ପାକିସ୍ତାନକୁ ଭାରତର ପାଲଟା ଜବାବ, ଲାହୋର ଉପରେ କଲା ଡ୍ରୋନ ଆକ୍ରମଣ

Published By : Prameya-News7 Bureau | May 08, 2025 IST

ନୂଆଦିଲ୍ଲୀ: ପାକିସ୍ତାନର ଡ୍ରୋନ୍ ଓ ମିସାଇଲ୍ ଆଟାକ୍ ପରେ କଡ଼ା ଜବାବ ଦେଇଛି ଭାରତ । ପାକିସ୍ତାନ ଉପରେ ପାଲଟା ଆକ୍ରମଣରେ ଡ୍ରୋନ ଓ ମିସାଇଲ୍ ମାଡ଼ କରିଛି ଭାରତ । ଲାହୋର ଉପରେ ଭାରତ ଡ୍ରୋନରେ ବଡ଼ ହମଲା କରିଛି । ପାକିସ୍ତାନ ଉପରେ ତିନି ମିସାଇଲ୍ ମାଡ଼ କରିଛି ଭାରତ । AWACSକୁ ମଧ୍ୟ ମାରି ନଷ୍ଟ କରିଛି ଭାରତ । ପାକିସ୍ତାନର ପଞ୍ଜାବ ପ୍ରାନ୍ତରେ AWACSକୁ ନଷ୍ଟ କରାଯାଇଛି । 

ଭାରତ ମାଡ଼ରେ ଥରହର ହେଉଥିବା ପାକିସ୍ତାନ ଗୁରୁବାର ସଂଧ୍ୟାରେ ଜମ୍ମୁଠାରୁ ଆରମ୍ଭ କରି ଜୈସଲମେର ଯାଏ ସୀମାନ୍ତ ଅଞ୍ଚଳରେ ଡ୍ରୋନ, ରକେଟ୍ ଓ ମିସାଇଲ୍ ମାଡ଼ କରିଥିଲା । ଯାହାକୁ ଭାରତର ଏସ-୪୦୦ ମିସାଇଲ୍ ନଷ୍ଟ କରିଛି । ପାକିସ୍ତାନ ପକ୍ଷରୁ ସତବାରୀ, ଶାମ୍ୱା, ଆରଏସ ପୁରା ଓ ଅରନିଆରେ ମୋଟ ୮ ମିସାଇଲ୍ ଆକ୍ରମଣ କରିଥିଲା, ଯାହାକୁ ଏସ-୪୦୦ ଏୟାର ଡିଫେନ୍ସ ସିଷ୍ଟମ ନଷ୍ଟ କରିଛି । 

ପାକିସ୍ତାନ ପଟୁ ସୀମାରେ ନିରନ୍ତର ଗୁଳି ମାଡ଼ କରାଯାଉଛି । ଜମ୍ମୁ ବିମାନବନ୍ଦରରେ ପାକିସ୍ତାନ କ୍ଷେପଣାସ୍ତ୍ର ମାଡ କରିଛି । ଏହାକୁ ଦୃଷ୍ଟିରେ ରଖି ଜମ୍ମୁର ଅଧିକାଂଶ ଅଞ୍ଚଳରେ ବ୍ଲାକଆଉଟ୍ ଜାରି କରାଯାଇଛି । ଏହାକୁ ଦୃଷ୍ଟିରେ ରଖି, ପଞ୍ଜାବ ଏବଂ ରାଜସ୍ଥାନର ସୀମାବର୍ତ୍ତୀ ଜିଲ୍ଲାଗୁଡ଼ିକରେ ମଧ୍ୟ ବ୍ଲାକଆଉଟ୍ ଜାରି କରାଯାଇଛି । ସେନା ଏବଂ ବିଏସଏଫ ପ୍ରାୟ ୧୦୦ କିଲୋମିଟର ସୀମାବର୍ତ୍ତୀ ଅଞ୍ଚଳକୁ ବନ୍ଦ କରିଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.