ବାଂଲା କ୍ରିକେଟ୍ ବୋର୍ଡ ଓ ବିସିସିଆଇର ମୁହାଁମୁହିଁ ମଧ୍ୟରେ ଆସିଲା ବଡ଼ ଅପଡେଟ୍: ମୁସ୍ତାଫିଜୁର କଲେ ଏଭଳି କାମ

NEWS7
increase-in-msp-is-another-gift-to-farmer-from-union-govt

ଢାକାବାଂଲାଦେଶର ଦ୍ରୁତ ବୋଲର ମୁସ୍ତାଫିଜୁର ରେହମାନ ଆଇପିଏଲ ୨୦୨୬ରୁ ବାଦ ପଡ଼ିବା ନେଇ ବର୍ତ୍ତମାନ ଖବରରେ ଅଛନ୍ତି। ବର୍ତ୍ତମାନ ଏହି କଥା ବାଂଲାଦେଶ କ୍ରିକେଟ ବୋର୍ଡ, ବିସିସିଆଇ ଓ ଆଇସିସି ପର୍ଯ୍ୟନ୍ତ ଗଲାଣି। ବାଂଲାଦେଶ ଭାରତରେ ଟି-୨୦ ବିଶ୍ୱକପ ଖେଳିବ ନାହିଁ ବୋଲି କହି ଦେଇଛି। ଯାହାକୁ ନେଇ ଆଇସିସି ମ୍ୟୁଚୁଆଲ୍ ଭେନ୍ୟୁ ଖୋଜୁଛି। ହୁଏତ ବାଂଲାଦେଶ ସମସ୍ତ ମ୍ୟାଚ୍ ଶ୍ରୀଲଙ୍କାରେ ଖେଳିପାରେ।

ଏହି ସମୟରେ, ମୁସ୍ତାଫିଜୁର ରେହମାନଙ୍କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ଏହି ଖେଳାଳି ଟି-୨୦ରେ ୪୦୦ ୱିକେଟ୍ ନେଇ ଇତିହାସ ସୃଷ୍ଟି କରିଛନ୍ତି। ସବୁଠାରୁ କମ୍ ମ୍ୟାଚ୍ରେ ଏହି ମାଇଲଖୁଣ୍ଟ ଛୁଇଁଥିବା ସେ ବିଶ୍ୱର ପ୍ରଥମ ଦ୍ରୁତତମ ବୋଲର ହୋଇଛନ୍ତି। ମୁସ୍ତାଫିଜୁର ରେହମାନ ପାକିସ୍ତାନର ୱାହାବ ରିଆଜଙ୍କୁ ପଛରେ ପକାଇ ଏହି ସଫଳତା ହାସଲ କରିଛନ୍ତି। ୱାହାବ ରିଆଜ ୩୩୫ ମ୍ୟାଚ୍ରେ ଏହି ରେକର୍ଡ କରିଥିଲେ। ହେଲ ମୁସ୍ତାଫିଜୁର ମାତ୍ର ୩୧୫ ଟି-୨୦ ମ୍ୟାଚ୍ରେ ୪୦୦ ୱିକେଟ ପୂରା କରିଛନ୍ତି।

ମୁସ୍ତାଫିଜୁର ରହମାନ ବିପିଏଲ୍ (ବାଂଲାଦେଶ ପ୍ରିମିୟର ଲିଗ୍)ରେ ଏହି ସଫଳତା ହାସଲ କରିଛନ୍ତି। ରଙ୍ଗପୁର ରାଇଡର୍ସ ପାଇଁ ଖେଳୁଥିବା ଏହି ଦ୍ରୁତ ବୋଲର ଶନିବାର ସିଲେଟ ଟାଇଟାନ୍ସ ବିପକ୍ଷରେ ପ୍ରଥମ ୱିକେଟ୍ ନେବା ସହିତ କ୍ୟାରିୟରରେ ୪୦୦ ଟି-୨୦ ୱିକେଟ୍ ହାସଲ କରିଥିଲେ। ଏହି ମ୍ୟାଚ୍ରେ ସେ ଚାରି ଓଭରରେ ବୋଲିଂ କରିଥିଲେ ବି ୩ ୱିକେଟ୍ ନେଇ ମାତ୍ର ୨୪ ରନ ଦେଇଥିଲେ।

