ବ୍ରିଟିଶ ପରିବାର ଯାଇଥିଲେ ମରକ୍କୋ, ଏମିତି କିଛି ଘଟିଲା ବୁଲିବା ନିଶା ଛାଡିଗଲା

NEWS7
india-gives-another-blow-to-pakistan-closes-sea-route

ନୂଆଦିଲ୍ଲୀ ୨୧/୨: ମୋରକ୍କୋର ସହର ମରକେସ୍‌ । ବ୍ରିଟିଶର ଏକ ପରିବାର ବୁଲିବା ପାଇଁ ଏହି ସୁନ୍ଦର ସହରକୁ ଆସିଥିଲେ । କିନ୍ତୁ ସେଠି ତାଙ୍କ ସହ ଯାହା ଘଟିଲା ଜୀବନ ଥିବା ଯାଏ ସେମାନେ କେବେ ଭୁଲିପାରିବେନି । ଘଟଣା ଥିଲା କିଛି ଏମିତି । ବ୍ରିଟିଶର ଜଣେ ବ୍ୟବସାୟୀ ଆଣ୍ଡ୍ରୁ ଅଲ୍ଟିଙ୍କୁ ମେସେଜ ଆସିଲା ୫୦ ଲକ୍ଷର ମୋବାଇଲ ବିଲ୍‌ ।ଏତେ ମୋଟା ଅଙ୍କର ବିଲ୍‌ ଦେଖି ସେମାନେ ପ୍ରଥମେ ଭାବିଲେ ବୋଧହୁଏ ଫୋନ୍‌ କିଏ ହ୍ୟାକ୍‌ କରିଛି ନଚେତ ଭୁଲ୍‌ରେ ଏମିତି ହୋଇଛି । କିନ୍ତୁ ଯେତେବେଳେ ପ୍ରକୃତ ଘଟଣା ଜାଣିଲେ ଆଶ୍ଚର୍ଯ୍ୟ ହୋଇଗଲେ । ଟିକ୍‌ଟକ୍‌  ପାଇଁ ଝିଅର ପାଗଳାମି ହିଁ ଏସବୁ ପାଇଁ ଦାୟୀ  ।

ବ୍ରିଟିଶର ଆଣ୍ଡ୍ରୁ ଅଲ୍ଲି ଜଣେ ବ୍ୟବସାୟୀ । ସେ ତାଙ୍କ ପରିବାର ସହ ମରକ୍କୋର ସହର ମରକେସ୍‌କୁ ବୁଲିବାକୁ ଆସିଥିଲେ । ସେଠି ବୁଲିବା ଭିତରେ ଝିଅ ପ୍ରାୟ ୮ ଘଣ୍ଟା ଟିକ୍‌ଟକ୍‌ ବ୍ୟବହାର କରିଛି । ଆଉ ସେହି କାରଣରୁ ତାଙ୍କୁ ୫୦ ଲକ୍ଷର ମୋବାଇଲ ବିଲ୍‌ ଆସିଛି । କିଛି ନଜଣାଇ ଏପରି ମେସେଜ ଦେଇଥିବାରୁ ସେବା ପ୍ରଦାନକାରୀ ସଂସ୍ଥା ଉପରେ ବିରକ୍ତି ପ୍ରକାଶ କରିଛନ୍ତି ଆଣ୍ଡ୍ରୁ । ସେ  କହିଛନ୍ତି ମୁଁ ଜାଣିପାରୁନି ଜଣେ ଛୋଟ ବ୍ୟବସାୟୀଙ୍କ ଠାରୁ ସେମାନେ ଏତେ ଟଙ୍କା କେମିତି ଆଶା କରୁଛନ୍ତି ।

ପ୍ରତି ଥର ବ୍ରିଟିଶ ନାଗରିକଙ୍କ ଫୋନ୍‌ ନେଟୱର୍କ ସହ ସଂଯୋଗ ହେବା ସମୟରେ ୟୁନାଇଟେଡ୍‌ କିଙ୍ଗଡମ୍‌ ବାହାରେ ଡାଟା ରୋମିଂ ପାଇଁ ଦେୟ ଆଦାୟ କରାଯାଏ । ତେବେ ବ୍ରେକ୍ସିଟ୍‌ ପୂର୍ବରୁ ସେମାନେ ୟୁରୋପୀୟ  ୟୁନିଅନ ଭିତରେ ମାଗଣା ରୋମିଂର ମଜା ନେଇପାରିବେ । କିଛି ସଂସ୍ଥା ଏବେବି ମାଗଣା କିମ୍ବା ନାଁକୁ ମାତ୍ର ଦେଇଥାନ୍ତି । କିନ୍ତୁ ୟୁନାଇଟେଡ୍‌ କିଙ୍ଗଡମ୍‌ ବାହାରେ ଯଦି ଆପଣ ଡାଟା କ୍ୟାପ୍‌ ନ ଦିଅନ୍ତି ତେବେ ବିଲ୍‌ ଅଧିକ ହୋଇପାରେ । ତେବେ ଅନେକ ଚେଷ୍ଟା ପରେ ଆଣ୍ଡ୍ରୁ ଅଲ୍ଟିଙ୍କ ଉପରୁ ୫୦ ଲକ୍ଷର ଫାଇନ୍‌ ଉଠିଯାଇଥିଲା ।