ପୋଖରୀପୁଟ ଲିଙ୍ଗରାଜ ବିହାରରେ ଅଘଟଣ, ଛାତ ଭୁଶୁଡ଼ି ୩ ଶ୍ରମିକ ମୃତ

Published By : Prameya-News7 Bureau | June 03, 2025 IST

ଭୁବନେଶ୍ବର: ଭୁବନେଶ୍ବର ପୋଖରୀପୁଟ ଲିଙ୍ଗରାଜ ବିହାରରେ ଅଘଟଣ। ଏକ ପୁରୁଣା ଘର ଭାଙ୍ଗିବା ବେଳେ ଛାତ ଭୁଶୁଡ଼ିପଡ଼ିବାରୁ ୩ଜଣ ଶ୍ରମିକ ଚାପି ହୋଇଯାଇଥିଲେ। ଚାପି ହୋଇଯାଇଥିବା ଶ୍ରମିକଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଶ୍ରମିକଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମୃତ ଶ୍ରମିକ ଜଣକ ହେଲେ ଧରଣୀଧର ଦତ୍ତ । ତାଙ୍କ ଘର ବାଲେଶ୍ବର ଜିଲ୍ଲାରେ । ସେହିଭଳି ଆହତ ଦୁଇ ଶ୍ରମିକ ହେଲେ, ଏସକେ ଅବଦୁଲ ଏବଂ ଶିଶିର ଦତ୍ତ ।  

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ ପୁରୁଣା ଘର ଭାଙ୍ଗିବା କାର୍ଯ୍ୟରେ ୭ରୁ ୮ଜଣ ଶ୍ରମିକ ନିୟୋଜିତ ହୋଇଥିଲେ । ଦୁର୍ଘଟଣା ପରେ ଅନ୍ୟ ଶ୍ରମିକମାନେ ସେଠାରୁ ଦୌଡ଼ି ପଳାଇଥିଲେ । ପୁରୁଣା ଘର ଭାଙ୍ଗିବା ବେଳେ ଲେବର ଲ’ ପାଳନ ହୋଇନଥିଲା । ଶ୍ରମିକମାନେ ଜୋତା କିମ୍ବା ହେଲମେଟ୍ ପିନ୍ଧିନଥିଲେ । ଏହି ଦୁର୍ଘଟଣା ପାଇଁ ଠିକାଦାର ଓ ଘର ମାଲିକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ଭୁବନେଶ୍ବର ଜଏଣ୍ଟ ଲେବର କମିଶନର । ଅନ୍ୟପଟେ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ପୋଲିସ କମିଶନର ।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.