ଭ୍ୟାନିଟି ବ୍ୟାଗ୍ ନେଇଗଲା ମାଙ୍କଡ଼, ଶ୍ରୀମନ୍ଦିର ଗୁମୁଟରେ ଚଢି ବାଡ଼େଇଲେ ଭକ୍ତ

NEWS7
illigal-gun-factory-seized-in-cuttack-42-mouza

ପୁରୀ ୨।୩: ପୁଣି ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ । ଭ୍ୟାନିଟି ବ୍ୟାଗ ମାଙ୍କଡ ନେଇଯିବାରୁ ଶ୍ରୀମନ୍ଦିର ଗୁମୁଟ ଉପରେ ଚଢିଗଲେ ଜଣେ ଭକ୍ତ । ସୋମବାର ସନ୍ଧ୍ୟାରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ଜଣେ ଭକ୍ତଙ୍କ ଭ୍ୟାନିଟି ବ୍ୟାଗ ମାଙ୍କଡ ନେଇଯାଇ ଶ୍ରୀମନ୍ଦିର ସିଂହଦ୍ୱାର ଗୁମୁଟ ଉପରକୁ ଚାଲିଯାଇଥିଲା । ପରେ ସମ୍ପୃକ୍ତ ଭକ୍ତ ଜଣକ ସିଂହଦ୍ଵାର ଗୁମୁଟ ଉପରକୁ ଚଢି ମାଙ୍କଡ଼ ନିକଟରୁ ଭ୍ୟାନିଟି ବ୍ୟାଗ ଆଣିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ସେଥିରେ ସଫଳ ହୋଇନଥିଲେ । ପରବର୍ତ୍ତୀ ସମୟରେ ସେଠାରେ ଉପସ୍ଥିତ ଥିବା ସୁରକ୍ଷାକର୍ମୀ ଓ ପୋଲିସ ସମ୍ପୃକ୍ତ ଭକ୍ତଙ୍କୁ ତଳକୁ ଓହ୍ଲାଇବା ପାଇଁ କହିଥିଲେ ।

ତେବେ ଏଠାରେ ପ୍ରଶ୍ନ ଉଠୁଛି ସମସ୍ତ ସୁରକ୍ଷା ବ୍ୟବସ୍ଥାକୁ ଭେଦ କରି ଭ୍ୟାନିଟି ବ୍ୟାଗ ଉଦ୍ଧାର ପାଇଁ ସମ୍ପୃକ୍ତ ଭକ୍ତ ଜଣକ ସିଂହଦ୍ଵାର ଗୁମୁଟ ଉପରେ କିଭଳି ଗଲେ । ସିଂହଦ୍ଵାର ଗୁମୁଟ ଉପରେ ଭକ୍ତ ଜଣକ ଚଢ଼ିବା ବେଳେ ସେଠାରେ ଉପସ୍ଥିତ ଥିବା ସୁରକ୍ଷାକର୍ମୀ ମାନେ ସମ୍ପୃକ୍ତ ଭକ୍ତଙ୍କୁ କାହିଁକି ବାରଣ କରିନଥିଲେ । ପୂର୍ବରୁ ଶ୍ରୀମନ୍ଦିର ସିଂହଦ୍ୱାର ଗୁମୁଟରୁ ଜଣେ କିନ୍ନର ଚଢ଼ିଥିବା ନଜିର ରହିଛି । ତେବେ ଆଜି ଗୁମୁଟ ଉପରେ ଚଢିଥିବା ସମ୍ପୃକ୍ତ ଭକ୍ତ ଜଣଙ୍କର ଯଦି କୌଣସି ଅଘଟଣ ଘଟିଥାଆନ୍ତା ଏଥିପାଇଁ କିଏ ଦାୟୀ ରହିଥାନ୍ତା ସେନେଇ ପ୍ରଶ୍ନ ଉଠିଛି ।