ଇତିହାସ ରଚିଲେ ମୁସ୍ତାଫିଜୁର ରେହମାନ

ମୁସ୍ତାଫିଜୁର ବାଂଲାଦେଶର ଦ୍ୱିତୀୟ ବୋଲର ଭାବରେ ୪୦୦ ଟି-୨୦ ୱିକେଟ୍ ନେଇଛନ୍ତି। ତାଙ୍କ ପୂର୍ବରୁ ସାକିବ ଅଲ୍ ହାସନ ୫୦୭ ଟି-୨୦ ୱିକେଟ୍ ନେଇ ପ୍ରଥମ ସ୍ଥାନରେ ଅଛନ୍ତି। ଉଲ୍ଲେଖନୀୟ ଯେ ବିଶ୍ୱରେ କେବଳ ୧୧ ଜଣ ବୋଲର ଏହି ମାଇଲଖୁଣ୍ଟ ଛୁଇଁଛନ୍ତି। ଆଫଗାନିସ୍ତାନର ସ୍ପିନର ରସିଦ ଖାନ ସର୍ବାଧିକ ଟି-୨୦ ୱିକେଟ୍ ପାଇଁ ରେକର୍ଡ କରିଛନ୍ତି। ସେ ୫୦୮ ମ୍ୟାଚ୍ରେ ୬୮୭ ୱିକେଟ୍ ନେଇଛନ୍ତି। ଏହି ତାଲିକାରେ ୱେଷ୍ଟଇଣ୍ଡିଜର ଡୁଏନ୍ ବ୍ରାଭୋ (୬୩୧) ଦ୍ୱିତୀୟ ସ୍ଥାନରେ ଅଛନ୍ତି, ତାଙ୍କ ପଛକୁ ୱେଷ୍ଟଇଣ୍ଡିଜ୍ର ଆଉ ଜଣେ ସ୍ପିନର ସୁନୀଲ ନାରିନ୍ ୬୦୯ ଟି ୱିକେଟ୍ ନେଇ ତୃତୀୟ ସ୍ଥାନରେ ଅଛନ୍ତି।

ମୁସ୍ତାଫିଜୁରଙ୍କ ଟି-୨୦ ରେକର୍ଡ ଦେଖିଲେ ଗୋଟିଏ ମ୍ୟାଚ୍ରେ ୪ ଥର ୫ଟି ଲେଖାଏ ୱିକେଟ୍ ନେଇଛନ୍ତି ଏବଂ ୬ ଥର ୪ଟି ଲେଖାଏ ୱିକେଟ୍ ନେଇଛନ୍ତି। ତାଙ୍କର ଇକୋନୋମି ରେଟ୍ ୭.୪୩ ରହିଛି। ସେ ଆଇପିଏଲ୍ରେ ପାଞ୍ଚଟି ଦଳ ପାଇଁ ମୋଟ ୬୦ଟି ମ୍ୟାଚ୍ ଖେଳିଛନ୍ତି।

କାହିଁକିKKRତାଙ୍କୁIPL 2026ରୁ ମୁକ୍ତ କଲା?

କୋଲକାତା ନାଇଟ୍ ରାଇଡର୍ସ ଆଇପିଏଲ ୨୦୨୬ ମିନି-ନିଲାମରେ ମୁସ୍ତାଫିଜୁର ରହମାନଙ୍କୁ୯.୨୦ କୋଟିରେ କିଣିଥିଲା। ବାଂଲାଦେଶରେ ହିନ୍ଦୁଙ୍କ ଉପରେ ହେଉଥିବା ଅତ୍ୟାଚାର ପରେ ବାଂଲାଦେଶୀ ଖେଳାଳିଙ୍କୁ କିଣିବା ନେଇ ଦଳର ମାଲିକ ଶାହରୁଖ ଖାନଙ୍କ ବିରୁଦ୍ଧରେ ଭାରତରେ ବିରୋଧ ତେଜିଥିଲା। ଚାପ ବଢ଼ିବାରୁ ବିସିସିଆଇ କେକେଆରକୁ ବାଂଲାଦେଶୀ ଖେଳାଳିଙ୍କୁ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲା। ତା ପରେ ଦଳ ମୁସ୍ତାଫିଜୁରଙ୍କୁ ରିଲିଜ୍ କରିଦେଇଛି ବୋଲିକେକେଆର ଏକ ସରକାରୀ ବିବୃତ୍ତିରେ ଘୋଷଣା କରିଛି।