ବାଲିଯାତ୍ରା ୨୦୨୫
LIVE TV

ଧର୍ମେନ୍ଦ୍ରଙ୍କୁ ଭେଟିବା ପରେ ଭାଙ୍ଗିପଡିଛନ୍ତି ବିଗ୍-ବି, ସୋସିଆଲ ମିଡିଆରେ ଲେଖିଛନ୍ତି ବ୍ୟଥିତ ହୃଦୟର କଥା

NEWS7
india-condemns-vandalism-at-hindu-temple-in-california-despicable-act

ମୁମ୍ବାଇ ୧୩।୧୧: ବନ୍ଧୁ ଧର୍ମେନ୍ଦ୍ରଙ୍କ ସ୍ୱାସ୍ଥ୍ୟ ବିଗ୍-ବି ଅମିତାଭଙ୍କ ନିଦ ହଜେଇ ଦେଇଛି। ସେ ବୁଧବାର ଧର୍ମେନ୍ଦ୍ରଙ୍କୁ ତାଙ୍କ ଘରକୁ ଯାଇ ଭେଟିଥିଲେ। ଫେରିବା ପରେ ସେ ଆଉ ରାତି ଶୋଇ ନାହାନ୍ତି। ଅମିତାଭ ପ୍ରାୟ ବିଳମ୍ବିତ ରାତ୍ରିରେ ଅଥବା ରାତି ଅଧରେ ସୋସିଆଲ ମିଡିଆ ପୋଷ୍ଟ କରନ୍ତି। ତେବେ ଧର୍ମେନ୍ଦ୍ରଙ୍କୁ ଭେଟି ଆସିବା ପରେ ବୁଧବାର ରାତିରେ ସେ କୌଣସି ସୋସିଆଲ ମିଡିଆ ପୋଷ୍ଟ କରିନଥିଲେ। ସହି ପୋଷ୍ଟ ସେ ଗୁରୁବାର ସକାଳ ୮ଟା ୫୪ ମିନିଟ୍ ରେ କରିଛନ୍ତି। ଏଥିରୁ ଅମିତାଭଙ୍କୁ ରାତିରେ ନିଦ ହୋଇ ନଥିବା ସ୍ପଷ୍ଟ ହୋଇଯାଇଛି।

ତାଙ୍କ ପୋଷ୍ଟ ସକାଳେ ହଜାର ହଜାର ଫ୍ୟାନସ ଦେଖିଛନ୍ତି। ଏଥିରେ ଅମିତାଭ ଭାଙ୍ଗି ପଡିଥିବା ସ୍ପଷ୍ଟ ଅନୁମାନ କରି ହେଉଛି। କେବଳ ସୋସିଆଲ ମିଡିଆ ପୋଷ୍ଟ ନୁହେଁ ସେ ବ୍ଲଗ ପୋଷ୍ଟରେ ମଧ୍ୟ ତାଙ୍କ ହୃଦୟର ବ୍ୟଥା ଉଲ୍ଲେଖ କରିଛନ୍ତି। ଧର୍ମେନ୍ଦ୍ରଙ୍କୁ ଭେଟିବା ପରେ ଅମିତାଭ ଭାଙ୍ଗି ପଡିଥିଲେ। ତାଙ୍କ ମୁହଁରେ ଦୁଃଖ ଓ ନିରାଶା ସ୍ପଷ୍ଟ ବାରି ହୋଇପଡୁଥିଲା। ଘରକୁ ଫେରିବା ପରେ ରାତିରେ ସେ କୌଣିସ ଟ୍ୱିଟ୍ କରିନଥିଲେ। ଏହା ବୋଧେ ପ୍ରଥମ ଥର ଅମିତାଭ ରାତିରେ ଟ୍ୱିଟର ପୋଷ୍ଟ ନ କରିବା। ତେବେ ଗୁରୁବାର ସକାଳେ ସେ ତାଙ୍କ ପିତା ବରିବଂଶ ରାୟ ବଚ୍ଚନଙ୍କ କିଛି ଧାଡି ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। ଏଥିରୁ ତାଙ୍କ ମନର ବ୍ୟଥା ବେଶ୍ ବୁଝା ପଡି ଯାଉଛି।

ଏବେ ଅମିତାଭଙ୍କ ଏହି ପୋଷ୍ଟ ଉପରେ ତାଙ୍କ ଫ୍ୟାନସ୍ ଙ୍କ ପ୍ରତିକ୍ରିୟା ଆସିବାରେ ଲାଗିଛି। ଏଥିରେ ନେଟିଜେନସ୍ ଅମିତାଭଙ୍କୁ ଧୈର୍ଯ୍ୟ ଧରିବାକୁ ପରାମର୍ଶ ଦେଉଛନ୍ତି। ଏଥିରେ ଜଣେ ୟୁର ଲେଖିଛନ୍ତି ‘ଆପଣ ସତରେ ଜଟିଳ କଥା ଲେଖିଛନ୍ତି’ ବୋଲି ଉଲ୍ଲେଖ କରିଥିବା ବେଳେ ତାଙ୍କର ମାର୍ମିକ ପୋଷ୍ଟକୁ ନେଇ ଅନ୍ୟ ୟୁଜର ତାଙ୍କୁ ସାନ୍ତ୍ୱନା ଦେବାକୁ ଉଦ୍ୟମ କରିଛନ୍ତି। ଏଥିରେ ଜଣେ ୟୁଜର ଲେଖିଛନ୍ତି ‘ଆପଣଙ୍କ ପ୍ରତିଟି ଶବ୍ଦ ଆତ୍ମାକୁ ଥରାଇ ଦେଉଛି’। ତେବେ ପ୍ରାୟ ୟୁଜର ଅମିତାଭଙ୍କୁ ମନ ଦୃଢ କରିବାକୁ ପରାମର୍ଶ ଦେଇଥିବା ଦେଖା ଯାଉଛି।