'ଭବିଷ୍ୟତରେ ନାଟୋ ପସ୍ତେଇବ' : ଧମକ ଦେଲେ ଟ୍ରମ୍ପ୍, କହିଲେ...

NEWS7
iit-kharagpur-felicitates-soa-founder-president

ତେହେରାନ, ୧୬ /୦୩:ନାଟୋକୁ ଧମକ । ବର୍ଷିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ୍ । ଭବିଷ୍ୟତ ପାଇଁ ସତର୍କ କରାଇଦେଲେ । ଇରାନ ସହ ଯୁଦ୍ଧ ମଧ୍ୟରେ ନାଟୋର ଆଚରଣ ଉପରେ ଟ୍ରମ୍ପ୍ ପ୍ରଶ୍ନ କରିଛନ୍ତି । ଏହାସହ ଆଗକୁ ନାଟୋ ଭୟଙ୍କର ବିପଦର ସାମ୍ନା କରିବ ବୋଲି ଆମେରିକା ରାଷ୍ଟ୍ରପତି କହିଛନ୍ତି ।

ରିପୋର୍ଟ ଅନୁସାରେ, ନିକଟରେ ଷ୍ଟ୍ରେଟ୍ ଅଫ୍ ହର୍ମୋଜକୁ ନେଇ ଟ୍ରମ୍ପ୍ ନୂଆ ଯୋଜନା କରିଥିଲେ । ବିଭିନ୍ନ ଦେଶକୁ ଏଠାରେ ନିଜର ଯୁଦ୍ଧ ଜାହାଜ ମୁତୟନ କରିବାକୁ ସେ କହିଥିଲେ । ଏପରିକି ନାଟୋ ଦେଶଙ୍କୁ ସହଯୋଗ ମାଗିଥିଲେ । ୟୁରୋପୀୟ ଦେଶ ଆମେରିକାର ଉଦ୍ୟମକୁ ସମର୍ଥନ କରନ୍ତୁ ବୋଲି ସେ କହିଥିଲେ । କିନ୍ତୁ ନାଟୋ ପକ୍ଷରୁ ସେପରି କିଛି ସହଯୋଗ ମିଳିନାହିଁ ।

ଏବେ ଟ୍ରମ୍ପ୍ କହିଛନ୍ତି ଯେ, ଋଷ-ୟୁକ୍ରେନ ଯୁଦ୍ଧରେ ନାଟୋକୁ ଆମେରିକା ସହଯୋଗ କରିଛି । ଆଗକୁ ମଧ୍ୟ କରିବ । ବ୍ରିଟେନ ମଧ୍ୟ ନିଜର ସୈନ୍ୟ ବେସ୍ ବ୍ୟବହାର କରିବାକୁ ଆମେରିକାକୁ ଦେଉ ନାହିଁ । ନାଟୋ ଯାହା କରୁଛି ଭବିଷ୍ୟତ ପାଇଁ ତାହା ଭଲ ନୁହେଁ । ୟୁକ୍ରେନ ଆମେରିକାଠୁ ହଜାରେ କିଲୋମିଟର ଦୂରରେ ରହିଛି । ତଥାପି ଆମେରିକା ସାହାଯ୍ୟ କରୁଛି । ସେ ନାଟୋ ପାଇଁ ସଦାବେଳେ ଅଛନ୍ତି । କିନ୍ତୁ ନାଟୋ ହାତ ଛାଡି ଦେଉଛି ।

ଟ୍ରମ୍ପ୍ ୟୁରୋପର କମାଣ୍ଡୋ ଇରାନରେ ପଶି ଆକ୍ରମଣ କରିବାକୁ ଚାହୁଁଛନ୍ତି । ହେଲେ ୟୁରୋପ ତରଫରୁ ସେପରି କିଛି ସହଯୋଗ ମିଳୁନି । ଷ୍ଟ୍ରେଟ୍ ଅଫ୍ ହର୍ମୋଜର ସୁରକ୍ଷା ପାଇଁ ୟୁରୋପର ଆବଶ୍ୟକତା ରହିଛି । କିନ୍ତୁ ସେମାନେ ଏଥିରୁ ବିରତ ରହୁଛନ୍ତି । ଆମେରିକା ସହାବେଳେ ସାହାଯ୍ୟ ପାଇଁ ପ୍ରସ୍ତୁତ ଅଛି । ସେମାନଙ୍କଠୁ ମଧ୍ୟ ସାହାଯ୍ୟ ଆଶା ରଖୁଛି । ହେଲେ ଏହା ସମ୍ଭବ ହେଉନି ।

ସେ ଆହୁରି କହିଛନ୍ତି ଯେ, ଷ୍ଟ୍ରେଟ୍ ଅଫ୍ ହର୍ମୋଜ୍ ଦେଇଟି ବଡ ଦେଶକୁ ତୈଳ ଯୋଗାଣ ହୁଏ । ଏହି ସବୁ ଦେଶ ଏଠାକୁ ଆସି ନିଜ ଜାହାଜର ସୁରକ୍ଷା କରିବା ଜରୁରୀ । କାରଣ ଏହା ସେମାନଙ୍କ ଅଞ୍ଚଳ । ସେ ରବିବାର ବ୍ରିଟେନ୍ ପ୍ରଧାନମନ୍ତ୍ରୀଙ୍କ ସହ ଏବାବଦରେ କଥା ହୋଇଥିଲେ । ବ୍ରିଚେନ୍ ଆମେରିକାର ସବୁଠୁ ଭଲ ବନ୍ଧୁ । କିନ୍ତୁ ଏବେ ସେମାନେ ପଛଘୁଞ୍ଚା ଦେଉଛନ୍ତି । ଆହୁରି ମଧ୍ୟ ଖୁବ୍ ଶୀଘ୍ର ସେ ଇରାନ କବଳରୁ ଷ୍ଟ୍ରେଟ୍ ଅଫ୍ ହର୍ମୋଜକୁ ମୁକ୍ତ କରିବେ ବୋଲି ଦାବି କରିଛନ୍ତି ।