ପୁଣେ: ଭାରତ ଓ ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ର ଚତୁର୍ଥ ମୁକାବିଲା ଆସନ୍ତାକାଲି ପୁଣେରେ ଖେଳାଯିବ। ଭାରତୀୟ ସମୟନୁସାରେ ଏହି ମୁକାବିଲା ସନ୍ଧ୍ୟା ୭ଟାରେ ଖେଳାଯିବ। ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ଵାଧୀନ ଭାରତୀୟ ଦଳର ନଜର ସିରିଜ୍ ବିଜୟ ଉପରେ ରହିଛି। ଅନ୍ୟପଟେ ଜୋସ ବଟଲରଙ୍କ ଦଳ ମୁକାବିଲା ଜିତି ସିରିଜ୍ ବରାବର କରିବା ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇବ। କିନ୍ତୁ ଆସନ୍ତାକାଲିର ମ୍ୟାଚ୍କୁ ନେଇ ପ୍ରଶଂସକଙ୍କ ମନରେ ଗୋଟିଏ ପ୍ରଶ୍ନ ପୁଣେର ପାଗ କେମିତି ରହିବ ? କଣ ଚତୁର୍ଥ ଟି-୨୦ ମ୍ୟାଚ୍ରେ ବର୍ଷା ବାଧକ ସାଜିବ ?
AccuWeather ମୁତାବକ ଶୁକ୍ରବାର ପୁଣେର ଆକାଶ ସଂପୂର୍ଣ୍ଣ ସ୍ଵଚ୍ଛ ରହିବ। ବର୍ଷା ହେବାର କୌଣସି ସମ୍ଭାବନା ହିଁ ନାହିଁ। ସହରରେ ସର୍ବାଧିକ ତାପମାତ୍ରା ୩୪ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ରହିପାରେ। ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ସେଲସିୟସ ରହିପାରେ।
ବର୍ତ୍ତମାନ ସିରିଜ୍ ୨-୧ରେ ରହିଛି। ପ୍ରଥମ ଦୁଇଟି ମ୍ୟାଚ୍ ଭାରତ ଜିତିଥିବା ବେଳେ ତୃତୀୟ ମ୍ୟାଚ୍କୁ ଦମଦାର ଭାବେ ଜିତି ସିରିଜ୍କୁ ପ୍ରତ୍ୟାବର୍ତ୍ତନ କରିଛି ଇଂଲଣ୍ଡ। ଦଳ ସବୁ ବିଭାଗରେ ଭଲ ପ୍ରଦର୍ଶନ କରି ଭାରତକୁ ରାଜକୋଟ୍ ଟି-୨୦ରେ ୨୬ ରନରେ ହରାଇଥିଲା। ତେଣୁ ପୁଣେରେ ଖେଳା ଯାଉଥିବା ଚତୁର୍ଥ ଟି-୨୦ ମୁକାବିଲା ବେଶ ରୋଚକ ହେବାକୁ ଯାଉଛି।
ଭାରତର ସମ୍ଭାବିତ ଏକାଦଶ
ସଞ୍ଜୁ ସାମସନ(ଓ୍ଵିକେଟ୍ କିପର), ଅଭିଷେକ ଶର୍ମା, ତିଳକ ବର୍ମା, ସୂର୍ଯ୍ୟକୁମାର ଯାଦବ(ଅଧିନାୟକ), ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ୍, ରମଣଦୀପ ସିଂ, ଓ୍ଵାଶିଂଟନ ସୁନ୍ଦର/ଧ୍ରୁବ ଜୁରେଲ, ଅର୍ଶଦୀପ ସିଂ, ମହମ୍ମଦ ଶାମି ଓ ବରୁଣ ଚକ୍ରବର୍ତ୍ତୀ।
ଇଂଲଣ୍ଡର ସମ୍ଭାବିତ ଏକାଦଶ
ବେନ ଡକେଟ୍, ଫିଲ୍ ସଲ୍ଟ(ଓ୍ଵିକେଟ୍ କିପର), ଜୋସ ବଟଲର(ଅଧିନାୟକ), ହ୍ୟାରି ବ୍ରୁକ, ଲିୟାମ ଲିଭିଙ୍ଗଷ୍ଟୋନ, ଜେମି ସ୍ମିଥ୍, ଜେମି ଓଭରଟନ, ବ୍ରାୟଡନ କର୍ସ, ଜୋଫ୍ରା ଆର୍ଚର, ଆଦିଲ ରଶିଦ ଓ ମାର୍କ ଉଡ।