ପାକିସ୍ତାନକୁ ଇମୋସନାଲ ବ୍ଲାକମେଲ୍ କଲା ଶ୍ରୀଲଙ୍କା : 'ଆମେ ଗୁଳି ଖାଇ ଇସଲାମାବାଦରେ ଖେଳିଛୁ, ତୁମେ ବି କଲମ୍ବୋ ଆସ'

NEWS7
india-cyprus-sign-agreement-on-defence-and-military-cooperation

କଲମ୍ବୋ,|୦୨ : ଆଉ ଦିନକ ପରେ ଟି୨୦ ବିଶ୍ୱକପ୍ । ଏଥର ଟୁର୍ଣ୍ଣାମେଣ୍ଟ ଆଗରୁ ଦେଖିବାକୁ ମିଳିଛି ହାଇଜ୍ରାମା । ପ୍ରଥମେ ବାଂଲାଦେଶ ସୁରକ୍ଷା କାରଣ ଦର୍ଶାଇ ଭାରତରେ ଖେଳିବାକୁ ରାଜି ହେଲାନି । ପରେ ବାଂଲାର ସମର୍ଥନରେ ବାହାରିଛି ପାକିସ୍ତାନ । ଟି୨୦ ବିଶ୍ୱକପ୍ ଖେଳିବ କିନ୍ତୁ ଭାରତ ସହ ଖେଳିବନି ବୋଲି ଘୋଷଣା କରିଛନ୍ତି ଶେହବାଜ ସରିଫ ସରକାର । ଭାରତ ଏବଂ ପାକିସ୍ତାନ ମଧ୍ୟରେ ଫେବ୍ରୁଆରୀ ୧୫ରେ ମୁକାବିଲା ଖେଳାଯିବାକୁ ନିର୍ଦ୍ଧାରିତ ହୋଇଛି । କିନ୍ତୁ ମ୍ୟାଚକୁ ନେଇ ଲାଗି ରହିଛି ସସପେନ୍ସ । ଏହାରି ମଧ୍ୟରେ ପାକିସ୍ତାନକୁ ପୁରୁଣା କଥା ମନେ ପକାଇଛି ଶ୍ରୀଲଙ୍କା ।

ଏହି ଖବରଟି ପଢନ୍ତୁ...  ରାଜସ୍ଥାନରେ ହନିମୁନ୍ ମର୍ଡର ୨.୦, ସ୍ଵାମୀକୁ ମାରିବାକୁ ପ୍ରେମିକ ସହ ପତ୍ନୀ ରଚିଥିଲା ଭୟଙ୍କର ଷଡ଼ଯନ୍ତ୍ର

ପାକିସ୍ତାନ କ୍ରିକେଟ୍ ବୋର୍ଡକୁ ଦୁଇ ପୃଷ୍ଠାର ଚିଠି ଲେଖିଛି ଶ୍ରୀଲଙ୍କା ବୋର୍ଡ । ଏଥିରେ କୁହାଯାଇଛି ଯେ, ପାକିସ୍ତାନ ଟି୨୦ ବିଶ୍ୱକପ୍ ଭଳି ପ୍ରତିଷ୍ଠିତ ମୁକାବିଲାରେ ଭାରତ ସହ ମ୍ୟାଚ୍ ଖେଳୁ । ଭାରତ-ପାକ୍ ମ୍ୟାଚକୁ କୋଟି କୋଟି ଫ୍ୟାନ୍ସ ଅପେକ୍ଷା କରି ରହିଥାନ୍ତି । ଏବେ ଟିକେଟ୍ ବିକ୍ରି ରେକର୍ଡ ସ୍ତରରେ ରହିଛି । ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀଙ୍କ ମଧ୍ୟରେ ମ୍ୟାଚକୁ ନେଇ ଅସାଧାରଣ ଉତ୍ସାହ ଦେଖିବାକୁ ମିଳିଛି ।

ଆହୁରି ମଧ୍ୟ ଚିଠିରେ ଶ୍ରୀଲଙ୍କା ବୋର୍ଡ କହିଛି ଯେ, ଶ୍ରୀଲଙ୍କା ସଦାବେଳେ ପାକିସ୍ତାନର ସମର୍ଥନ କରିଥାଏ । ୨୦୦୯ରେ ଶ୍ରୀଲଙ୍କା ଖେଳାଳିଙ୍କ ଉପରେ ଆକ୍ରମଣ ହୋଇଥିଲା । ଗୁଳିମାଡ କରାଯାଇଥିଲା । ଏତେ ସବୁ ପରେ ବି ସେମାନେ ଅନ୍ତରାଷ୍ଟ୍ରୀୟ ପ୍ରତିବନ୍ଧତାକୁ ପୂରଣ କରିଛନ୍ତି । ୨୦୨୫ ନଭେମ୍ବରରେ ଇସଲାମାବାଦରେ ଆତ୍ମଘାତୀ ଆକ୍ରମଣ ହୋଇଥିଲା । ତଥାପି ଶ୍ରୀଲଙ୍କା ପାକିସ୍ତାନର ସମର୍ଥନ କରିବା ସହ ମ୍ୟାଚ୍ ଖେଳିଥିଲା । ଏବେ ସେମାନେ ପାକିସ୍ତାନ କ୍ରିକେଟ୍ ବୋର୍ଡରୁ ସମାନ ସମର୍ଥନ ଆଶା କରୁଛନ୍ତି ।

ସିଂହଳ ବୋର୍ଡ ଲେଖିଛି ଯେ, ଯଦି ମ୍ୟାଚ୍ ନହୁଏ ତେବେ କେବଳ ଶ୍ରୀଲଙ୍କା ନୁହେଁ ବରଂ ଦେଶର ପର୍ଯ୍ୟଟନ ଏବଂ ଆର୍ଥିକ ସ୍ତରରେ ବହୁତ କ୍ଷତି ହେବ । ସେମାନେ ପାକିସ୍ତାନୀ ଖେଳାଳିଙ୍କ ସୁରକ୍ଷା ଉପରେ ଗ୍ୟାରେଣ୍ଟି ଦେଉଛନ୍ତି । ଏହି ଚିଠିକୁ ଗୁରୁତର ସହ ନେଇ ପାକିସ୍ତାନକୁ ନିଜ ନିଷ୍ପତ୍ତିର ପୁନର୍ବିଚାର କରିବାକୁ ଅନୁରୋଧ କରାଯାଇଛି ।

ଏବେ ସବୁ କିଛି ପିସିବି ମୁଖ୍ୟ ମୋହସିନ ନକଭିଙ୍କ ଉପରେ ରହିଛି । ଯଦି ପାକିସ୍ତାନ ଜିଦରୁ ନ ଓହରେ ତେବେ ଆଗକୁ ଆହୁରି ଅପ୍ରୀତିକର ସ୍ଥିତି ଉପୁଜିବ । ଏହା ସହଯୋଗୀ ଦେଶଙ୍କୁ ନିରାଶ କରିବ । ଆଇସିସିର କ୍ଷତି ହେବା ସହ ପାକ୍ ଉପରେ ମଧ୍ୟ କଟକଣା ଲାଗିପାରେ ।