ଇସ୍କନର ମନମାନୀ ପ୍ରସଙ୍ଗକୁ ନେଇ ଗୁରୁତ୍ବପୂର୍ଣ୍ଣ ବୈଠକ, ଜଗତଗୁରୁ ଶଙ୍କରାଚାର୍ଯ୍ୟ ଓ ଗଜପତି ମହାରାଜା ଦିବ୍ୟସିଂହ ଦେବ କଲେ ଆଲୋଚନା

Published By : Prameya-News7 Bureau | August 15, 2025 IST

ପୁରୀ: ଇସ୍କନର ମନମାନୀ ପ୍ରସଙ୍ଗକୁ ନେଇ ଗୁରୁତ୍ବପୂର୍ଣ୍ଣ ବୈଠକ। ଇସ୍କନର ଅଦିନିଆ ରଥଯାତ୍ରା ଓ ସ୍ନାନ ଯାତ୍ରା ସମ୍ପର୍କରେ ଗୋବର୍ଦ୍ଧନ ମଠ ପରିସରରେ ଜଗତଗୁରୁ ଶଙ୍କରାଚାର୍ଯ୍ୟ ଓ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କର ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଛି। ଗଜପତି ମହାରାଜ ଓ ଶ୍ରୀ ଜଗନ୍ନାଥ ସଂସ୍କୃତି ଗବେଷକମାନେ ବିଭିନ୍ନ ପୁରାଣ ଓ ଶାସ୍ତ୍ର ଅନୁସାରେ ମତକୁ ନେଇ ପ୍ରସ୍ତୁତ କରିଥିବା ତଥ୍ୟକୁ ଗଜପତି ମହାରାଜା ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ପ୍ରଦାନ କରିଥିଲେ। 

ପରବର୍ତ୍ତୀ ସମୟରେ ଇସ୍କନକୁ ଦିଆଯିବାକୁ ଥିବା ତଥ୍ୟ ସମ୍ପର୍କରେ ଆଲୋଚନା କରାଯାଇଥିଲା। ମୂଳ ପୀଠ ଅନୁସାରେ ରଥଯାତ୍ର ଓ ସ୍ନାନ ଯାତ୍ରା ଆଦି ନକରିବା ଫଳରେ ଏହାର ଧର୍ମୀୟ ପରମ୍ପରା ନଷ୍ଟ ହେଉଛି। ତେଣୁ ସେମାନଙ୍କୁ କିଭଳି ଭାବରେ ଚେତାଇ ଦିଆଯିବ ତା’ ଉପରେ ଗୁରୁତ୍ବାରୋପ କରାଯାଇଥିଲା। ବିଶେଷକରି ଶ୍ରୀମନ୍ଦିର ନୀତି କାନ୍ତି ସମ୍ପର୍କରେ ମଧ୍ୟ ବିଶେଷ ଆଲୋଚନା କରାଯାଇଥିଲା। ଏଥିରେ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ, ବରିଷ୍ଠ ସେବକ ଓ ନୀତି ପ୍ରଶାସକ ଯୋଗଦାନ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.