ଭାରତ-ପାକ୍ ମ୍ୟାଚ୍ ବେଳେ ଆଖି ବୁଜିଲେ MCA ସଭାପତି, ହୃଦଘାତରେ ଚାଲିଗଲା ଜୀବନ

Published By : Prameya-News7 Bureau | June 11, 2024 IST

ମୁମ୍ଵାଇ ୧୧।୦୬: ଆଇସିସି ଟି -୨୦ ବିଶ୍ୱକପ ୨୦୨୪ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ପରେ ଏକ ଖରାପ ଖବର ସାମ୍ନାକୁ ଆସୁଛି । ମୁମ୍ବାଇ କ୍ରିକେଟ୍ ଆସୋସିଏସନର ସଭାପତି ଅମୋଲ କାଲେଙ୍କ ଦେହାନ୍ତ ହୋଇଛି। ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ଦେଖିବା ପାଇଁ ଅମୋଲ କାଲେ ଆମେରିକାର ନ୍ୟୁୟର୍କ ଯାଇଥିଲେ। ତାଙ୍କ ସହ ଏମସିଏ ସଚିବ ଅଜିଙ୍କ୍ୟ ନାୟକ ଏବଂ ଆପେକ୍ସ କାଉନସିଲ ସଦସ୍ୟ ସୁରଜ ସମତ ମଧ୍ୟ ଉପସ୍ଥିତ ଥିଲେ। କହିବାକୁ ଗଲେ ଅମୋଲ କାଲେ ୪୭ ବର୍ଷ ବୟସରେ ଦୁନିଆକୁ ବିଦାୟ ଦେଇଛନ୍ତି। ଏହି ଖବର ପରେ କ୍ରିକେଟ୍ ଜଗତ ମଧ୍ୟ ଅତ୍ୟନ୍ତ ନିରାଶ ହୋଇଛି।

ନ୍ୟୁୟର୍କର ନାସାଉ କାଉଣ୍ଟି କ୍ରିକେଟ୍ ଷ୍ଟାଡିୟମରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ଖେଳାଯାଇଥିଲା। ସେଲିବ୍ରିଟିମାନେ ମ୍ୟାଚ୍ ଦେଖିବାକୁ ଆସିଥିଲେ। ଏହି ତାଲିକାରେ ମୁମ୍ବାଇ କ୍ରିକେଟ୍ ଆସୋସିଏସନର ସଭାପତି ଅମୋଲ କାଲେ ମଧ୍ୟ ଉପସ୍ଥିତ ଥିଲେ। ହୃଦଘାତ ଯୋଗୁଁ ଅମୋଲ କାଲେଙ୍କର ମୃତ୍ୟୁ ହୋଇଥିଲା। ଅମୋଲଙ୍କ ମୃତ୍ୟୁରେ ସମଗ୍ର କ୍ରିକେଟ୍ ଜଗତ ଦୁଃଖିତ ହୋଇଛି। ୨୦୨୨ରେ ଅମୋଲ ମୁମ୍ବାଇ କ୍ରିକେଟ୍ ଆସୋସିଏସନର ସଭାପତି ଦାୟିତ୍ଵ ଗ୍ରହଣ କରିଥିଲେ। ଅମୋଲଙ୍କ ଅଧୀନରେ ଆସୋସିଏସନ ଘରୋଇ କ୍ରିକେଟରଙ୍କ ଦରମାକୁ ଦ୍ୱିଗୁଣିତ କରିଛି। ଆଇସିସି ODI ବିଶ୍ୱକପ ୨୦୨୩ରେ ଅମୋଲ ଅନେକ ମ୍ୟାଚ୍ ଆୟୋଜନ କରିଥିଲେ। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.