ମୁମ୍ବାଇ: ନାଗପୁରରେ ଟିମ୍ ଇଣ୍ଡିଆର ବିଜୟ । ୪ ଓ୍ବିକେଟରେ ପ୍ରଥମ ଦିନିକିଆକୁ ଜିତି ନେଇଛି ରୋହିତ୍ ବାହିନୀ । ଟି-୨୦ ସିରିଜ୍ ବିଜୟ ପରେ ଓ୍ବାନଡେ’ ମଧ୍ୟ ଦବଦବା ଜାରି ଭାରତୀୟ ଦଳ । ଏପଟେ ମ୍ୟାଚ୍ର ଫର୍ମାଟ୍ ବଦଳିବା ସହ ଟିମ୍ ଇଣ୍ଡିଆର ଅଧା ଖେଳାଳି ବଦଳିଥିଲେ ମଧ୍ୟ ଭ୍ରମଣକାରୀ ଇଂଲଣ୍ଡର ସ୍ଥିତିରେ କୌଣସି ପରିବର୍ତ୍ତନ ହୋଇନାହିଁ । ଟି-୨୦ ଶୃଙ୍ଖଳା ଭଳି ଦିନିକିଆରେ ମଧ୍ୟ ପରାଜୟ ଆରମ୍ଭ ହୋଇଛି । ଭାରତ ପକ୍ଷରୁ ଅଧିନାୟକ ରୋହିତ୍ ଶର୍ମା ଛାଡ଼ିଲେ, ମ୍ୟାଚରେ ବାକି ସମସ୍ତ ଖେଳାଳିଙ୍କ ଯୋଗଦାନ ରହିଛି । ଇଂଲଣ୍ଡ ବିପକ୍ଷରେ ପ୍ରଥମ ଓ୍ବାନଡେ’ ଇଣ୍ଟରନ୍ୟାସନାଲରେ ଟିମ୍ ଇଣ୍ଡିଆର IAS ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଇଛନ୍ତି ।
ଟିମ୍ ଇଣ୍ଡିଆର IAS କିଏ ?
ଟିମ୍ ଇଣ୍ଡିଆର IASଙ୍କ ପାଇଁ ଭମ୍ରଣକାରୀ ଇଂଲଣ୍ଡ ଦଳର ପରାଜୟ ହୋଅଇଛି । ଭାରତୀୟ ଦଳରେ କିଏ ଏହି ଆଇଏଏସ । IASର ମାନେ କୌଣସି IAS ଅଧିକାରୀ ନୁହନ୍ତି, ବରଂ ଟିମ୍ ଇଣ୍ଡିଆ ୩ଜଣ ଷ୍ଟାର ଖେଳାଳି । ଆୟର, ଅକ୍ଷର ଏବଂ ଶୁବମନ । ରୋହିତ୍ ସେନାର ଏହି ତିନି ଷ୍ଟାର ଖେଳାଳିଙ୍କ ପାଇଁ ଟିମ୍ ଇଣ୍ଡିଆ ନାଗପୁର ବିଦର୍ଭ ଷ୍ଟାଡିୟମରେ ଇଂଲିଶ ଦଳକୁ ଚେକ୍ ଦେଇଛି । ଭାରତୀୟ ଦଳର ଆଇଏଏସ ଅର୍ଥାତ୍ ଶ୍ରେୟସ ଆୟର, ଅକ୍ଷର ପଟେଲ୍ ଏବଂ ଶୁବମନ ଗିଲ୍ଙ୍କ ଆଲରାଉଣ୍ଡ ପ୍ରଦର୍ଶନରେ ପରାଜୟ ସ୍ବୀକାର କରିଥିଲା ବଟଲର ବାହିନୀ ।
ପ୍ରଥମ ଶ୍ରେୟସ ଆୟର ଇଂଲଣ୍ଡ ବୋଲରଙ୍କୁ ଟାର୍ଗେଟ୍ କରିଥିଲେ । ସେ ମାତ୍ର ୩୬ଟି ବଲ୍ ଖେଳି ଧୁଆଁଧାର ୫୯ ରନ୍ ସଂଗ୍ରହ କରିଥିଲେ । ଏଥିରେ ୯ଟି ଚୌକା ଦୁଇଟି ଛକା ରହିଛି । ଏହା ପରେ ଅକ୍ଷର ପଟେଲ୍ ପାଞ୍ଚ ନଂରେ ବ୍ୟାଟିଂ କରିବାକୁ ପଡ଼ିଆ ଓହ୍ଲାଇ ଥିଲେ । କେଏଲ୍ ରାହୁଲଙ୍କ ସ୍ଥାନରେ ତାଙ୍କୁ ପ୍ରମୋସନ ମିଳିଥିଲା । ସେ ଆରମ୍ଭରୁ ଇଂଲଣ୍ଡ ଟିମର ସ୍ପିଟ୍ ଆଟାକକୁ ଚେକ୍ ଦେଇଥିଲେ । ଅକ୍ଷର ପଟେଲ୍ ମୋଟ୍ ୪୭ଟି ବଲ୍ ଖେଳି ୫୨ରନର ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ । ଏଥିରେ ଗୋଟିଏ ଛକା ଏବଂ ୬ଟି ଚୌକା ରହିଛି । ଅନ୍ୟପଟେ ନଗପୁର ଦିନିକିଆରେ ବିରାଟ୍ କୋହଲି ଖେଳୁନଥିବାରୁ ତାଙ୍କ ସ୍ଥାନରେ ଅର୍ଥାତ୍ ତିନି ନମ୍ବରରେ ଶୁବମନ ଗିଲ୍ ପଡ଼ିଆକୁ ଓହ୍ଲାଇଥିଲେ । ଗିଲ୍ ୯୬ଟି ବଲରେ ୮୭ ରନ୍ କରିଥିଲେ । ଏଥିରେ ୧୪ଟି ଚୌକା ରହିଛି । ମାତ୍ର ୧୩ ରନ ପାଇଁ ସେ ଶତକରୁ ବଞ୍ଚିତ ହୋଇଛନ୍ତି । ଟିମ୍ ଇଣ୍ଡିଆର ଆଇଏଏସ ପାଇଁ ଭରତକୁ ପ୍ରଥମ ଦିନିକିଆରେ ଦମଦାର ବିଜୟ ମିଳିଛି ।
ନାଗପୁରରେ ଭ୍ରମଣକାରୀ ଇଂଲିଶ ଦଳ ପ୍ରଥମ ବ୍ୟାଟିଂ କରି ୨୪୮ ରନ ସଂଗ୍ରହ କରିଥିଲା । ଟିମ୍ ଇଣ୍ଡିଆ ସାମ୍ନାରେ ଥିବା ୨୪୯ ରନର ଲକ୍ଷ୍ୟ । ଏହାକୁ ସହଜରେ ରୋହିତ ବାହିନୀ ୩୮.୪ ଓଭରରେ ହାସଲ କରି ନେଇଛି ।