ଆୟକର ଯୁଗ୍ମ କମିଶନର ଯୋଗେନ୍ଦ୍ର ମିଶ୍ର ନିଲମ୍ୱିତ , ଅଫିସରେ IRS ଅଫିସରଙ୍କ ଉପରେ କରିଥିଲେ ଆକ୍ରମଣ

Published By : Prameya-News7 Bureau | June 04, 2025 IST

ନୂଆଦିଲ୍ଲୀ : ଲକ୍ଷ୍ନୌର ଆୟକର ଯୁଗ୍ମ କମିଶନର ଅଫିସର ମାମଲା। ଜଣେ ଆଇଆରଏସ  ଅଫିସରଙ୍କ ଉପରେ ଅନ୍ୟ ଜଣେ ଆଇଆରଏସ୍‌ ଅଫିସରଙ୍କ ଆକ୍ରମଣ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ। ହମଲା କରିଥିବା ଜଏଣ୍ଟ କମିଶନର ଯୋଗେନ୍ଦ୍ର ମିଶ୍ରଙ୍କୁ ବୁଧବାର ନିଲମ୍ୱିତ କରି ଦିଆ ଯାଇଛି। ଏହାସହ ତାଙ୍କୁ ବଙ୍ଗଳା ଓ ସିକ୍କିମ ରିଜନ ସହ ଆଟାଚ୍‌ କରି ଦିଆ ଯାଇଛି। ଘଟଣାଟି ୨୯ ମେ’ ରେ ହୋଇ ଥିଲା। ଆଇଆରଏସ୍‌ ଅଫିସର କମିଶନର ଗୌରବ ଗର୍ଗ, ଯୋଗେନ୍ଦ୍ର ମିଶ୍ରଙ୍କ ଉପରେ ଆକ୍ରମଣ କରିବା , କାଚ ଗ୍ଲାସ ଫିଙ୍ଗି ମାରିବା ଏବଂ ପ୍ରାଇଭେଟ୍‌ ପାର୍ଟକୁ ଗୋଇଠା ମାରିବା ଅଭିଯୋଗ ହୋଇ ଥିଲା। ଆକ୍ରମଣ ପରେ ତାଙ୍କୁ ସିଭିଲ ହସ୍ପିଟାଲରେ ଭର୍ତ୍ତି କରାଯାଇ ଥିଲା। ହେଲେ ଯୋଗେନ୍ଦ୍ର ମିଶ୍ର ଅଭିଯୋଗକୁ ଭୁଲ୍ ଭାବେ କହି ଥିଲେ , ନିଜ ପକ୍ଷରୁ ମଧ୍ୟ ଏଫଆଇଆର କରାଇବା କଥା କୁହାଯାଇ ଥିଲା। ପରେ ଏକ୍ସରେ ନିଜର ଓ ପରିବାରର ସୁରକ୍ଷା ପାଇଁ ଯୋଗେନ୍ଦ୍ର ମିଶ୍ର ଅନୁରୋଧ କରି ଥିଲେ।

ଯୋଗେନ୍ଦ୍ର ମିଶ୍ର ୨୦୧୪ ଓ ଗୌରବ ଗର୍ଗ ୨୦୧୬ ବ୍ୟାଚ୍‌ର ଆଇଆରଏସ  ଅଫିସର। ଯୋଗେନ୍ଦ୍ର ମିଶ୍ରଙ୍କର ଅଭିଯୋଗ ଯେ, ସେ ଗୌରବ ଗର୍ଗଙ୍କ ବିରୋଧରେ ଏକ ଆରଟିଆଇ ଫାଇଲ କରି ଥିଲେ। ଏଥିରେ ଗୋଟିଏ ଫେକ୍ ଭିଡ଼ିଓ ଲିକ୍‌ କରିବାର ଷଡ଼ଯନ୍ତ୍ରର ପର୍ଦ୍ଦାଫାସ୍‌ ହୋଇ ଥିଲା। ଭିଡ଼ିଓ ସେହି ସାମ୍ୱାଦିକଙ୍କ ମାଧ୍ୟମରେ ଲିକ୍‌ ହୋଇ ଥିଲା, ଯିଏ କି କିଛି ସପ୍ତାହ ପୂର୍ବେ ଅଧିକାରୀଙ୍କୁ ବ୍ଲାକମେଲ୍‌ କରି ଥିଲେ। ଗର୍ଗ ନିର୍ଦ୍ଦିଷ୍ଟ ସମୟ ସୀମାରେ ଆଇଟିଆଇର ଉତ୍ତର ଦେଇ ନଥିଲେ। ଯେବେ ଅଫିସର  ଏହାକୁ ବିରୋଧ କଲେ ତ ଏଫଆଇଆରର କାହାଣୀ ଆରମ୍ଭ ହୋଇ ଥିଲା।

