୬୩ ବଲରୁ ଶତକ, ବୋଲର ହାଲିଆ : ଦକ୍ଷିଣ ଆଫ୍ରିକା ବିପକ୍ଷରେ ବୈଭବଙ୍କ ବିସ୍ଫୋରକ ବ୍ୟାଟିଂ

NEWS7
if-you-were-mistakenly-opt-out-from-subhadra-portal-opt-in-facility-available

ନୂଆଦିଲ୍ଲୀ, ୦୭/୦୧: ବୈଭବ ସୂର୍ଯ୍ୟବଂଶୀଙ୍କ ବିଧ୍ୱଂସୀ ବ୍ୟାଟିଂ । ହାର୍ ମାନିଲେ ଦକ୍ଷିଣ ଆଫ୍ରିକା ବୋଲର । ଅଧିନାୟକତ୍ୱ ପାଳି ଖେଳିଲେ ଭାରତୀୟ ଅଣ୍ଡର-୧୯ ଦଳର ଦମଦାର୍ ବ୍ୟାଟର୍ । ମାତ୍ର ୬୩ ବଲରୁ ଶତକ ଲଗାଇ ହାସଲ କଲେ ନୂଆ କୀର୍ତ୍ତିମାନ ।

ଭାରତ ଏବଂ ଦକ୍ଷିଣ ଆଫ୍ରିକାର ଅଣ୍ଡର-୧୯ ଟିମ୍ ଏବେ ମୁହାଁମୁହିଁ ହେଉଛନ୍ତି । ଉଭୟ ଦଳ ମଧ୍ୟରେ ଦିନିକିଆ ସିରିଜ୍ ଖେଳାଯାଉଛି । ପ୍ରଥମ ଦୁଇଟି ମୁକାବିଲା ଜିତି ଭାରତ ଆଗୁଆ ରହିଛି । ବୁଧବାର ତୃତୀୟ ଦିନିକିଆରେ ଚାଲିଛି ବୈଭବଙ୍କ ବ୍ୟାଟ୍ । ପୂର୍ବରୁ ସେ ଟସ୍ ଜିତିବାରେ ବିଫଳ ହେଉଥିଲେ । ହେଲେ ତୃତୀୟ ଦିନିକିଆରେ ସେ ଟସ୍ ହାରି ମଧ୍ୟ ବ୍ୟାଟିଂ କରିବାକୁ ଆସିଥିଲେ । ଦକ୍ଷିଣ ଆଫ୍ରିକା ଟିମ୍ ଭାରତକୁ ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା ।

ଆରମ୍ଭରୁ ବୈଭବଙ୍କ ବ୍ୟାଟ୍ ଗର୍ଜନ କରିଥିଲା । ସେ ୬୩ ବଲରୁ ନିଜର ଶତକ ପୂରା କରିଥିଲେ । ଶତକୀୟ ପାଳିରେ ସେ ୮ଟି ଛକା ଏବଂ ୬ଟି ଚଉକା ଲଗାଇଛନ୍ତି । ଦଳ ଏବେସୁଦ୍ଧା କୌଣସି ଗୋଟିଏ ଓ୍ୱିକେଟ୍ ହରାଇ ୨୨୭ ରନ୍ କରିଛି । ସୂର୍ଯ୍ୟବଂଶୀ ୧୨୭ ରନରେ ପ୍ୟାଭିଲିୟନ ଫେରିଛନ୍ତି ।

ଲଗାତାର ଦମଦାର୍ ପ୍ରଦର୍ଶନ

ବୈଭବ ଆଇପିଏଲରେ ପଦାର୍ପଣ କରିବା ପରଠୁ ଚର୍ଚ୍ଚାରେ ଅଛନ୍ତି । ସେ ପ୍ରଥମ ମୁକାବିଲାରେ ହି ଛକା ଚଉକା ବର୍ଷା କରିଥିଲେ । ଏହାପରେ ଅଣ୍ଡର-୧୯ ଟିମରେ ଦମଦାର ପ୍ରଦର୍ଶନ କରି ଆସୁଛନ୍ତି । ନିକଟରେ ବିଜୟ ହଜାରେ ଟ୍ରଫିରେ ସେ ଲଗାତାର ଶଚକୀୟ ପାଳି ଖେଳିଥିଲେ । ଏହାପୂର୍ବରୁ ଅଣ୍ଡର-୧୯ ଏସିଆ କପରେ ତାଙ୍କ ବ୍ୟାଟରୁ ବଡ ସ୍କୋର ବାହାରିଥିଲା ।

ବିଶ୍ୱକପ୍ ପୂର୍ବରୁ ଫର୍ମ

ଆସନ୍ତା ଜାନୁଆରୀ ୧୫ରୁ ଭାରତୀୟ ଟିମ୍ ଅଣ୍ଡର-୧୯ ବିଶ୍ୱକପରେ ନିଜର ଯାତ୍ରା ଆରମ୍ଭ କରିବ । ଏହା ପୂର୍ବରୁ ବୈଭବଙ୍କ ଦମଦାର ଫର୍ମ ଅଧିକ ଗୁରୁତ୍ୱପୂର୍ଣ୍ଣ । ସେ ଏପରି ଭାବେ ନିଜ ଫର୍ମ ବଜାୟ ରଖିଲେ ଭାରତ ପାଇଁ ବିଶ୍ୱକପ୍ ଜିତିବା ସହଜ ହେବ ।