IND vs SA 3rd T 20: ଧର୍ମଶାଳ ଟି-୨୦ରେ ଦ. ଆଫ୍ରିକାକୁ ୭ ଓ୍ଵିକେଟ୍‌ରେ ହରାଇଲା ଭାରତ, ସିରିଜରେ ୨-୧ରେ ଆଗୁଆ

NEWS7
india-1st-innings338-7

ଧର୍ମଶାଳା: ବୋଲରଙ୍କ ଦମଦାର ପ୍ରଦର୍ଶନ ବଳରେ ଭାରତ ଧର୍ମଶାଳାରେ ଖେଳା ଯାଇଥିବା ଟି-୨୦ ମ୍ୟାଚକୁ ଭାରତ ୭ ଓ୍ଵିକେଟରେ ଜିତି ନେଇଛି। ସହଜ ବିଜୟ ସହ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜରେ ଭାରତ ୨-୧ରେ ଅଗ୍ରଣୀ ହାସଲ କରିଛି। ଦକ୍ଷିଣ ଆଫ୍ରିକା ଦ୍ଵାରା ଧାର୍ଯ୍ୟ ୧୧୮ ରନର ବିଜୟ ଲକ୍ଷ୍ୟକୁ ଭାରତ ୧୫.୫ ଓଭରରେ ୩ ଓ୍ଵିକେଟ୍ ହରାଇ ହାସଲ କରିଛି। ଅଭିଷେକ ଶର୍ମା ସର୍ବାଧିକ ୩୫ ରନ କରିଥିବା ବେଳେ ତିଳକ ବର୍ମା ଅପରାଜିତ ୨୫ ରନ କରିଛନ୍ତି। ଦ. ଆଫ୍ରିକା ପକ୍ଷରୁ ଆଡନ ମାର୍କରାମ ୬୧ ରନ କରିଥିଲେ।

୧୧୮ ରନର ସହଜ ବିଜୟ ଲକ୍ଷ୍ୟ ପିଛା କରିଥିବା ଭାରତର ଦୁଇ ଓପନର ଅଭିଷେକ ଶର୍ମା ଓ ଶୁଭମନ ଗିଲ୍ ଦମଦାର ଆରମ୍ଭ ଦେଇଥିଲେ। ବିଶେହ କରି ଅଭିଷେକ ବିସ୍ଫୋରକ ବ୍ୟାଟିଂ କରିଥିଲେ। ୫.୨ ବଲରେ ଦୁଇ ବ୍ୟାଟର ୬୦ ରନ ଯୋଡ଼ି ଦଳର ବିଜୟ ନିଶ୍ଚିତ କରିଥିଲେ। ଅଭିଷେକ ୧୮ ବଲରୁ ୩ ଚୌକା ଓ ୩ ଛକା ସହ ୩୫ ରନ କରି ଆଉଟ୍ ହୋଇଥିଲେ। ଏହା ପରେ ଗିଲ୍ ଓ ତିଳକ ବର୍ମା ୩୨ ରନ ଯୋଡ଼ିଥିଲେ। ଫର୍ମ ଦେଇ ସଂଘର୍ଷ କରୁଥିବା ଗିଲ୍ ୨୮ ବଲରୁ ୨୮ ରନ କରିଥିଲେ। ସୂର୍ଯ୍ୟକୁମାର ଯାଦବ(୧୨ ରନ) ପୁଣି ନିରାଶ କରିଥିଲେ। ତିଳକ ବର୍ମା ୨୫ ରନ ଓ ଶିବମ ଦୁବେ ୧୦ ରନ ଅପରାଜିତ ରହି ଦଳକୁ ଜିତାଇଛନ୍ତି। ଭାରତ ୧୫.୫ ଓଭରରେ ୩ ଓ୍ଵିକେଟ୍ ହରାଇ ମ୍ୟାଚକୁ ସହଜରେ ଜିତି ନେଇଛି। ​​​​​​​