ଭୁବନେଶ୍ବର ୬।୬: ଭାରତ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର ବିପର୍ଯ୍ୟୟ ବିପଦ ହ୍ରାସ ପାଇଁ ମିଳିତ ଜାତିସଂଘ ସାସାକାୱା ପୁରସ୍କାର-୨୦୨୫ ପାଇଛନ୍ତି । ସ୍ବିଜରଲ୍ୟାଣ୍ଡର ଜେନିଭା ସେ ଏହି ପୁରସ୍କାର ପାଇଛନ୍ତି ।
ଦି ନିପନ ଫାଉଣ୍ଡେସନର ସହାୟତାରେ ୧୯୮୬ ମସିହାରେ ପ୍ରତିଷ୍ଠିତ ଏହି ସଂଗଠନ ବିପର୍ଯ୍ୟୟ ବିପଦ ହ୍ରାସ କରିବାରେ ଅସାଧାରଣ ପ୍ରୟାସକୁ ସ୍ୱୀକୃତି ଦେଇଥାଏ । ଚଳିତ ବର୍ଷ ୨୦୨୫ର ଥିମ୍ ଥିଲା "ବିଜ୍ଞାନକୁ ଲୋକଙ୍କ ସହିତ ସଂଯୋଗ କରିବା: ବିପର୍ଯ୍ୟୟ-ପ୍ରତିରୋଧୀ ସମ୍ପ୍ରଦାୟ ପାଇଁ ନବସୃଜନ ଏବଂ ପ୍ରଯୁକ୍ତିବିଦ୍ୟାର ପ୍ରବେଶକୁ ଗଣତାନ୍ତ୍ରିକ କରିବା," ।
ବିପର୍ଯ୍ୟୟ ପ୍ରସ୍ତୁତି ଏବଂ ସମ୍ପ୍ରଦାୟ ସ୍ଥିରତା ପାଇଁ ବୈଜ୍ଞାନିକ ଜ୍ଞାନକୁ ସୁଗମ ଏବଂ କାର୍ଯ୍ୟକ୍ଷମ କରିବାରେ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ଏଭଳି କାର୍ଯ୍ୟକୁ ସମ୍ମାନିତ କରାଯାଇଛି ।
You Can Read:
ଟ୍ରକ୍କୁ ପଛପଟୁ ଧକ୍କା ଦେଲା ଆମ୍ବୁଲାନ୍ସ, ରୋଗୀଙ୍କ ସମେତ ୪ ଆହତ