୨୯ ମେ’ ସନ୍ଧ୍ୟାରେ , ଗୌରବ ଗର୍ଗ ଓ ୨୦୧୪ ବ୍ୟାଚ୍‌ ଆଇଆରଏସ  ଅଧିକାରୀ ଯୁଗ୍ମ କମିଶନର ଆୟକର ଭବନର  ଷଷ୍ଠ ମହଲାରେ ଥିବା ଜଣେ ବରିଷ୍ଠ ଅଧିକାରୀଙ୍କ କୋଠରୀରେ ବସି ଥିଲେ। ଆଉ ଜଣେ ବରିଷ୍ଠ ଅଧିକାରୀ ଏଠାରେ ମଧ୍ୟ ଉପସ୍ଥିତ ଥିଲେ। ସୂତ୍ର ମୁତାବିକ , କାନପୁରରେ ମୁତୟନ ବେଳେ ଓ କୌଣସି ଆରଟିଆଇକୁ ନେଇ ଗୌରବ ଗର୍ଗ ଓ  ଯୁଗ୍ମ କମିଶନରଙ୍କ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହୋଇ ଥିଲା। ବରିଷ୍ଠ ଅଧିକାରୀ ହସ୍ତକ୍ଷେପ କରି ଥିଲେ ,କିନ୍ତୁ ସେପର୍ଯ୍ୟନ୍ତ କଥା ବଢି ଯାଇ ଥିଲା। ଉଭୟଙ୍କ ମଧ୍ୟରେ ଖୁବ୍‌ ଜୋରରେ ଯୁକ୍ତିତର୍କ ମଧ୍ୟରେ ମାରପିଟି ହେବାକୁ ଲାଗିଲା।

ଅଭିଯୋଗ ହୋଇଛି  ଯେ, ଯୁଗ୍ମ କମିଶନର ପାଣି ଗ୍ଲାସ ଫିଙ୍ଗି ମାରିଥିଲେ। ହାତାହାତି ବେଳେ ତାଙ୍କର ଆଙ୍ଗୁଠି ଗୌରବ ଗର୍ଗଙ୍କ ମୁହଁରେ ଲାଗି ଯାଇଥିଲା। ପାଟିତୁଣ୍ଡ ଶୁଣି ଅନ୍ୟ କର୍ମଚାରୀ ମାନେ ସେଠାରେ ପହଞ୍ଚି ଥିଲେ। କେହି କିଛି ବୁଝି ପାରୁ ନଥିଲେ ଯେ ବରିଷ୍ଠ ଅଧିକାରୀଙ୍କ ବିବାଦକୁ କେମିତି ଶାନ୍ତ କରାଯିବ। ଏହି ସମୟରେ ବରିଷ୍ଠ ଅଧିକାରୀଙ୍କର ଡୋର ଖୋଲି ଅନ୍ୟ ଅଧିକାରୀ ଜଣଙ୍କ ରୁମ୍‌ରେ ପହଞ୍ଚିଲେ ତ ମାରପିଟି ହୋଇଥିଲା। ଏଥିରେ ଗୌରବଙ୍କ ମୁହଁରେ , ମୁଣ୍ଡ ଓ ହାତରେ ଆଘାତ ଲାଗି ଥିଲା। ତାଙ୍କୁ ତତ୍କାଳ ସିଭିଲ୍‌ ହସ୍ପିଟାଲ ନିଆଗଲା। ସୂଚନା ହଜରତଗଞ୍ଜ ପୁଲିସକୁ ଦିଆ ଯାଇଥିଲା। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.