୁ ପରେ ତତ୍ପରତା ପ୍ରକାଶ ପାଇଛି । ମେୟରଙ୍କ ଅଧ୍ୟକ୍ଷତାରେ ବୁଧବାର ବସିଥିବା କର୍ପୋରେସନ ବୈଠକରେ ଗୁଟଖା ବିକ୍ରି ନିଷେଧ ଉପରେ ଆଲୋଚନା ହୋଇଥିଲା । ବିଏମ୍ସି ପକ୍ଷରୁ ସହରରେ ଏନ୍‌ଫୋର୍ସମେଣ୍ଟକୁ କଡ଼ାକଡ଼ି କରାଯିବ ।

ବୈଠକରେ ଗୁଟଖା ବିକ୍ରି ଉପରେ କଟକଣାକୁ କଡ଼ାକଡ଼ି କରାଯିବା ଲାଗି ପ୍ରସ୍ତାବ ଆଗତ କରାଯାଇଥିଲା । ଏହା ଉପରେ କର୍ପୋରେସନ ମୋହର ବାଜିଛି । ବିଏମ୍ସି ସ୍ୱୀକୃତିପ୍ରାପ୍ତ ସମସ୍ତ ଓମ୍ଫେଡ୍ ପାର୍ଲର ଏବଂ ଭେଣ୍ଡିଂ ଜୋନ୍ରେ ଗୁଟ୍ଖା ବିକ୍ରିକୁ ନିଷେଧ କରାଯାଇଛି । ବିଏମ୍ସି ପକ୍ଷରୁ ଏନ୍ଫୋର୍ସମେଣ୍ଟ ଟିମ୍ ଏସବୁ ସ୍ଥାନରେ ଚଢ଼ଉ କରି ଯାଞ୍ଚ କରିବ ।

ରାଜଧାନୀର ୩ଟି ଜୋନାଲ ଅଧିକାରୀ ଏହାର ତଦାରଖ କରିବେ । ସେହିପରି ସହରର ସମସ୍ତ ଭେଣ୍ଡିଂ ଜୋନ୍ ଏବଂ ଓମ୍ଫେଡ ଷ୍ଟଲ, ପାନ ଦୋକାନକୁ ଏହି ପ୍ରବର୍ତ୍ତନକାରୀ ଦଳ ଯାଞ୍ଚ କରିବେ । ଯେଉଁ ଦୋକାନରୁ ଗୁଟ୍‌ଖା ବାହାରିବ ସେମାନଙ୍କ ଲାଇସେନ୍ସ ବାତିଲ କରାଯିବ । ଏହା ସହ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଏପରିକି ବିଏମ୍ସି ଅଞ୍ଚଳ ଗୁଟଖା ପ୍ରଚାର ଲାଗି ଲଗାଯାଇଥିବା ହୋର୍ଡିଂଗୁଡ଼ିକୁ ହଟାଇ ଦିଆଯିବ । ଯଦି କୌଣସି ଏଜେନ୍ସି ଗୁଟ୍ଖା ହୋର୍ଡିଂ ମାରନ୍ତି, ତେବେ ସେମାନଙ୍କଠାରୁ ଜରିମାନା ଆଦାୟ କରାଯିବ ବୋଲି କୁହାଯାଇଛି । ସେପଟେ ଯେଉଁମାନେ ଗୁଟ୍ଖା ଅଭ୍ୟସ୍ତ ସେମାନେ ଏବେ ଚିନ୍ତାରେ । କାରଣ ରାସ୍ତାକଡରେ ନମିଳିଲେ କେଉଁଠୁ ମିଳିବ ଗୁଟ୍ଖା ମିଳିବ ସେ ଟେନ୍ସନ୍ ବଢିଯାଇଛି ।