ବିରାଟଙ୍କଠୁ ବେଶି ଫିଟ୍ ଲାଗୁଛନ୍ତି ହିଟମ୍ୟାନ୍, ୨୦୨୭ ବିଶ୍ୱକପ୍ ପାଇଁ କରୁଛନ୍ତି ପରିଶ୍ରମ ଏବଂ ପ୍ରାକ୍ଟିସ୍

NEWS7
in-puri-5t-chairman-v-k-pandian-reviewed-the-progress-of-construction-of-parikrama-project

ନୂଆଦିଲ୍ଲୀ, ୦୮/୦୧: ଏବେ ସେ ପୁରା ଫିଟ୍ । ଆଗ ଭଳି ବାହାରିନି ପେଟ । ଫ୍ୟାନ୍ସ ବି ଚିଡେଇ ପାରିବେନି । କାରଣ ରୋହିତ ଶର୍ମା ଏବେ ନିଜ ଫିଟନେଶ୍ ଉପରେ ବେଶି ଫୋକସ କରୁଛନ୍ତି । ନିଜ ପସନ୍ଦର ଅନେକ ଖାଦ୍ୟ ଛାଡି ଦେଇଛନ୍ତି । ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜ୍ ପୂର୍ବରୁ ସେ ଲଗାତାର ପ୍ରାକ୍ଟିସ୍ କରୁଛନ୍ତି । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ରୋହିତ ବୁଧବାର ନିଜ ଇନଷ୍ଟାଗ୍ରାମରେ ପ୍ରାକ୍ଟିସ୍ ସେସନର ଭିଡିଓ ପୋଷ୍ଟ୍ କରିଛନ୍ତି । ଏଥିରେ ଦେଖିବାକୁ ମିଳିଛି ଯେ ସେ ଖୁବ୍ ପତଳା ଲାଗୁଛନ୍ତି । ଜଣେ ୟୁଜର ଏହା ଦେଖି ସେ ବିରାଟ କୋହଲିଙ୍କଠୁ ଅଧିକ ପତଳା ଲାଗୁଥିବା କମେଣ୍ଟ୍ କରିଛନ୍ତି ।

୨୦୨୫ ରୋହିତଙ୍କ ପାଇଁ ବହୁତ ଖାସ୍ ଥିଲା । ସେ ଅନେକ ରେକର୍ଡ ହାସଲ କରିଥିଲେ । ଭାରତୀୟ ଦଳକୁ ଚାମ୍ପିଅନ୍ସ ଟ୍ରଫିରେ ସେ ଚାମ୍ପିଅନ୍ କରାଇଥିଲେ ।ଏହାସହ ଫାଇନାଲରେ ୭୬ ରନର ମ୍ୟାଚ୍ ଓ୍ୱିନିଂ ପାଳି ଖେଳିଥିଲେ । ଏହାସହ ଆଇସିସି ଦିନିକିଆ ବ୍ୟାଟର ତାଲିକାରେ ସେ ରାଙ୍କ୍ ୧ ହାସଲ କରିଥିଲେ । କେବଳ ଏତିକି ନୁହେଁ ଚତୁର୍ଥ ଭାରତୀୟ ଭାବେ ସେ ଅନ୍ତର୍ଜାତୀୟ କ୍ରିକେଟରେ ୨୦ ହଜାର ରନ୍ ସଂଗ୍ରହ କରିଛନ୍ତି । ଆହୁରି ମଧ୍ୟ ଦିନିକିଆ ଫର୍ମାଟରେ ତାଙ୍କ ବ୍ୟାଟରୁ ସର୍ବାଧିକ ଛକା ବାହାରିଛି । ପୂର୍ବରୁ ଛକା ମାରିବାର ରେକର୍ଡ ସାହିଦ ଆଫ୍ରିଦିଙ୍କ ନାଁରେ ଥିଲା । ଏବେ ରୋହିତ ଏହାକୁ ଖୁବ୍ କମ୍ ମୁକାବିଲାରେ ଅତିକ୍ରମ କରିନେଇଛନ୍ତି ।

କୁହାଯାଉଛି ଯେ, ୨୦୨୭ ବିଶ୍ୱକପ ପାଇଁ ରୋହିତ ଲକ୍ଷ୍ୟ ରଖିଛନ୍ତି । ୨୦୨୩ରେ ଭାରତକୁ ସେ ଫାଇନାଲରେ ପହଁଚାଇଥିଲେ । କିନ୍ତୁ ଦଳ ଚାମ୍ପିଅନ୍ ହୋଇପାରିନଥିଲା । ଏହି ଅଧୁରା ସ୍ୱପ୍ନକୁ ସେ ୨୦୨୭ରେ ପୂରା କରିବାକୁ ଚେଷ୍ଟା କରୁଛନ୍ତି । ତେଣୁ ନିଜ ଡାଏଟ୍ ଏବଂ ପିଟନେଶ୍ ଉପରେ ବେଶି ଫୋକସ କରୁଛନ୍ତି । ଯାହା ଦ୍ୱାରା ସେ ୨୦୨୭ ବିଶ୍ୱକପ୍ ପାଇଁ ଟିମରେ ଦାବିଦାର ହୋଇପାରିବେ ।