'ଗାଲରେ ଶକ୍ତ ଚାପୁଡ଼ା ଲାଗିଛି' : ସେମି ପରାଜୟର କାରଣ କହିଲେ ମାରକ୍ରମ୍

NEWS7
in-cbis-biggest-crackdown-on-child-porn-operation-meghchakra

କୋଲକାତା, ୦୫ /୦୩: ଟି୨୦ ବିଶ୍ୱକପର ସେମି ଫାଇନାଲରେ ପରାସ୍ତ ହୋଇଛି ଦକ୍ଷିଣ ଆଫ୍ରିକା । ମୁକାବିଲାରେ ପ୍ରଥମେ ବ୍ୟାଟିଂ କରିଥିଲା ଦକ୍ଷିଣ ଆଫ୍ରିକା । ଦଳ ସଅଳ ଓ୍ୱିକେଟ୍ ହରାଇଥିଲା । ତଥାପି ୨୦ ଓଭରରେ ୧୬୯ ରନ୍ କରିବାରେ ସକ୍ଷମ ହୋଇଥିଲା ଟିମ୍ । ଯାହାକୁ ୧୨ ଓଭର ପୂର୍ବରୁ ନ୍ୟୁଜିଲାଣ୍ଡ ଚେଜ୍ କରିନେଇଥିଲା । ପରାଜୟ ସହ ଟୁର୍ଣ୍ଣାମେଣ୍ଟରୁ ବିଦା ହୋଇଛି ପ୍ରୋଟିଆଜ୍ । ବିଶ୍ୱକପ୍ ଟାଇଟସଲ୍ ଜିତିବା ସ୍ୱପ୍ନ ଚୁରମାର ହୋଇଛି । ଯାହା ଅଧିନାୟକ ଏଡେନ୍ ମାରକ୍ରମଙ୍କୁ ଗଭୀର ଆଘାତ ଦେଇଛି ।

ମାରକ୍ରମ୍ କହିଛନ୍ତି ଯେ, ଏହା ଏକ ବଡ ପରାଜୟ । ଯାହା ମୁହଁରେ ଶକ୍ତ ଚାପୁଡା ଭଳି । ସେମାନଙ୍କୁ ଆହୁରି ମଜବୁତ ହୋଇ ଆଗକୁ ବଢିବାକୁ ପଡିବ । ଦଳକୁ ଆହୁରି ଶକ୍ତିଶାଳୀ କରିବାକୁ ହେବ । ଆରମ୍ଭରୁ ବଲ୍ ଠିକ୍ ଭାବେ ବ୍ୟାଟକୁ ଆସୁନଥିଲା । କିଛି ବଲ୍ ରହି ରହି ଆସୁଥିଲା । ବଲ୍ ବହୁତ ଲୋ ରହୁଥିଲା । ନ୍ୟୁଜିଲାଣ୍ଡ ବୋଲର ଭଲ ବୋଲିଂ କରୁଥିଲେ । ସେମାନେ ଚାପ ପକାଇବାରେ ସଫଳ ହୋଇଥିଲେ ।

ଏହି ଖବରଟି ପଢନ୍ତୁ...ଫିନ୍ ଆଲେନଙ୍କ ରେକର୍ଡ ବର୍ଷା : ଇଡେନ ଗାର୍ଡେନରେ ଲେଖିଲେ ନୂଆ ଇତିହାସ

ସେ ଆହୁରି କହିଛନ୍ତି ଯେ, ନ୍ୟୁଜିଲାଣ୍ଡର କିଛି ବ୍ୟାଟର ବଡ ପାଳି ଖେଳିଥିଲେ । ଯାହା ଆମ ଉପରେ ଚାପ ପକାଇଥିଲା । ନ୍ୟୁଜିଲାଣ୍ଡକୁ ବିସ୍ଫୋରକ ଆରମ୍ଭ ମିଳିଥିଲା । ଟିମ୍ ଏବଂ ଫିନ୍ ବିସ୍ଫୋରକ ବ୍ୟାଟିଂ କରିଥିଲେ । ଏହାସହ ସେ ପିଚକୁ ବୁଝିବାରେ ଭୁଲ କରିଦେଇଥିଲେ । ତାଙ୍କୁ ପ୍ରଥମେ ବ୍ୟାଟିଂ କଲେ ଭଲ ହେବ ବୋଲି ଲାଗିଥିଲା । ୧୯୦ ରନ୍ ଛୁଇଁବା ଟାର୍ଗେଟ୍ ଥିଲା । କିନ୍ତୁ ଏସବୁ କିଛି ହୋଇନଥିଲା ।

ଦକ୍ଷିଣ ଆଫ୍ରିକା ଅଧିନାୟକ ଆହୁରି କହିଛନ୍ତି ଯେ, ଖେଳାଳିଙ୍କୁ ଶାନ୍ତ ହେବାକୁ ସମୟ ଦିଆଯିବ । ଏହାପରେ ଖେଳ ବାବଦରେ ବିଶ୍ଲେଷଣ କରାଯିବ । ଆଗକୁ ସେମାନେ ମଜବୁତ ହୋଇ ଫେରିବେ ବୋଲି ମାରକ୍ରମ୍ କହିଛନ୍ତି ।