LIVE TV

ଅମିତାଭ-ଶାହରୁଖଙ୍କଠୁ ଅଧିକ ହିଟ୍ ଫିଲ୍ମ, କିନ୍ତୁ କାହିଁକି ଧର୍ମେନ୍ଦ୍ରଙ୍କୁ କୁହାଯାଏନି ସୁପରଷ୍ଟାର ?

NEWS7
in-some-time-4-thousand-tickets-were-sold-online-5-and-6-were-sold-offline-in-barabati-match-

ମୁମ୍ବାଇ, ୨୪/୧୧: ଆଉ ନାହାଁନ୍ତି ବଲିଉଡର ହି-ମ୍ୟାନ୍ ଧର୍ମେନ୍ଦ୍ର । ୮୯ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ବଲିଉଡ ଜଣେ କିମ୍ବଦନ୍ତୀ ଅଭିନେତାଙ୍କୁ ସବୁ ଦିନ ପାଇଁ ହରାଇଛି । ଦୀର୍ଘ ୬ ଦଶକ ଧରି ବଲିଉଡରେ ନିଜର କ୍ରେଜ୍ ବଳବତ୍ତର ରଖିଥିଲେ ସେ । ସବୁଠାରୁ ବଡ କଥା ହେଲା ଯେ ଅନ୍ୟ ଟପ୍ ବି-ଟାଉନର ହିରୋଙ୍କଠୁ ସେ ଅଧିକ ସଫଳ ହୋଇଥିଲେ ।

୧୯୬୦ରେ ଦିଲ ଭି ତେରା ହମ୍ ଭି ତେରେ ଚଳଚ୍ଚିତ୍ରରୁ କ୍ୟାରିଅର ଆରମ୍ଭ କରିଥିଲେ ହି-ମ୍ୟାନ୍ । ସେତେବେଳେ ତାଙ୍କର ବୟସ ହୋଇଥିଲା ୨୪ । କିଛି ବର୍ଷ ଯାଏଁ ବନ୍ଦିନୀ, କାଜଲ ଆଦି ଫିଲ୍ମରେ ସହ ଅଭିନେତା ଭାବେ ଅଭିନୟ କରିଥିଲେ । କିନ୍ତୁ ୧୯୬୫ରେ ‘ହକିକତ’ ବ୍ଲକବଷ୍ଟର ହୋଇଥିଲା । ଏହା ତାଙ୍କୁ ନୂଆ ପରିଚୟ ପ୍ରଦାନ କରିଥିଲା । ୧୯୭୦ ଭିତରେ ବଲିଉଡର ବଡ ତାରକା ଭାବେ ସେ ପରିଚିତି ଲାଭ କରିଥିଲେ । ଅନୁପମା, ଆଦମି ଅର୍ ଇନସାନ, ମେରା ଗାଓଁ ମେରା ଦେଶ, ସୀତା ଅର୍ ଗୀତା, ସୋଲେ, ଲୋଫରରେ ସେ ଦମଦାର ଅଭିନୟ କରି ପ୍ରଶଂସା ସାଉଣ୍ଟିଥିଲେ ।

୮୦ ଦଶକରେ ଅନେକ ଆକ୍ସନ ଫିଲ୍ମରେ ତାଙ୍କ ଅଭିନୟ ଦମଦାର ଥିଲା । ବଦଲେ କି ଆଗ୍, ଗୁଲାମ, ଲୋହା ତାଙ୍କର ବକ୍ସ ଅଫିସ୍ ହିଟ୍ ହୋଇଥିଲା । ୬୪ ବର୍ଷର କ୍ୟାରିଅରରେ ୭୫ଟି ହିଟ୍ ଫିଲ୍ମ ସେ ଦେଇଛନ୍ତି । ଯାହା ଅମିତାଭ ବଚ୍ଚନ, ରାଜେଶ ଖାନା, ଶାହରୁଖ ଖାନ ଏବଂ ସଲମାନ ଖାନଙ୍କ ହିଟ୍ ଫିଲ୍ମଠୁ ଅଧିକ ।

କାହିଁକି ତାଙ୍କୁ କୁହାଯାଉ ନଥିଲା ସୁପରଷ୍ଟାର୍ ?

ଅଧିକରୁ ଅଧିକ ହିଟ୍ ପିଲ୍ମ ଦେଇଥିଲେ ମଧ୍ୟ ଧର୍ମେନ୍ଦ୍ରଙ୍କୁ କେବେ ସୁପରଷ୍ଟାରର ଆଖ୍ୟା ମିଳିନାହିଁ । କାରଣ ସେ କ୍ୟାରିଅର ଆରମ୍ଭ ବେଳେ ଦିଲୀପ କୁମାର ବଲିଉଡର ସୁପର ଷ୍ଟାର ଥିଲେ । ତାଙ୍କ ପରେ ଏହି ଜାଗାକୁ ଦଖଲ କରିଥିଲେ ରାଜେଶ ଖାନ୍ନା । ୭୦ ଦଶକରେ ଅମିତାଭ ବଚ୍ଚନଙ୍କୁ ସୁପରଷ୍ଟାର୍ କୁହାଯାଉଥିଲା । ଧର୍ମେନ୍ଦ୍ରଙ୍କ ଅଧିକାଂଶ ହିଟ୍ ପିଲ୍ମରେ ଦୁଇ ଜଣ ହିରୋ ରହୁଥିଲେ । ତେଣୁ ପ୍ରଶଂସା ଭାଗ ହୋଇଯାଉଥିଲା ।

ଅନେକ ହିଟ୍ ଫିଲ୍ମ ଦେଇଥିଲେ ବି ଅଭିନୟ କ୍ୟାରିଅରରେ ତାଙ୍କର ୧୫୦ଟି ପିଲ୍ମ ଫ୍ଲପ୍ ହୋଇଛି । କେବଳ ମିଥୁନ ଚକ୍ରବର୍ତ୍ତୀ ତାଙ୍କଠାରୁ ଅଧିକ ପ୍ଲପ୍ ଫିଲ୍ମ କରିଛନ୍ତି । ବିଫଳତାର ହାର ଅଧିକ ଥିବା କାରଣରୁ ଧର୍ମେନ୍ଦ୍ରଙ୍କୁ କେବେହେଲେ ସୁପରଷ୍ଟାର୍ ଆଖ୍ୟା ମିଳିନାହିଁ ।

ନବେ ଦଶକରେ ହିରୋ ଭୂମିକାରୁ ସେ ବାପା ଭୁମିକାକୁ ଆସିଯାଇଥିଲେ । ଏହି ସମୟରେ ତାଙ୍କର ଦୁଇ ପୁଅ ସନି ଏବଂ ବବି ଦେଓଲ ସିନେମାର ଲିଡ ରୋଲରେ ନଜର ଆସୁଥିଲେ । କିଛି ଫିଲ୍ମରେ ନିଜର ଦୁଇ ପୁଅଙ୍କ ସହ ତାଙ୍କ ଅଭିନୟ ଦେଖିବାକୁ ମିଳିଥିଲା । ପ୍ୟାର୍ କିୟା ତୋ ଡରନା କିୟା ଏବଂ ୟମଲା ପଗଲା ଦିଓ୍ୱାନାରେ ସେ ପୁଅମାନଙ୍କ ସହ ନଜର ଆସିଥିଲେ । ଏବେ ତାଙ୍କ ବିୟୋଗରେ ବଲିଉଡ ଜଗତରେ ଏକ ଶୂନ୍ୟସ୍ଥାନ ସବୁଦିନ ପାଇଁ ରହିବ ।