ଆୟରଲ୍ୟାଣ୍ଡଙ୍କୁ ମାତ ଦେଇପାରେ ଟିମ୍‌ ଇଣ୍ଡିଆ, ବର୍ତ୍ତମାନ ଯାଏଁ ଜିତି ପାରିନି କୌଣସି ମୁକାବିଲା

Published By : Prameya-News7 Bureau | June 04, 2024 IST

ନୂଆଦିଲ୍ଲୀ ୦୪।୦୬: ବୁଧବାର ଖେଳାଯିବ ଭାରତ ଏବଂ ଆୟରଲ୍ୟାଣ୍ଡ ମଧ୍ୟରେ ଟି-୨୦ ବିଶ୍ୱକପ୍ ୨୦୨୪ ।  ଟିମ୍ ଇଣ୍ଡିଆର ଏହା ହେବ ପ୍ରଥମ ମ୍ୟାଚ୍ । ଏହି ମ୍ୟାଚ୍ ପାଇଁ ଟିମ୍‌ ଇଣ୍ଡିଆର ପୁରା ଟିମ୍‌ । ୱାର୍ମ ଅପ୍ ମ୍ୟାଚରେ ଦମ୍‌ଦାର୍‌ ପ୍ରଦର୍ଶନ କରିଥିଲେ ଟିମ୍‌ ଇଣ୍ଡିଆ। ଯଦି ଟି-୨୦ ମ୍ୟାଚ୍ ରେକର୍ଡକୁ ଦେଖିବା, ତେବେ ଆୟର୍ଲାଣ୍ଡ ଟିମ୍‌ ଭାରତ ବିପକ୍ଷରେ ଗୋଟିଏ ବି ମ୍ୟାଚ୍ ଜିତିବାରେ ସକ୍ଷମ ହୋଇନି । ଏଥର ମଧ୍ୟ ତାଙ୍କ ପାଇଁ ରାସ୍ତା ଖୁବ୍‌ କଠିନ ହେବ । 

ଭାରତ ଏବଂ ଆୟରଲ୍ୟାଣ୍ଡ ମଧ୍ୟରେ ଏପର୍ଯ୍ୟନ୍ତ ଖେଳାଯାଇଛି ୭ଟି ଟି-୨୦ ମ୍ୟାଚ୍ । ଏହି ସମୟ ମଧ୍ୟରେ ଟିମ୍ ଇଣ୍ଡିଆ ଜିତିଛି ସବୁ ମ୍ୟାଚ୍ । ଏହି ଦୁଇ ଟିମ୍‌ ଶେଷଥର ପାଇଁ ଅଗଷ୍ଟ ୨୦୨୩ରେ ମୁହାଁମୁହିଁ ହୋଇଥିଲେ । କିନ୍ତୁ ବର୍ଷା ଯୋଗୁଁ ଖେଳାଯାଇ ପାରିନଥିଲା ଏହି ମ୍ୟାଚ୍‌ । ଏହାପୂର୍ବରୁ ଭାରତ ଆୟରଲ୍ୟାଣ୍ଡକୁ ୩୩ ରନରେ ପରାସ୍ତ କରିଥିଲା। ଏହି ଦୁଇ ଦଳ ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ୍ ଜୁନ୍ ୨୦୦୯ରେ ଖେଳାଯାଇଥିଲା । ଏହି ମ୍ୟାଚକୁ ଭାରତ ୮ ୱିକେଟରେ ଜିତି ନେଇଛି।

ଆୟରଲ୍ୟାଣ୍ଡ ବିପକ୍ଷରେ ଟିମ୍ ଇଣ୍ଡିଆର ଦୀପକ ହୁଡା ସର୍ବାଧିକ ଟି-୨୦ ରନ୍ ସ୍କୋର କରିଛନ୍ତି । ସେ ୨ଟି ମ୍ୟାଚରେ ୧୫୧ ରନ୍ ସଂଗ୍ରହ କରିଛନ୍ତି । କିନ୍ତୁ ସେ ଟି-୨୦ ବିଶ୍ୱକପ ଟିମ୍‌ର ଅଂଶ ନୁହଁନ୍ତି । ଏହି ତାଲିକାର ଦ୍ୱିତୀୟ ନାଁ ହେଉଛି ଅଧିନାୟକ ରୋହିତ ଶର୍ମା । ରୋହିତ ୩ଟି ମ୍ୟାଚରେ ୧୪୯ରନ୍ ସଂଗ୍ରହ କରିଛନ୍ତି । ସଞ୍ଜୁ ସାମସନ ତୃତୀୟ ସ୍ଥାନରେ ଅଛନ୍ତି । ସାମସନ ୩ଟି ମ୍ୟାଚରେ ୧୧୮ ରନ୍ ସଂଗ୍ରହ କରିଛନ୍ତି।

ତେବେ ଆୟରଲ୍ୟାଣ୍ଡ ବିପକ୍ଷ ମ୍ୟାଚରେ ରୋହିତ ଶର୍ମାଙ୍କ ସହ ଯଶସ୍ବୀ ଜୈୟଓ୍ବାଲ୍‌ ପଡିଆକୁ ଓହ୍ଲାଇପାରନ୍ତି । ବିରାଟ କୋହଲି ୩ ନମ୍ବରରେ ବ୍ୟାଟିଂ କରିପାରିବେ। ସେହିପରି ସୂର୍ଯ୍ୟକୁମାର ଯାଦବ ୪ ନମ୍ବରରେ ବ୍ୟାଟିଂ କରିବାକୁ ଆସିପାରନ୍ତି । ଋଷଭ ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ରବିନ୍ଦ୍ର ଜାଡେଜା ମଧ୍ୟ ପ୍ଲେଇଙ୍ଗ୍‌ ଇଲେଭେନରେ ସ୍ଥାନ ପାଇପାରନ୍ତି । 

 

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.